ଅଢ଼େଇ ବର୍ଷ ପରେ ଅନ୍ଧାର

ଢେଙ୍କାନାଳ ଅଫିସ, ୪।୧୦: ସାଢ଼େ ୪ କୋଟି ଟଙ୍କାର ଛାତ୍ରାବାସ। ଉଦ୍‌ଘାଟନକୁ ବିତିଲାଣି ଅଢ଼େଇ ବର୍ଷ। ଅଥଚ କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାରଣ ହଷ୍ଟେଲରେ ନାହିଁ ଫର୍ନିଚର କି ବିଦ୍ୟୁତ୍‌ ସଂଯୋଗ। ଅନ୍ଧକାରମୟ କୋଠାରେ ରହିବା ଅନ୍ତେବାସୀଙ୍କ ପକ୍ଷେ ସମ୍ଭବ ନ ଥିବାରୁ ସେମାନେ ହାତରୁ ଟଙ୍କା ଗଣି ବାହାରେ ମେସ୍‌ କରି ରହୁଛନ୍ତି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି, ଯାହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର।

ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରୁଷ ଛାତ୍ରାବାସ ଉଦ୍‌ଘାଟନକୁ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଛାତ୍ରମାନେ ନବନିର୍ମିତ କୋଠାରେ ରହିବା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏଥିପ୍ରତି ସରକାର, ଉଚ୍ଚ ଶିକ୍ଷା ବିଭାଗ ଏବଂ ଜିଲା ପ୍ରଶାସନ ନଜର ଦେଉ ନ ଥିବାରୁ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ଢେଙ୍କାନାଳ କଲେଜ। ଏଠାକୁ ଜିଲାର ବିଭିନ୍ନ ବ୍ଲକରୁ ବହୁ ଛାତ୍ରୀଛାତ୍ର ପଢ଼ିବାକୁ ଆସିଥାଆନ୍ତି। ସେମାନେ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହି ଶିକ୍ଷା ଗ୍ରହଣ କରିଥାଆନ୍ତି। ଏଠାରେ ଥିବା କପିଳାସ ଛାତ୍ରାବାସ-୧ ଅନ୍ତେବାସୀଙ୍କ ଅଭାବ ପୂରଣ କରିପାରୁ ନ ଥିଲା। ତେଣୁ ଏହାର ନିକଟରେ ନିର୍ମାଣ କରାଯାଇଛି ୩୦୦ ଶଯ୍ୟାବିଶିଷ୍ଟ କପିଳାସ ଛାତ୍ରାବାସ-୨। ପୂର୍ତ୍ତ ବିଭାଗ ତରଫରୁ ୩ ମହଲା ବିଶିଷ୍ଟ ଏହି ହଷ୍ଟେଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ସାଢ଼େ ୪ କୋଟି ଟଙ୍କା। କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ୨୦୧୯ ଜାନୁୟାରୀ ୨୮ରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ଉଦ୍‌ଘାଟନକୁ ଅଢ଼େଇ ବର୍ଷ ବିତିଛି। ହେଲେ ନବନିର୍ମିତ ଛାତ୍ରାବାସରେ ପିଲାଙ୍କ ପାଦ ପଡ଼ିନି। ଅନ୍ତବାସୀଙ୍କ ରହିବା ପାଇଁ ଫର୍ନିଚର ନାହିଁ। ବିଦ୍ୟୁତୀ ସଂଯୋଗୀକରଣ କାର୍ଯ୍ୟ ହୋଇନାହିଁ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅନୁଦାନରେ ଫର୍ନିଚର ଏବଂ ଆଲୋକୀକରଣ ବ୍ୟବସ୍ଥା ସାମିଲ କରାଯାଇ ନ ଥିଲା। ତେଣୁ ଏଭଳି ସମସ୍ୟା ଉପୁଜିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଅପରପକ୍ଷେ କଲେଜ କର୍ତ୍ତୃପକ୍ଷ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ଲାଗି ପର୍ଯ୍ୟାୟକ୍ରମେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଛାତ୍ରାବାସ ଥାଇ ପିଲାମାନେ ବାହାରେ ଅଧିକ ଭଡ଼ା ଦେଇ ରହୁଛନ୍ତି। ଗାନ୍ଧୀ ଜୟନ୍ତୀରେ ବିଧାୟକ ସୁଧୀର କୁମାର ସାମଲ କଲେଜକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ କଲେଜ ଅଧ୍ୟକ୍ଷ ରଣଜିତ ପ୍ରଧାନ ଓ ଆଲୁମ୍‌ନି ଆସୋସିଏଶନ ସଦସ୍ୟ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇବା ପରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଯାହା ନିର୍ଦ୍ଦେଶ ଥିଲା, ତଦନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହୋଇଛି। କଲେଜର ଅଧ୍ୟକ୍ଷ ପ୍ରଧାନ କୁହନ୍ତି, ନୂତନ ଛାତ୍ରାବାସରେ ଫର୍ନିଚର, ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ପିଲାମାନେ ରହିବା ଅସମ୍ଭବ। ଏ ସମ୍ପର୍କରେ ପୂର୍ବରୁ ଜିଲା ଦାୟିତ୍ୱରେ ଥିବା ୨ ଜିଲାପାଳଙ୍କୁ ଅବଗତ କରାଯାଇଛି। ବିଧାୟକଙ୍କ ଦୃଷ୍ଟିକୁ ସମସ୍ୟା ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri