ଅଢ଼େଇ ବର୍ଷ ପରେ ଅନ୍ଧାର

ଢେଙ୍କାନାଳ ଅଫିସ, ୪।୧୦: ସାଢ଼େ ୪ କୋଟି ଟଙ୍କାର ଛାତ୍ରାବାସ। ଉଦ୍‌ଘାଟନକୁ ବିତିଲାଣି ଅଢ଼େଇ ବର୍ଷ। ଅଥଚ କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାରଣ ହଷ୍ଟେଲରେ ନାହିଁ ଫର୍ନିଚର କି ବିଦ୍ୟୁତ୍‌ ସଂଯୋଗ। ଅନ୍ଧକାରମୟ କୋଠାରେ ରହିବା ଅନ୍ତେବାସୀଙ୍କ ପକ୍ଷେ ସମ୍ଭବ ନ ଥିବାରୁ ସେମାନେ ହାତରୁ ଟଙ୍କା ଗଣି ବାହାରେ ମେସ୍‌ କରି ରହୁଛନ୍ତି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି, ଯାହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର।

ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରୁଷ ଛାତ୍ରାବାସ ଉଦ୍‌ଘାଟନକୁ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଛାତ୍ରମାନେ ନବନିର୍ମିତ କୋଠାରେ ରହିବା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏଥିପ୍ରତି ସରକାର, ଉଚ୍ଚ ଶିକ୍ଷା ବିଭାଗ ଏବଂ ଜିଲା ପ୍ରଶାସନ ନଜର ଦେଉ ନ ଥିବାରୁ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ଢେଙ୍କାନାଳ କଲେଜ। ଏଠାକୁ ଜିଲାର ବିଭିନ୍ନ ବ୍ଲକରୁ ବହୁ ଛାତ୍ରୀଛାତ୍ର ପଢ଼ିବାକୁ ଆସିଥାଆନ୍ତି। ସେମାନେ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହି ଶିକ୍ଷା ଗ୍ରହଣ କରିଥାଆନ୍ତି। ଏଠାରେ ଥିବା କପିଳାସ ଛାତ୍ରାବାସ-୧ ଅନ୍ତେବାସୀଙ୍କ ଅଭାବ ପୂରଣ କରିପାରୁ ନ ଥିଲା। ତେଣୁ ଏହାର ନିକଟରେ ନିର୍ମାଣ କରାଯାଇଛି ୩୦୦ ଶଯ୍ୟାବିଶିଷ୍ଟ କପିଳାସ ଛାତ୍ରାବାସ-୨। ପୂର୍ତ୍ତ ବିଭାଗ ତରଫରୁ ୩ ମହଲା ବିଶିଷ୍ଟ ଏହି ହଷ୍ଟେଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ସାଢ଼େ ୪ କୋଟି ଟଙ୍କା। କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ୨୦୧୯ ଜାନୁୟାରୀ ୨୮ରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ଉଦ୍‌ଘାଟନକୁ ଅଢ଼େଇ ବର୍ଷ ବିତିଛି। ହେଲେ ନବନିର୍ମିତ ଛାତ୍ରାବାସରେ ପିଲାଙ୍କ ପାଦ ପଡ଼ିନି। ଅନ୍ତବାସୀଙ୍କ ରହିବା ପାଇଁ ଫର୍ନିଚର ନାହିଁ। ବିଦ୍ୟୁତୀ ସଂଯୋଗୀକରଣ କାର୍ଯ୍ୟ ହୋଇନାହିଁ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅନୁଦାନରେ ଫର୍ନିଚର ଏବଂ ଆଲୋକୀକରଣ ବ୍ୟବସ୍ଥା ସାମିଲ କରାଯାଇ ନ ଥିଲା। ତେଣୁ ଏଭଳି ସମସ୍ୟା ଉପୁଜିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଅପରପକ୍ଷେ କଲେଜ କର୍ତ୍ତୃପକ୍ଷ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ଲାଗି ପର୍ଯ୍ୟାୟକ୍ରମେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଛାତ୍ରାବାସ ଥାଇ ପିଲାମାନେ ବାହାରେ ଅଧିକ ଭଡ଼ା ଦେଇ ରହୁଛନ୍ତି। ଗାନ୍ଧୀ ଜୟନ୍ତୀରେ ବିଧାୟକ ସୁଧୀର କୁମାର ସାମଲ କଲେଜକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ କଲେଜ ଅଧ୍ୟକ୍ଷ ରଣଜିତ ପ୍ରଧାନ ଓ ଆଲୁମ୍‌ନି ଆସୋସିଏଶନ ସଦସ୍ୟ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇବା ପରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଯାହା ନିର୍ଦ୍ଦେଶ ଥିଲା, ତଦନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହୋଇଛି। କଲେଜର ଅଧ୍ୟକ୍ଷ ପ୍ରଧାନ କୁହନ୍ତି, ନୂତନ ଛାତ୍ରାବାସରେ ଫର୍ନିଚର, ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ପିଲାମାନେ ରହିବା ଅସମ୍ଭବ। ଏ ସମ୍ପର୍କରେ ପୂର୍ବରୁ ଜିଲା ଦାୟିତ୍ୱରେ ଥିବା ୨ ଜିଲାପାଳଙ୍କୁ ଅବଗତ କରାଯାଇଛି। ବିଧାୟକଙ୍କ ଦୃଷ୍ଟିକୁ ସମସ୍ୟା ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କ୍ରିକେଟ ଜଗତରେ ହଇଚଇ: ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨।୧୦: ଭାରତର ଦିଗ୍ଗଜ ସ୍ପିନର ଯୁଜବେନ୍ଦ୍ର ଚହଲ ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅର୍ଥାତ୍‌ ଏଣିକି କ୍ରିକେଟପ୍ରେମୀମାନେ ତାଙ୍କୁ ରେଡ-ବଲ କ୍ରିକେଟରେ ଖେଳୁଥିବା ଦେଖିପାରିବେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧୦: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?