Posted inଫୁରସତ

ଏକାସାଙ୍ଗରେ ଜଣେ ମହିଳାଙ୍କ ସନ୍ତାନର ପିତା ହେବାକୁ ଚାହୁଁଛନ୍ତି ଏହି ଦୁଇ ବନ୍ଧୁ

ବ୍ରାଜିଲର ଦୁଇଜଣ ଭଲ ବନ୍ଧୁ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି। ଗତ ଦେଢ଼ ବର୍ଷ ଧରି ଏହି ତିନି ଜଣ ପରସ୍ପରକୁ ଡେଟ୍‌ କରୁଛନ୍ତି। ତିନିଜଣ ସ୍ତ୍ରୀ-ସ୍ବାମୀଙ୍କ ପରି ରେଷ୍ଟୁରାଣ୍ଟ ଏବଂ ଡେଟ୍‌ରେ ଯାଆନ୍ତି। ଯଦିଓ ସେମାନଙ୍କୁ ଲୋକମାନଙ୍କର ଅଜବ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଥାଏ ତଥାପି ଏହି ତିନିଜଣ କାହାରି କଥାକୁ ଭ୍ରୁକ୍ଷେପ ନ କରି ଭବିଷ୍ୟତକୁ ନେଇ ବହୁତ କିଛି ଯୋଜନା କରିଛନ୍ତି।

୩୦ ବର୍ଷୀୟ ଡିନୋ ଡି’ସୁଜା ଏବଂ ସାଲୋ ଗୋମ୍ସ ହେଉଛନ୍ତି ବ୍ରାଜିଲ ବାସିନ୍ଦା। ଗତ ବର୍ଷ ସ୍ପେନର ବାର୍ସିଲୋନାରେ ଛୁଟିଦିନରେ ବେଲାଋଷର ଏକ ବାର୍‌କୁ ଯାଇଥିଲେ। ସେଠାରେ ଏହି ଦୁଇବନ୍ଧୁ ୨୭ ବର୍ଷୀୟା ଓଲ୍‌ଗାଙ୍କୁ ଭେଟିଥିଲେ। ଯିଏକି ତାଙ୍କ ସାଙ୍ଗମାନଙ୍କ ସହିତ ଥିଲେ। ଡିନୋ ଏବଂ ସୋଲୋ ମଧ୍ୟ ଓଲ୍‌ଗାଙ୍କ ନିକଟକୁ ଯାଇଥିଲେ ଏବଂ ତିନିଜଣ ଏକାଠି ଡେଟ୍‌ କରିବାରେ ଲାଗିଲେ।

ଏ ବିଷୟରେ ଡିନୋ କହିଛନ୍ତି, ସାଲୋ ଏବଂ ମୁଁ ବାର୍ସିଲୋନା ଫୁଟବଲ୍‌ ମ୍ୟାଚ ଦେଖିବାକୁ ଯାଇଥିଲୁ ଏବଂ ଆମେ ସେଠାରେ ଓଲ୍‌ଗାଙ୍କୁ ଭେଟିଥିଲୁ। ଆମେ ତାଙ୍କୁ ଡ୍ରିଙ୍କ୍‌ସ କରିବାକୁ ଦେଇଥିଲୁ। ସେଠାରୁ ଆମ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏହା ଆମ ପାଇଁ ଏକ ସମସ୍ୟା ନୁହେଁ ଯେ ଆମେ ତିନି ଜଣ ଗୋଟିଏ ସମ୍ପର୍କରେ ରହିଛୁ। ଆମ ପାଇଁ ଆମ କେମେଷ୍ଟ୍ରି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆଉ ଆମ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି।

ଡିନୋ କହିଛନ୍ତି, ପ୍ରାରମ୍ଭରେ ଆମେ ବନ୍ଧୁ, ପରିବାର ଏବଂ ସାଙ୍ଗମାନଙ୍କର ଅନେକ ଟାହି ଟାପରା କଥାକୁ ସାମ୍ନା କରିବାକୁ ପଡୁଥିଲା। କାରଣ ସେମାନେ ଆମ ୩ ଜଣଙ୍କ ମଧ୍ୟରେ କ’ଣ ଘଟୁଛି ତାହା ବୁଝିବାକୁ ଚାହୁଁଥିଲେ। ଆମେ ଖୁବ୍‌ ଖୁସିରେ ରହୁଛୁ। ଆମ ପରିବାର ଏବଂ ବନ୍ଧୁମାନଙ୍କୁ ମଧ୍ୟ କହି ଦେଇଛୁ କି ଆମ ୩ ଜଣଙ୍କ ମଧ୍ୟରେ ସମ୍ପର୍କକୁ ନେଇ କେବେ କିଛି ମତଭେଦ ହୋଇନାହିଁ। ଏବେ ପରିବାରବର୍ଗ ମଧ୍ୟ ଏ କଥାକୁ ଗ୍ରହଣ କରି ନେଲେଣି। ବର୍ତ୍ତମାନ ସେମାନେ ଆମକୁ ବହୁ ସାହାଯ୍ୟ କରୁଛନ୍ତି।

ଗତ ଦେଢ଼ ବର୍ଷ ଧରି ଡିନୋ, ଓଲ୍‌ଗା ଏବଂ ସାଲୋ ପରସ୍ପରକୁ ଡେଟ୍‌ କରୁଥିଲେ ଏବଂ ଏହି ତିନିଜଣ ବର୍ତ୍ତମାନ ଫ୍ରାନ୍ସରେ ରୁହନ୍ତି । ଖାଲି ଏତିକି ନୁହେଁ, ଦୁଇଜଣ ଏକାସାଙ୍ଗରେ ସନ୍ତାନର ପିତା ହେବାକୁ ମଧ୍ୟ ଚାହୁଁଛନ୍ତି। ଡିନୋ କହିଛନ୍ତି ଯେ, ଆମେ ସମଗ୍ର ବିଶ୍ୱରେ ବୁଲିବାକୁ ଚାହୁଁଛୁ। ଆମର ବ୍ୟବସାୟ ବଢ଼ାଇବାକୁ ଆମେ ଚାହୁଁଛୁ। ଅତି ସରଳ ଭାବରେ ଜୀବନଯାପନ କରିବାକୁ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?