
ରାୟଗଡା,୨୭।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି ପଞ୍ଚାୟତର କଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଛିଡା ହୋଇଥିବା ଏକ ଲୁହା ରଡ ବୋଝେଇ ଟ୍ରକକୁ ଧକ୍କା ଦେଇ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ୨ ଜଣ ହେଲେ ସିର୍ଜୁଳି ପଞ୍ଚାୟତ ବଡଆମ୍ବଗୁଡା ଗ୍ରାମର ତିରୁପତୀ ଶବର (୪୦) ଓ ମଣ୍ଟୁ ଶବର (୨୦) ।
ସୂଚନାନୁଯାୟୀ, ଦୁର୍ଘଟଣା ପରେ ତିରୁପତୀ ଏବଂ ମଣ୍ଟୁଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଦୁଇଜଣ ଗୁଣୁପୁରକୁ କୈାଣସି କାମରେ ଆସି ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି।