Posted inଜାତୀୟ

‘ମତ ଦେବାର ଅଧିକାରରୁ ମୋତେ ବଞ୍ଚିତ କରିଛି ଟୁଇଟର’

ନୂଆଦିଲ୍ଲୀ,୧୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାହୁଲ କହିଛନ୍ତି, ଟୁଇଟର ତାଙ୍କ ଆକାଉଣ୍ଟକୁ ବ୍ଳକ୍‌ କରି ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି। ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସଙ୍କୁ ମତାମତ ଦେବା ଅଧିକାରରୁ ବଞ୍ଚତ୍ତ କରିଛି। ଏହାକୁ ସେ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଅଭିହିତ କରିବା ସହ ଟୁଇଟରର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷେ ରାହୁଲଙ୍କ ଟୁଇଟର ଆକାଉଣ୍ଟକୁ ସାମୟିକ ଭାବେ ଏହି ସାଇଟ୍‌ ଲକ୍‌ କରିଦେଇଥିବାରୁ ଭାଜପା ପକ୍ଷରୁ କଟାକ୍ଷ କରାଯାଇଛି। ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟ କହିଛନ୍ତି, ଯେତେବେଳେ କେନ୍ଦ୍ର ସରକାର ସୋସିଆଲ ମିଡିଆ ୟୁଜର୍ସଙ୍କୁ ସଶକ୍ତ କରିବା ପାଇଁ ନୂଆ ନିୟମ ଆଣିଲେ ସେତେବେଳେ କଂଗ୍ରେସ ବଡ଼ପାଟିରେ ଚିତ୍କାର କରୁଥିଲା। ଏବେ ରାହୁଲ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ପଛରେ ଲୁଚିପାରିବେ ନାହିଁ ବୋଲି ତେଜସ୍ବୀ ସମାଲୋଚନା କରିଛନ୍ତି। ଇତିମଧ୍ୟରେ ଯେଉଁ ପ୍ରସଙ୍ଗକୁ ନେଇ ରାହୁଲଙ୍କ ଟୁଇଟର ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି ସେହି କାରଣରୁ ତାଙ୍କ ଉନ୍‌ଷ୍ଟାଗ୍ରାମ ପ୍ରୋଫାଇଲ୍‌ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌) ଫେସ୍‌ବୁକ୍‌ ନିକଟରେ ଦାବି କରିଛନ୍ତି। ପ୍ରକାଶ ଯେ, ଦକ୍ଷିଣପଶ୍ଚିମ ଦିଲ୍ଲୀରେ ଜଣେ ଦଳିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ରାହୁଲ ମୃତ ଝିଅର ମା’ବାପାଙ୍କ ଫଟୋକୁ ଟୁଇଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଆସନ ଛାଡିବାର ୮ ବର୍ଷ ପରେ ମୋଦି ସରକାରରେ ମିଳିଲା ମନ୍ତ୍ରୀପଦ

ନୂଆଦିଲ୍ଲୀ,୧।୬: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାରଲୋକ ସଭା ଆସନର ଏମ୍‌ପି ଡା. ରମେଶ ପୋଖରିୟାଲ ନିଶଙ୍କ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳର ରାଷ୍ଟ୍ରୀୟ...

ଶିରିଡି ବନ୍ଦ: ସୋମବାର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିରୋଧ କରି ରବିବାର ଶିରିଡି ବନ୍ଦ ପାଳନ କରାଯାଇଥିଲା। ଶିରିଡି ରାସ୍ତାରେ...

ସନ୍ତାନ ପ୍ରସବ କଲେ କରୋନା ପଜିଟିଭ ମହିଳା

ଆଗ୍ରା,୩୦।୪: ଉତ୍ତରପ୍ରଦେଶ ଆଗ୍ରାରେ ଜଣେ କରୋନା ପଜିଟିଭ ମହିଳା ଗୁରୁବାର ସିଜରିଆନ ସେକ୍ସନ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିଛନ୍ତି। ସରୋଜିନି ନାଇଡୁ ମେଡିକାଲରେ ସେ...

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ...

୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ଭାଜପା: ରାମ ମାଧବ

ଅଗରତାଲା,୮।୬: ଦେଶରେ କଂଗ୍ରେସ ଦଳ ନାମରେ ଅଧିକ ସମୟ ଧରି କ୍ଷମତାରେ ରହିବାର ରେକର୍ଡ ଅଛି। ତେବେ ଏହି ରେକର୍ଡ ଭାଜପା ଭାଙ୍ଗିବା ସହିତ ୨୦୪୭...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୬: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ରବିିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର କିଗମ୍‌ର ଦରମଦୋରା ଅଞ୍ଚଳରେ କିଛି...

ଗୋଟିଏ ଆସନରେ ଦୁଇଭାଇଙ୍କ ମଧ୍ୟରେ ଲଢ଼େଇ

ଶିବମୋଗା, ୧୪ା୪: କର୍ନାଟକ ଶିବମୋଗା ଜିଲାର ସୋରାବା ଆସନରେ ଦୁଇଭାଇ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌. ବାଙ୍ଗାରାପ୍ପାଙ୍କ ଦୁଇ ପୁଅ କୁମାର...

ପୁଣି ବଢିଲା ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨।୪: ଲଗାତର ଭାବେ ବଢିଚାଲିଛି ତେଲଦର । ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ଶନିବାର ପେଟ୍ରୋଲ ଓ ଡିଜେଲ ୮୦ ପଇସା ବଢ଼ିଛି। ଓଡିଶାରେ...

Advertisement
Archives

Model This Week