କୁଆଖାଇ, କୁଶଭଦ୍ରାରେ ନିର୍ମାଣ ହେବ ୨ ବ୍ୟାରେଜ

ବାଲିଅନ୍ତା,୧୦ା୭(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତାସ୍ଥିତ କୁଶଭଦ୍ରା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀରେ ଖୁବଶୀଘ୍ର ୨ଟି ବ୍ୟାରେଜ ନିର୍ମାଣ ହେବ। ବହୁ ପ୍ରତୀକ୍ଷିତ ଏହି ବ୍ୟାରେଜ ନିର୍ମାଣରେ ପାଖାପାଖି ୭୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗୀୟ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ୱର ବାସିନ୍ଦାଙ୍କୁ ପିଇବା ପାଣି ସୁବିଧା ଓ ଭୂତଳ ଜଳ ସଂରକ୍ଷଣ ଏବଂ ଚାଷୀଙ୍କ ଜମି ଜଳସେଚିତ ହୋଇପାରିବ। ଏ ନେଇ ଶୁକ୍ରବାର ବାଲିଅନ୍ତା ବ୍ଲକ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି-ସଚିବ ଭି.କେ. ପାଣ୍ଡିଆନ ସହିତ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଏଥିରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ଲୋକ ପ୍ରତିନିଧି, ଚାଷୀ ଯୋଗଦେଇଥିଲେ। କୁଶଭଦ୍ରା ନଦୀର ବାଲିଅନ୍ତା ଓ ପାଣ୍ଡରା ଗ୍ରାମ ନିକଟ କୁଆଖାଇ ନଦୀର ବ୍ୟାରେଜ ନିର୍ମାଣ ହେଲେ ଜଳ ସଂରକ୍ଷଣ ଓ ଚାଷୀର ଜମିକୁ ଜଳଯୋଗାଣ ହୋଇପାରିବ ବୋଲି ଉପସ୍ଥିତ ଚାଷୀ ଓ ଲୋକ ପ୍ରତିନିଧିମାନେ ୫-ଟି ସଚିବ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସ୍ତାବିତ ବୃହତ ପ୍ରକଳ୍ପକୁ ତୁରନ୍ତ ଅନୁମୋଦନ ସହିତ ମଞ୍ଜୁର ପାଇଁ ବହୁ ସରପଞ୍ଚ, ଜିଲା ପରିଷଦମାନେ ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ ଯେ, ଏହି ବ୍ୟାରେଜ ନିର୍ମାଣ ପାଇଁ ପ୍ରାଚୀ ଡିଭିଜନରେ ବାଲିଅନ୍ତା ଜଳସେଚନ ଉପଖଣ୍ଡ ମାଧ୍ୟମରେ ଗତବର୍ଷ ସର୍ଭେ କରାଯାଇଥିଲା। ଏହାର ପିଡିପିଆର ପ୍ରସ୍ତୁତ କରାଯାଇ ଡିଜାଇନ ପାଇଁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ବ୍ୟାରେଜ ଡିଜାଇନ କାର୍ଯ୍ୟ ଶେଷ ହେବା ପରେ ଟେଣ୍ଡର ପାଇଁ ପଠାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଭାରତରତ୍ନ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଭାରତରତ୍ନ ଦାବିରେ ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ବିଧାନସଭାରେ ଏ ସମ୍ପର୍କିତ...

ସୀମା ସିଲ୍‌ ସମ୍ଭବ ନୁହେଁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ ଗତ ୨ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବେଶ୍‌ ବୃଦ୍ଧି ପାଇଛି। ଯାହାକୁ ନେଇ ରାଜ୍ୟ ସରକାର...

ମଧୁର ଜଳ ସୁନିଶ୍ଚିତ କରିବା ଆମ ଦାୟିତ୍ୱ:ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୪।୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଆଗାମୀ ପିଢ଼ି ପାଇଁ ମଧୁର ଜଳ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ...

ସୀମା ଚେକ୍‌ ପଏଣ୍ଟରେ ସମନ୍ବିତ ପରିଚାଳନା, ଏସ୍‌ଓପି ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆ ମାନେ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ସମନ୍ବିତ ଢଙ୍ଗରେ ଫେରାଇ ଆଣିବା ପାଇଁ ରାଜ୍ୟ...

ଯୋଜନାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା

ଅନୁଗୋଳ ଅଫିସ, ୧୯।୧ – ରାଜ୍ୟରେ ବଢ଼ୁଛି ଶିଶୁ ନିର୍ଯାତନା ଓ ନିଖୋଜ ଘଟଣା। ପ୍ରତିବର୍ଷ ପାଖାପାଖି ୪ ହଜାର ଶିଶୁଙ୍କ ପତ୍ତା ମିଳୁନାହିଁ। ଅବହେଳିତ,...

ପରପାରିରେ ପୂର୍ବତନ ବାଚସ୍ପତି ଶରତ କର

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ସୋମବାର ଅପରାହ୍ନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟରେ ପୀଡ଼ିତ କର ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ...

ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟ ସରକାର ଭାରତୀୟ ବନ ସେବା (ଆଏଫ୍‌ଏସ୍‌) ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ ଆଇଏଫ୍‌ଏସ୍‌ ଅଫିସର ପୁସା ଝୁଲେ ମେକ୍ରୋଙ୍କୁ ଆଞ୍ଚଳିକ...

ମହିଳାଙ୍କ ବେକ କାଟି ହତ୍ୟା ଘଟଣା: ମୁଣ୍ଡ ଖୋଜୁଛି ପୋଲିସ

ଭୁବନେଶ୍ୱର,୫।୨ (ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ସକାଳେ ମିଳିଥିବା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ କମିଶନରେଟ ପୋଲିସର...

Advertisement


Archives

Model This Week