![](https://www.dharitri.com/wp-content/uploads/2022/09/Twitter.jpg)
ଓ୍ବାଶିଂଟନ୍,୪।୧୧: ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଟୁଇଟର୍ ବିଶ୍ୱର ଅନେକ ସ୍ଥାନରେ ଡାଉନ୍ ରହିଛି। କିଛି ବ୍ୟବହାରକାରୀ ଏହାକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଭୋର ୩ଟାରୁ ଏହି ଅସୁବିଧା ଦେଖାଯାଇଛି। ଡାଉନ ଡିଟେକ୍ଟର ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୨୦୦ ଲୋକ ଟୁଇଟର୍ ବନ୍ଦ ହୋଇଥିବାର ରିପୋର୍ଟ କରିଛନ୍ତି। କେବଳ ୬ ପ୍ରତିଶତ ଲୋକ ଟୁଇଟର୍ ଆପ ବିଷୟରେ ଅଭିଯୋଗ କରିଛନ୍ତି।
ଏଲନ ମସ୍କ ଟୁଇଟର୍ ମାଲିକ ହେବା ମାତ୍ରେ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ବଡ କର୍ମଚାରୀଙ୍କୁ ବିଦା କରିଦେଇଥିଲେ। ସେହି ଦିନଠାରୁ ଛଟେଇ ଚାଲିଛି।