କଲେଜ ଯାଉଥିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ କରି ୨ ବାଇକ ଆରୋହୀ ଫେରାର୍‌, ଚେତାଶୂନ୍ୟ ଅବସ୍ଥାରେ…

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ କଲେଜର ଯୁକ୍ତ ୨ କଳା ବିଭାଗ ପ୍ରଥମବର୍ଷ ଛାତ୍ରୀଙ୍କୁ ଗୁରୁବାର ବାଇକରେ ଆସିଥିବା ୨ଜଣ ଯୁବକ ଆକ୍ରମଣ କରି ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଛାତ୍ରୀ ଜଣଙ୍କ ହେଲେ ପାଟପୁର ଥାନା ହରିଣା ଗ୍ରାମର ଶୁଭସ୍ମିତା ମହାଙ୍କୁଡ(୧୭)। ରାସ୍ତା ଉପରେ ଟଳି ପଡ଼ିଥିବା ଛାତ୍ରୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପୋଡ଼ାମାରି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ଚେତା ନ ଫେରିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି। ପ୍ରତିଦିନ ଭଳି ଛାତ୍ରୀଜଣଙ୍କ କଲେଜକୁ ଯାଉଥିବାବେଳେ କଲେଜ ଠାରୁ ପ୍ରାୟ ୫୦ ମିଟର ଦୂରରେ ୨ ଜଣ ଯୁବକ ଏକ ନାଲିରଙ୍ଗର ବାଇକରେ ଆସି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଜଣେ ଯୁବକଙ୍କ ସହ ତାଙ୍କ ବଚ୍‌ସା ହୋଇଥିଲା। ପରେ ଉଭୟେ ତାଙ୍କୁ ଟଣାଓଟରା କରି ଅପହରଣ ପାଇଁ ଉଦ୍ୟମ କରିଥିଲେ। ଛାତ୍ରୀଜଣଙ୍କ ଦୌଡ଼ି ଯିବାପାଇଁ ଚେଷ୍ଟା କରିବାରୁ ଉଭୟେ ତାଙ୍କୁ ଅଟକାଇ ଚାପୁଡ଼ା ମାରିଥିଲେ। ପରେ ଜଣେ ଯୁବକ ତାଙ୍କୁ ଠେଲି ଦେବାରୁ ଛାତ୍ରୀଜଣଙ୍କ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ। ସୂଚନା ପାଇ କଲେଜର ବହୁସଂଖ୍ୟକ ସହପାଠୀ,ଅଧ୍ୟାପକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ଟିମ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ଫେରିଛନ୍ତି। ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜରେ ପିଜି ଷ୍ଟୁଡେଣ୍ଟ ୟୁନିଅନ୍ ଗଠିତ; ଡ଼ା ବଙ୍ଗାଳୀ ସୋରେନ୍ ସଭାପତି, ଡ଼ା ରାଜେଶ ସାହୁ…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲଠାରେ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀମାନଙ୍କ ଷ୍ଟୁଡେଣ୍ଟ ୟୁନିଅନ୍ ଗଠନ କରାଯାଇଛି। କଲେଜ ଅଧ୍ୟକ୍ଷ ତଥା…

ବଲାଙ୍ଗୀରରେ ବେଆଇନ ଗଞ୍ଜେଇ ବେପାରର ପର୍ଦ୍ଦାଫାଶ: ୨୧ କେଜି ଗଞ୍ଜେଇ ସହ ଦେଶୀ ପିସ୍ତଲ ଜବତ, ୨ କୁଖ୍ୟାତ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୬।୧୧(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ପୁଣି ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ। ସହରର ନୂଆ ବସଷ୍ଟାଣ୍ଡ ପଛପଟ ରାଜୀବ…

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ଯୋଗଦେଲେ ମନ୍ତ୍ରୀ: ଚାଷୀଙ୍କ ଉପସ୍ଥିତି ନଗଣ୍ୟ, ଖାଲି ପଡ଼ିଲା ଅଧିକାଂଶ ଚେୟାର

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ପଡ଼ିଆରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ…

ଭୀଷ୍ମଗିରି ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ : ଜଣେ ଅଭିଯୁକ୍ତ ଗିରଫ             

ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ରାସନ୍ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ…

ଇନଷ୍ଟାଗ୍ରାମ୍ ରେ ନାବାଳିକା ଙ୍କ ଆପତ୍ତିଜନକ ନଗ୍ନ ଫଟୋ: ଭିଡ଼ିଓ ଭାଇରାଲ ଅଭିଯୋଗ, ଅଭିଯୁକ୍ତ ଜେଲ ଗଲେ   

ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଙ୍କ ଆପତ୍ତିଜନକ ଫଟୋ ଭିଡ଼ିଓ ଇନଷ୍ଟାଗ୍ରାମ୍ ଜରିଆରେ ହାସଲ କରିବା ପରେ ଟଙ୍କା ପାଇଁ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କା ହଡ଼ପ ମାମଲା: କ୍ୟାସିୟର ଶଶିକାନ୍ତ ରଣା ନିଲମ୍ବିତ, ଭିଜିଲାନ୍ସ ତଦନ୍ତ ସହ…

ଡେରାବିଶ,୬।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ବହୁଚର୍ଚ୍ଚିତ ସରକାରୀ ଅର୍ଥ ହଡ଼ପ ମାମଲାରେ କ୍ୟାସିୟର ଶଶିକାନ୍ତ ରଣାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ଆମ୍ବ ବୁରେଇରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୋଲିସ୍

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ୍ ଶୁକ୍ରବାର ସ୍ଥାନୀୟ ଚୋରଗ୍ରିଣ୍ଡୋଲା ଗାଁ ଶେଷରେ ଆମ୍ବବୁରେଇଠାରେ ଚଢ଼ାଉ କରି ୫୨ କେଜି ୨୦୦ ଗ୍ରାମ ଗଞ୍ଜେଇ…

୧.୧୫ ଲକ୍ଷ ଲାଞ୍ଚ ମାଗି ଫସିଗଲେ ବଲାଙ୍ଗିର ସରକାରୀ ITI ପ୍ରିନ୍ସିପାଲ୍: ରେଡ୍‌ହାଣ୍ଡେଡ୍ ଧରାପଡ଼ିଲେ, ୩ ସ୍ଥାନରେ ଭିଜିଲାନ୍ସର…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇ (ITI) ପ୍ରିନ୍ସିପାଲ୍ ସୁରେଶ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?