Posted inଖେଳ

୬୯ ବର୍ଷ ପରେ କ୍ରିକେଟ ପଡିଆରେ ଘଟିଲା ଏମିତି ଚମତ୍କାର

ପ୍ରାୟତଃ କ୍ରିକେଟ ପଡ଼ିଆର ଖେଳାଳିମାନେ ବଲ ଏବଂ ବ୍ୟାଟ ସହିତ ଏକ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ସେମାନଙ୍କ ଦଳକୁ ଜିତିବାରେ ସାହାଯ୍ୟ କରନ୍ତି। କିନ୍ତୁ ଏହା ବହୁତ କ୍ୱଚିତ୍‌ ଘଟେ ଯେତେବେଳେ ସମାନ ମ୍ୟାଚରେ ଦୁଇ ଯାଆଁଳା ଭାଇ ଉଭୟ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ଦଳକୁ ଜିତାନ୍ତି। ମଙ୍ଗଳବାର ଇଂଲଣ୍ଡର ପ୍ରଥମ ଶ୍ରେଣୀ ଚାମ୍ପିଅନସିପ ବବ ୱିଲିସ ଟ୍ରଫିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ସମରସେଟ ପାଇଁ ଖେଳୁଥିବା କ୍ରେଗ ଓଭରଟନ ଏବଂ ଜାମି ଓଭରଟନ ମାତ୍ର ଦୁଇ ଦିନ ମଧ୍ୟରେ ନିଜ ଦଳକୁ ବିଜୟ ପ୍ରଦାନ କରିଥିଲେ। ଦୁଇ ଭାଇ ଅର୍ଦ୍ଧଶତକ ସହ ୪-୪ ୱିକେଟ ନେଇଥିଲେ। ଦ୍ୱିତୀୟ ଇନିଂସରେ କ୍ରେଗ ଓଭରଟନ ୫୩ ଏବଂ ଜାମି ଓଭରଟନ ୬୮ ରନ ସଂଗ୍ରହ କରିଥିଲେ। ଏଥି ସହିତ କ୍ରେଗ ଓଭରଟନ ପ୍ରଥମ ଇନିଂସରେ ମାତ୍ର ୧୨ ରନ ଦେଇ ୪ ଉଇକେଟ ନେଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ୪ ୱିକେଟ ନେଇ ଜାମି ଓଭରଟନ ତାଙ୍କ ଦଳକୁ ବିଜୟରେ ନେଇଥିଲେ।

ଓଭରଟନ ଭାଇଙ୍କ ଦ୍ୱାରା ହାସଲ କରାଯାଇଥିବା ଏହି କାରନାମା ୬୯ ବର୍ଷ ପୂର୍ବେ ୧୯୫୧ରେ କରାଯାଇଥିଲା। ୧୯୫୧ରେ ବେଡସର ଭାଇମାନେ ଅର୍ଦ୍ଧଶତକ ସହ ଗ୍ଲାମରଗାନ ବିପକ୍ଷରେ ୪-୪ ଉଇକେଟ ନେଇଥିଲେ। ୬୬ ପ୍ରଥମ ଶ୍ରେଣୀ ମ୍ୟାଚରେ ଜାମି ଓଭରଟନ ୧୭୬ ଉଇକେଟ ନେଇଥିବାବେଳେ କ୍ରେଗ ଓଭରଟନ ୯୧ ପ୍ରଥମ ଶ୍ରେଣୀ ମ୍ୟାଚ ରେ ୩୦୩ ଉଇକେଟନେଇଛନ୍ତି। କ୍ରେଗ ଓଭରଟନ ଇଂଲଣ୍ଡ ପାଇଁ ୪ ଟି ଟେଷ୍ଟ ଏବଂ ଗୋଟିଏ ଦିନିକିଆ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri