ହ୍ୱିସଲବ୍ଲୋୟରଙ୍କୁ ଚୁପ ରହିବାକୁ ଦିଆଯାଇଥିଲା ୭୦ ଲକ୍ଷ ଡଲାର, ମସ୍କ ଓକିଲଙ୍କ ଗୁରୁତର ଅଭିଯୋଗ

ୱାଶିଂଟନ,୯ ।୯: ଏଲନ ମସ୍କ ଓ ଟୁଇଟର ମଧ୍ୟରେ ୪୪ ଅରବ ଡଲାରର ଡିଲ ଭାଙ୍ଗିଯିବା ପରେ ଏବେ ଦୁଇ ପକ୍ଷଙ୍କ ମଧ୍ୟରେ ଆଇନର ଲଢେଇ ଜାରି ରହିଛି । ଇତିମଧ୍ୟରେ ମସ୍କଙ୍କ ଓକିଲ ସୋସିଆଲ ମିଡିଆ କମ୍ପାନୀ ଟୁଇଟରକୁ ନେଇ ଖୁବ ବଡ ତଥ୍ୟ ପ୍ରକାଶ କରିଛନ୍ତି । ମସ୍କଙ୍କ ଓକିଲ ଦାବି କରିଛନ୍ତି ଟୁଇଟର ଗୋଟିଏ ହ୍ୱିଲସବ୍ଲୋୟରର ମୁହଁ ବନ୍ଦ କରିବାକୁ ୭୦ ଲକ୍ଷ ଡଲାର ଦେଇଛି । ଏହି ହ୍ୱିଲସବ୍ଲୋୟର ଟୁଇଟରର ପରିଚାଳନା ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲା ।
ସୂଚନାଯୋଗ୍ୟ, ୪୪ ଅରବ ଡଲାର ଡିଲ ମାମଲାର ଶୁଣାଣି ସେପ୍ଟେମ୍ବର ୬ରେ କୋର୍ଟରେ ହୋଇଥିଲା । ଏହି ସମୟରେ ମସ୍କଙ୍କ ଓକିଲ ଏଲେକ୍ସ ସ୍ପିରୋ କହିଥିଲେ, ଏକ ହ୍ୱିଲସବ୍ଲୋୟର ପିଟର ଜାଟକୋକୁ ଚୁପ ରହିବାକୁ ୭୦ ଲକ୍ଷ ଡଲାର ଦିଆଯାଇଥିଲା । ସେ କହିଥିଲେ ମାମଲା ସହ ପରିଚିତ ଲୋକେ କହିଥିଲେ କି ଉକ୍ତ ଅର୍ଥ ଜାଟକୋକୁ ଦେବା ପାଇଁ ଥିଲା ।
ଅନ୍ୟପଟେ ମସ୍କଙ୍କ ଓକିଲଙ୍କ ଦାବିକୁ ଟୁଇଟର ଖାରଜ କରି ଦେଇଛି । ଟୁଇଟର କହିଛି କମ୍ପାନୀର ପୂର୍ବତନ ସୁରକ୍ଷା ଅଧିକାରୀ ଜାଟକୋକୁ କୌଣସି ଅର୍ଥ ଦିଆଯାଇନାହିଁ । ସୂଚନାଯୋଗ୍ୟ, ୱାଲ ଷ୍ଟ୍ରିଟ ଜର୍ନାଲ ଗୁରୁବାର ଏହି ଅର୍ଥ କାରବାରକୁ ନେଇ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟ ଅନୁଯାୟୀ, ଜାଟକୋକୁ ଟୁଇଟର ଛାଡିବା ପରେ ଯେଉଁ ଅର୍ଥ ରାଶି ଦିଆଯାଇଥିଲା ଏହା ଏକ ସମାଧାନର ଅଂଶ ଥିଲା । ଏହି ଚୁକ୍ତି ଜାଟୋକୋକୁ ସର୍ବସାଧାରଣରେ କହିବା ପାଇଁ ଅନୁମତି ଦେଲାନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ୍‌ଙ୍କୁ ନେଇ ଟିପ୍ପଣି ଦେଲା ଚାଇନା

ବେଜିଂ,୨୩ ।୧୧: ବାଇଡେନ୍ ଜଣେ ଦୁର୍ବଳ ରାଷ୍ଟ୍ରପତି । ତେଣୁ ଭବିଷ୍ୟତରେ ଆମେରିକା-ଚାଇନା ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ ବୋଲି କହିଛି ଚାଇନା ।...

ଶ୍ରୀଲଙ୍କାରେ ହାହାକାର, ୬୦ ଲକ୍ଷରୁ ଅଧିକ ଲୋକ ଉପାସ …

କଲମ୍ବୋ, ୧୬।୭ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କ ପାଇଁ ଦୁଇବେଳା ଦୁଇମୁଠା ଖାଦ୍ୟ...

ନ୍ୟାଶନାଲ ରିଫ୍ରେଶମେଣ୍ଟ୍‌ ଡେ’: ବ୍ୟସ୍ତବହୁଳ ଜୀବନରେ ମନ ହାଲୁକା କରେ

ପ୍ରତିବର୍ଷ ଜୁଲାଇ ଚତୁର୍ଥ ଗୁରୁବାର ନ୍ୟାଶନାଲ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ୨୦୧୮ରେ ଏହିି ଦିବସ ଜୁଲାଇ ୨୬ ଓ ୨୦୧୯ରେ ଜୁଲାଇ ୨୫ରେ ପାଳନ...

ଆମେରିକା ନିର୍ବାଚନ ସଭାରେ ପଢାଯାଉଛି ବେଦ, ମହାଭାରତ ଶ୍ଳୋକ !

ଓ୍ବାଶିଂଟନ,୧୭।୮: ଆଗକୁ ପାଖେଇ ଆସୁଛି ଆମେରିକା ନିର୍ବାଚନ। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀର ଆରମ୍ଭ ଅନ୍‌ଲାଇନ୍‌ ସର୍ବଧର୍ମ ପ୍ରାର୍ଥନା ସଭା ସହ ଆରମ୍ଭ ହୋଇଛି। ଏଥିରେ...

ଆମେରିକାର ନ୍ୟୁ-ଜର୍ସିରେ ଗୁଳିକାଣ୍ଡ, ଜଣେ ପୋଲିସ କର୍ମୀଙ୍କ ସମେତ ୬ ମୃତ

ଓ୍ବାଶିଂଟନ୍‌,୧୧।୧୨: ଆମେରିକା ନ୍ୟୁ ଜର୍ସିରେ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଲୋକ ଭିଡ ଥିବା...

୧୧୮ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିଥିବା ଲଭ୍‌ ମଦରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ବେଜିଂ,୨୮।୭: ଚାଇନାରେ ୧୧୮ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ମହିଳାଙ୍କୁ ଠକାମି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦ ବର୍ଷ ଜେଲ୍‌...

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ ଅଗ୍ନି ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। ଏହା ସାଧାରଣ ଅଗ୍ନି ନିର୍ବାପକ...

ଅଢ଼େଇ କୋଟିରେ ନିଲାମ ହେଲା ଚଷମା…

ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର...

Advertisement
Archives

Model This Week