Posted inଜାତୀୟ

ଟୁଇଟର-କେନ୍ଦ୍ର ଶୀତଳଯୁଦ୍ଧ

ନୂଆଦିଲ୍ଲୀ,୬।୬: ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟୁଇଟର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମସୀମାରେ ପହଞ୍ଚତ୍ଛି। ସେତେବେଳେ କୃଷକଙ୍କ ଧାରଣାସ୍ଥଳକୁ ଦିଲ୍ଲୀ ପୋଲିସ କଣ୍ଟକିତ ତାରବାଡ଼ରେ ଘେରିଥିଲା, ଯାହାର ଦୃଶ୍ୟ ଟୁଇଟର ଜରିଆରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲା। କରୋନା ଭାଇରସ୍‌ର ଦ୍ୱିତୀୟ ଲହର ବେଳେ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଥିବା ରୋଗୀ ଅକ୍ସିଜେନ ଅଭାବରୁ ମରୁଥିବା ଦୃଶ୍ୟ ମଧ୍ୟ ସର୍ବାଧିକ ଶେୟାର କରାଯାଇଛି ଟୁଇଟରରେ। ସେହିପରି ମହାମାରୀ ସମୟରେ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣକୁ ବିରୋଧ ସାମାଜିକ ଗଣମାଧ୍ୟମରେ ଛାଇ ହୋଇରହିଥିଲା। କେନ୍ଦ୍ରରେ କ୍ଷମତାସୀନ ଭାଜପା ଏହାକୁ କଂଗ୍ରେସର ଟୁଲକିଟ୍‌ ଆଖ୍ୟାଦେଇ ଟୁଇଟର ଉପରେ ଦୋଷ ଲଦିଥିଲା। ଜବାବରେ ଟୁଇଟର ଭାଜପା ମୁଖପାତ୍ର ସମ୍ବିତ ପାତ୍ରଙ୍କ ପୋଷ୍ଟକୁ ‘ମାନିପୁଲେଟେଡ୍‌ ମିଡିଆ’ର ଟ୍ୟାଗ୍‌ ଦେଇଥିଲା। ମେ’ ୨୪ରେ ଦିଲ୍ଲୀ ପୋଲିସର ୬ ଜଣିଆ ଟିମ୍‌ ଟୁଇଟରର ଗୁରୁଗ୍ରାମ ଓ ଲାଡୋସରାୟ ଅଫିସରେ ପହଞ୍ଚତ୍ବା ପରେ ଏହି ପ୍ଲାଟ୍‌ଫର୍ମ ଅସନ୍ତୋଷ ବ୍ୟକ୍ତ କରିଥିଲା। ଇତିମଧ୍ୟରେ କେନ୍ଦ୍ର ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ପାଇଁ ନୂଆ ଆଇନ ଆଣିଥିବାବେଳେ ଟୁଇଟର ବ୍ୟତୀତ ଅନ୍ୟ ସାଇଟ୍‌ଗୁଡ଼ିକ ଏହାକୁ ମାନିବାକୁ ରାଜି ହୋଇଛନ୍ତି। ଗତ ୨୭ ତାରିଖରେ ଟୁଇଟର ଡିଜିଟାଲ ନିୟମଗୁଡ଼ିକ ଉପରେ ଆପତ୍ତି ଉଠାଇ ଏହା ‘ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ବିପଦ’ ବୋଲି ଦର୍ଶାଇଥିଲା। ଫଳରେ ଟୁଇଟର ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରକୁ ବଦନାମ କରିବା ପାଇଁ ଉଦ୍ୟମ ଚଳାଇଥିବା କେନ୍ଦ୍ର ସରକାର ସମାଲୋଚନା କରିଥିଲେ। ଶନିବାର କେନ୍ଦ୍ର ପକ୍ଷରୁ ଟୁଇଟରକୁ ଶେଷ ନୋଟିସ ପଠାଯିବା ସହ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ନୂଆ ସୂଚନା ପ୍ରଯୁକ୍ତି ନିୟମାବଳୀ, ୨୦୨୧ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ଶନିବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟୁଇଟରକୁ ଚୂଡ଼ାନ୍ତ ନୋଟିସ ପଠାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପଠାଇଥିବା ନୋଟିସ୍‌ରେ କୁହାଯାଇଛି, ମନ୍ତ୍ରଣାଳୟ ପୂର୍ବରୁ ଯେଉଁ ଚିଠିଗୁଡ଼ିକ ପଠାଇଥିଲା ସେଥିରେ ଟୁଇଟରର ଜବାବ ନୈରାଶ୍ୟଜନକ। ଏହା ମନ୍ତ୍ରଣାଳୟକୁ ନା ସ୍ପଷ୍ଟୀକରଣ ଦେଇଛି, ନା ନିୟମାବଳୀ ସମ୍ପୂର୍ଣ୍ଣ ଅନୁପାଳନ କରିବ ବୋଲି ସୂଚାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟୁଇଟର ଜବାବରେ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସରଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇନାହିଁ। ଜଣେ କମ୍ପ୍ଲିଆନ୍ସ ଅଫିସରଙ୍କ ସମେତ କମ୍ପାନୀର ଜଣେ କର୍ମଚାରୀଙ୍କୁ ଗ୍ରିଭାନ୍ସ ଅଫିସର ଏବଂ ଅନ୍ୟ ଜଣେ ନୋଡାଲ କଣ୍ଟାକ୍ଟ ପର୍ସନ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାର ଉକ୍ତ ମାଇକ୍ରୋ-ବ୍ଲଗିଂ ପ୍ଲାଟ୍‌ଫର୍ମକୁ ନିର୍ଦ୍ଦେଶ ଦେଇଥିଲେ। ସଦ୍ଦିଚ୍ଛା ପୂର୍ବକ ଟୁଇଟରକୁ ଶେଷ ନୋଟିସ୍‌ ପଠାଯାଇ ତୁରନ୍ତ ନିୟମାବଳୀ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଅନୁପାଳନ ନ କଲେ ଟୁଇଟର ଆଇଟି ଆଇନରେ ଥିବା ଉତ୍ତରଦାୟିତ୍ୱ କ୍ଷମା ପାଇବା ସୁଯୋଗ ହରାଇବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଡିଜିଟାଲ ମିଡ଼ିଆ ପାଇଁ ସରକାରଙ୍କ ନୂଆ ଆଇଟି ନିୟମାବଳୀକୁ ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ଅନୁପାଳନ କରିବାକୁ ପଡ଼ିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ କହିଥିଲେ। ଟୁଇଟର ନିୟମାବଳୀ ପାଳନ କରିବା ସହ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଥିବା କୋର୍ଟଙ୍କୁ ଜଣାଇଥିଲା ଓ ପିଟିଶନର ଜବାବ ରଖିବ ବୋଲି କହିଥିଲା। କିନ୍ତୁ କେନ୍ଦ୍ର ସରକାର ଉକ୍ତ ଦାବିକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ନୂଆ ଡିଜିଟାଲ ନିୟମାବଳୀ ଅନୁଯାୟୀ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଏବଂ ଟୁଇଟର ଭଳି ସୋସିଆଲ ମିଡିଆ କମ୍ପାନୀକୁ ମେସେଜଗୁଡ଼ିକର ସୃଷ୍ଟିକର୍ତ୍ତାଙ୍କୁ ୩୬ ଘଣ୍ଟା ମଧ୍ୟରେ ଚିହ୍ନଟ କରିବା ସହ ମୁଖ୍ୟ କମ୍ପ୍ଲିଆନ୍ସ ଅଫିସର, ଯୋଗାଯୋଗ ପାଇଁ ନୋଡାଲ ଅଫିସର ଏବଂ ଆବାସିକ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିବା ଲାଗି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?