ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସବୁଠାରୁ ଅଧିକ ପ୍ରଭାବ ଏକମା  ପଞ୍ଚାୟତର ପଦମପୁର ଗ୍ରାମରେ ପଡ଼ିଛି। ଗାଁର ଉଭୟ ପାର୍ଶ୍ୱରେ ଥିବା ଦୁଇଟି ପୋଲ ଓ ରାସ୍ତା ପ୍ରଖର ସ୍ରୋତରେ ଧୋଇଯିବାରୁ ପଦମପୁର ଗ୍ରାମ ବିଚ୍ଛିନ୍ନ ହୋଇପଡ଼ିଛି।

ପଦମପୁରକୁ ବଡ଼ଗାଁ-ଏକମା ମୁଖ୍ୟ ରାସ୍ତା ସହ ସଂଯୋଗ କରୁଥିବା ପୋଲଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ଗାଁର ଅନ୍ୟ ପାର୍ଶ୍ୱରେ ପେଟଫୋଡ ରାସ୍ତାର ପୋଲ ନିକଟ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରବଳ ବର୍ଷା ପ୍ରଭାବରେ ପ୍ରାୟ ୩୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ବାଲିଚର ହୋଇଯାଇଥିବାରୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେ ବଡ଼ଗାଁ ବ୍ଲକର ସହକାରୀ ଯନ୍ତ୍ରୀ ସୁନିଲ ମୁର୍ମୁଙ୍କୁ ଘଟଣାସ୍ଥଳକୁ ଡକାଇ ଶୀଘ୍ର ରାସ୍ତା ମରାମତି କରି ଯାତାୟାତ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ବଡ଼ଗାଁ ବିଡିଓ ଓ ତହସିଲଦାରଙ୍କ ସହ ଫୋନ୍‌ରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ସ୍ଥାନୀୟ ଚାଷୀମାନେ ଜମି ବାଲିଚର ହୋଇଥିବା ନେଇ ଉପବାଚସ୍ପତିଙ୍କୁ ଅବଗତ କରାଇଥିଲେ। କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ସହ ଚାଷୀମାନଙ୍କ କ୍ଷୟକ୍ଷତିର ସରକାରୀ ଆକଳନ କରି ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ପୁଇଁତୋଳା ସାନ ସାହିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ, ୯ ଦିନ ଧରି ଚାଲିବ…

ଗଞ୍ଜାମ,୨୫।୧୦(ବିଦ୍ୟାଧର ସାହୁ ): ପୁଇଁତୋଳା ସାନ ସାହି ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ରବିବାର ଆରମ୍ଭ ହୋଇଛି । ଶନିବାର ସନ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରାରେ ବଡ଼…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?