ହ୍ୱିସଲବ୍ଲୋୟରଙ୍କୁ ଚୁପ ରହିବାକୁ ଦିଆଯାଇଥିଲା ୭୦ ଲକ୍ଷ ଡଲାର, ମସ୍କ ଓକିଲଙ୍କ ଗୁରୁତର ଅଭିଯୋଗ

ୱାଶିଂଟନ,୯ ।୯: ଏଲନ ମସ୍କ ଓ ଟୁଇଟର ମଧ୍ୟରେ ୪୪ ଅରବ ଡଲାରର ଡିଲ ଭାଙ୍ଗିଯିବା ପରେ ଏବେ ଦୁଇ ପକ୍ଷଙ୍କ ମଧ୍ୟରେ ଆଇନର ଲଢେଇ ଜାରି ରହିଛି । ଇତିମଧ୍ୟରେ ମସ୍କଙ୍କ ଓକିଲ ସୋସିଆଲ ମିଡିଆ କମ୍ପାନୀ ଟୁଇଟରକୁ ନେଇ ଖୁବ ବଡ ତଥ୍ୟ ପ୍ରକାଶ କରିଛନ୍ତି । ମସ୍କଙ୍କ ଓକିଲ ଦାବି କରିଛନ୍ତି ଟୁଇଟର ଗୋଟିଏ ହ୍ୱିଲସବ୍ଲୋୟରର ମୁହଁ ବନ୍ଦ କରିବାକୁ ୭୦ ଲକ୍ଷ ଡଲାର ଦେଇଛି । ଏହି ହ୍ୱିଲସବ୍ଲୋୟର ଟୁଇଟରର ପରିଚାଳନା ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲା ।
ସୂଚନାଯୋଗ୍ୟ, ୪୪ ଅରବ ଡଲାର ଡିଲ ମାମଲାର ଶୁଣାଣି ସେପ୍ଟେମ୍ବର ୬ରେ କୋର୍ଟରେ ହୋଇଥିଲା । ଏହି ସମୟରେ ମସ୍କଙ୍କ ଓକିଲ ଏଲେକ୍ସ ସ୍ପିରୋ କହିଥିଲେ, ଏକ ହ୍ୱିଲସବ୍ଲୋୟର ପିଟର ଜାଟକୋକୁ ଚୁପ ରହିବାକୁ ୭୦ ଲକ୍ଷ ଡଲାର ଦିଆଯାଇଥିଲା । ସେ କହିଥିଲେ ମାମଲା ସହ ପରିଚିତ ଲୋକେ କହିଥିଲେ କି ଉକ୍ତ ଅର୍ଥ ଜାଟକୋକୁ ଦେବା ପାଇଁ ଥିଲା ।
ଅନ୍ୟପଟେ ମସ୍କଙ୍କ ଓକିଲଙ୍କ ଦାବିକୁ ଟୁଇଟର ଖାରଜ କରି ଦେଇଛି । ଟୁଇଟର କହିଛି କମ୍ପାନୀର ପୂର୍ବତନ ସୁରକ୍ଷା ଅଧିକାରୀ ଜାଟକୋକୁ କୌଣସି ଅର୍ଥ ଦିଆଯାଇନାହିଁ । ସୂଚନାଯୋଗ୍ୟ, ୱାଲ ଷ୍ଟ୍ରିଟ ଜର୍ନାଲ ଗୁରୁବାର ଏହି ଅର୍ଥ କାରବାରକୁ ନେଇ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟ ଅନୁଯାୟୀ, ଜାଟକୋକୁ ଟୁଇଟର ଛାଡିବା ପରେ ଯେଉଁ ଅର୍ଥ ରାଶି ଦିଆଯାଇଥିଲା ଏହା ଏକ ସମାଧାନର ଅଂଶ ଥିଲା । ଏହି ଚୁକ୍ତି ଜାଟୋକୋକୁ ସର୍ବସାଧାରଣରେ କହିବା ପାଇଁ ଅନୁମତି ଦେଲାନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri