ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ ପାଇଁ ନିଜ ଜୀବନକୁ ନଷ୍ଟ କରିଦେଉଛନ୍ତି। ହେଲେ କେତେଜଣ ଯୁବକ ଅଛନ୍ତି ଯେଉଁମାନେ ନିଜ କୌଳିକ ବୃତ୍ତି ଆପଣେଇ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ଉପାନ୍ତ ଅଞ୍ଚଳ ଭାବରେ ପରିଚିତ ୧୯ଖଣ୍ଡ ମୌଜା ପିଥିଣ୍ଡା ଗ୍ରାମର ଦୁଇଭାଇ ଅନନ୍ତ ଦେହେରି ଓ ଅର୍ଜୁନ ଦେହେରି ନିଜ ଜମିରେ ପନିପରିବା ଚାଷକରି ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ପରିବାର ପ୍ରାୟ ୩ ଏକର ପରିତ୍ୟକ୍ତ ଜମିରେ ୨୦୧୬ ମସିହାରେ ୨୦ହଜାର ଟଙ୍କା ବ୍ୟୟରେ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜଳନିଧି ଯୋଜନାରେ ଏକ ସୋଲାର ବୋର୍‌ଓ୍ବେଲ ସ୍ଥାପନ କରି ପରିବା ଚାଷ ଆରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଉନ୍ନତ କୃଷି ପାଇଁ ଝାରସୁଗୁଡ଼ା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସ୍ବଳ୍ପ ଜଳସେଚନକୁ ଦୃଷ୍ଟିରେ ରଖି ଏହି ଯୁବ କୃଷକଙ୍କୁ ବୁନ୍ଦା ଜଳସେଚନ ସୁବିଧା ପାଇଁ ସମସ୍ତ ଉପକରଣ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥା ପରେ ନିଶ୍ଚିତ ଭାବରେ କୃଷି କାର୍ଯ୍ୟରେ କମ୍‌ ଶ୍ରମିକ, କମ୍‌ ପାଣି ଯୋଗୁ ଦିନକୁ ଦିନ ଲାଭ ବୃଦ୍ଧି ପାଉଥିବାରୁ ଉତ୍ସାହିତ ଥିବା ଚାଷୀ ଦ୍ୱୟ କହିଛନ୍ତି। ଚଳିତ ରବି ଚାଷ ପାଇଁ ପ୍ରାୟ ୩ ଏକର ଜମିରେ କାକୁଡି ସହ ଅଧ ଏକର ଜମିରେ ଲାଉ ଚାଷ କରିଛନ୍ତି। ବୁନ୍ଦା ଜଳସେଚନ ସହିତ ମଲ୍‌ଚିଂ ବ୍ୟବସ୍ଥାରେ କରିଥିବା ଏହି ଚାଷରେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କାର ପରିବା ବିକ୍ରି କରିସାରିଲେଣି ଏହି ଚାଷୀ ଦ୍ୱୟ। ସେମାନେ ନିଜେ ଆତ୍ମନିର୍ଭରଶୀଳ ହେବା ସାଙ୍ଗକୁ ପ୍ରତିଦିନ ୧୨ ଜଣ ମହିଳାଙ୍କ ସହ ୩ ଜଣ ପୁରୁଷ ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରୁଛନ୍ତି। ଉତ୍ପାଦିତ ପରିବାକୁ ଭୁବନେଶ୍ୱର, କଟକ ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବ୍ୟବସାୟୀ ଆସି ଚାଷଜମିରୁ କିଣି ନେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ୟାକିଂଗୃହ, ପିଆଜ ସଂରକ୍ଷଣ ଗୃହ ମିଳିଥିବାବେଳେ ମଲ୍‌ଚିଂ କିଣାରେ ଅହେତୁକ ଅର୍ଥ ବ୍ୟୟକୁ ଦୃଷ୍ଟିରେ ରଖି ସବ୍‌ସିଡିରେ ମଲ୍‌ଚିଂ ପ୍ରଦାନ କଲେ ଆହୁରି ଆୟ ବୃଦ୍ଧି ହେବ ବୋଲି ଚାଷୀ ଦ୍ୱୟ କହିଛନ୍ତି। ଉନ୍ନତ କୃଷି ପ୍ରଣାଳୀ ଆପଣେଇବା ସହିତ ସରକାରୀ ଯୋଜନାର ଲାଭ ନେବା ପାଇଁ ସେମାନେ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri