Posted inଜାତୀୟ

ସୁଶୀଲ ମୋଦିଙ୍କ ଟୁଇଟ୍‌କୁ ହଟାଇଲା ଟୁଇଟର

ପାଟନା,୨୬ ।୧୧: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପୂର୍ବତନ ମୁଖମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ସହ ଭିତିରିଆ ସମ୍ପର୍କ ଥିବା ଅଭିଯୋଗ କରିଥିଲେ । ଏହାସହ ମୋଦି ଲାଲୁ ଯାଦବଙ୍କ ନମ୍ବର ଟୁଇଟରରେ ଶେୟାର କରିଥିଲେ । ଏବେ ଏହାକୁ ଟୁଇଟର୍ ହଟାଇ ଦେଇଥିବା ଜଣାପଡିଛି । ଟୁଇଟରର କହିବା କଥା ହେଲା ନମ୍ବର ଶେୟାର କରିବା ଅର୍ଥ ନେତାଙ୍କ ନମ୍ବର ସାର୍ବଜନିନ କରିବା ଯାହା ନିୟମର ଉଲ୍ଲଂଘନ ତେଣୁ ଏହାକୁ ହଟାଇ ଦିଆଯାଇଛି । ସୂଚନାଯୋଗ୍ୟ, ସୁଶୀଲ ମୋଦି ଅଭିଯୋଗ କରିଥିଲେ କି ଲାଲୁ ଯାଦବ ଏହି ନମ୍ବରରେ ଭାଜପା ନେତାଙ୍କୁ ଜେଲ୍‌ରୁ ରହି ଫୋନ୍ କରିବା ସହ ତାଙ୍କୁ କିଣିବାକୁ ଚେଷ୍ଟା କରୁଛନ୍ତି । ବିହାର ବିଧାନସଭା ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସୁଶୀଲ ମୋଦି ଏହି ଅଭିଯୋଗ ଆଣିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉଠିଲା ବିବାଦ: ଅନିର୍ଦ୍ଦିଷ୍ଟକାଳ ପାଇଁ ହୋଇପାରେ ବନ୍ଦ

ଶିରିଡି,୧୮।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଠାକରେଙ୍କ ବୟାନକୁ ନେଇ ଶ୍ରଦ୍ଧାଳୁଙ୍କ...

ଭୋଟର ପରିଚୟପତ୍ରରେ ସଂଯୋଗ ହେବ ଆଧାର: ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ା୧(ଆଇଏଏନ୍‌ଏସ୍‌): ଭୋଟର ପରିଚୟପତ୍ର ସହ ଆଧାର ନମ୍ବରକୁ ସଂଯୋଗ କରାଯିବ। ଏଥିପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନୂଆ ଆଇନ ପ୍ରସ୍ତୁତ କରୁଥିବା ଜଣାପଡିଛି। ଅନେକେ ଏକାଧିକ...

କରୋନା ନେଲା ମନ୍ତ୍ରୀଙ୍କ ଜୀବନ

ଲକ୍ଷ୍ନୌ,୧୯।୫: କରୋନା ପୁଣି ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି। ଉତ୍ତରପ୍ରଦେଶର ମୁଜାଫରନଗର ଚରଥାଭାଲ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ବନ୍ୟା ନିୟନ୍ତ୍ରଣ ଏବଂ ରାଜସ୍ବ ମନ୍ତ୍ରୀ...

ମୁମ୍ବାଇରେ ବର୍ଷା ବିତ୍ପାତ: ୩୨ ମୃତ

ମୁମ୍ବାଇ, ୧୯।୭: ମୁମ୍ବାଇରେ ରାତି ସାରା ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟି କେତେକ ଘର ଭୁଶୁଡ଼ି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବଜ୍ରପାତରେ...

ଭାରତୀୟ ରାଜନୀତିର ନଟଓ୍ବରଲାଲ ଲାଲୁ-ରାହୁଲଙ୍କୁ ଅନୁସରଣ କରୁଛନ୍ତି: କେଜରିଓ୍ବାଲଙ୍କୁ ନେଇ ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୧୩।୪ : ଭାରତୀୟ ରାଜନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନଟଓ୍ବରଲାଲ ସାଜିଛନ୍ତି। ସେ ଲାଲୁ ପ୍ରସାଦ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଥିବା...

ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଙ୍କ ମତଭେଦ, ନିର୍ବାଚନଠାରୁ ଦୂରେଇ ରହିବ ଟିଏମସି

ନୂଆଦିଲ୍ଲୀ,୨୨ ।୭: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଏକାଠି ରହିପାରିଲେ ନାହିଁ । ଏମାନଙ୍କ ମତଭେଦ ଯୋଗୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବହୁ ସଂଖ୍ୟା ବ୍ୟବଧାନରେ...

ଆସାମ ବନ୍ୟା: ଚଳିତ ବର୍ଷ ମୃତକଙ୍କ ସଂଖ୍ୟା ୧୧୭

ଗୁଆହାଟି,୨୫ ।୬: ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଜିଲାରେ ଏବେବି ନଦୀର ଜଳସ୍ତର...

ପ୍ରଶ୍ନ ଘେରରେ ଏନ୍‌କାଉଣ୍ଟର

୨୦୧୨ ଡିସେମ୍ବର ୧୬ ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡକୁ ୭ ବର୍ଷ ପୂରିବାକୁ ଯାଉଛି। ଏହି ମାମଲାର ଦୋଷୀମାନଙ୍କୁ ଫାଶୀଖୁଣ୍ଟ ଅପେକ୍ଷା କରିଥିବାବେଳେ ଗତ ୨୭ରେ...

Advertisement
Archives

Model This Week