ଟ୍ରୋଲ ହେଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରି ଉଭୟ ଦର୍ଶକଙ୍କ ହୃଦୟରେ ରହିବାକୁ ଚାହାନ୍ତି । ହେଲେ ବେଳେ ବେଳେ ଏମାନେ ଟ୍ରୋଲର ବି ଶିକାର ହୋଇଥାଆନ୍ତି । ନିକଟରେ ଅକ୍ଷୟ ପାନ ମସଲାର ବିଜ୍ଞାପନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏମିତିକି ଶେଷରେ ସେ କ୍ଷମା ବି ମାଗିଥିଲେ । ଏକଥା ମନରୁ ପାସୋରି ନ ହେଉଛି ଏବେ ଟ୍ରୋଲ ହୋଇଛନ୍ତି ତାଙ୍କ ପତ୍ନୀ ତଥା ବଲିଉଡର ପୁରୁଣା ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା । ନିକଟରେ ସେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରି ଟ୍ରୋଲ ହୋଇଛନ୍ତି । ପ୍ରଥମେ ୨୦୧୭ରେ ସେ ଏଥିପାଇଁ ଟ୍ରୋଲର ଶିକାର ହୋଇଥିଲେ ବି ଏବେ ପୁଣିଥରେ ଏହାକୁ ଶେୟାର କରିଛନ୍ତି । ୨୦୧୭ରେ ସେ ଏହି ଫଟୋଶୁଟ କ୍ୟାଲେଣ୍ଡର ପାଇଁ କରିଥିବା ଜଣାପଡିଛି । ଫଟୋଟିରେ ଟ୍ୱିଙ୍କଲ ଏକ ବହି ଗଦା ଉପରେ ବସିଛନ୍ତି । ଏମିତିକି କିଛି ବହି ଉପରେ ସେ ତାଙ୍କ ପାଦ ରଖିଛନ୍ତି । ଏହାକୁ ଦେଖିବା ପରେ ମେଜର ସୁରେନ୍ଦ୍ର ପୁନିଆ ଏହି ଟୁଇଟକୁ ନିଜ ଟୁଇଟରରେ ଶେୟାର କରି ଲେଖିଛନ୍ତି, ପିଲାମାନେ ପଚାରୁଛନ୍ତି ଏ ଦେବୀ ସରସ୍ୱତୀ ମାଆଙ୍କ ଉପରେ କାହିିଁକି ବସିଛନ୍ତି । ଏହାର ଉତ୍ତରରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି । କେହି ଜଣେ ୟୁଜର୍ସ ଲେଖିଛନ୍ତି ମସ୍ତିସ୍କ ତଳକୁ ଚାଲିଯାଇଛି । ଆଉ ଜଣେ ଲେଖିଛନ୍ତି, ସେ ଦେବୀ ନୁହେଁ ରାକ୍ଷସୀ । ଅନ୍ୟ ଜଣେ ଲେଖିଛନ୍ତି ତାଙ୍କ ସ୍ୱାମୀ ମୋଦିଙ୍କ ଭକ୍ତ ଆଉ ଏ ହେଉଛନ୍ତି ତାଙ୍କ ପତ୍ନୀ ।
ସୂଚନାଯାଗ୍ୟ, ଏକ ମାଗାଜିନ ପାଇଁ ଟ୍ୱିଙ୍କଲ ଏହି ଫଟୋଶୁଟ ୨୦୧୭ ମସିହାରେ କରିଥିଲେ । ସେତେବେଳ ସେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିବା ସହ ଏକ ଲମ୍ବା ଚଉଡା ନୋଟ ବି ଶେୟାର କରିଥିଲେ । ସେତେବେଳେ ବି ସେ ଏହାକୁ ନେଇ ଟ୍ରୋଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହାତକୁ ଦି’ ହାତ ହେବେ ଆଲିଆ-ରଣବୀର

ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍‌ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା...

‘ପଠାନ୍‌’ ପାଇଁ ଷ୍ଟାର୍‌କାଷ୍ଟ୍‌ ନେଇଛନ୍ତି ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପଠାନ୍‌’ ବହୁ ବିବାଦ ପରେ ବୁଧବାର ମୁକ୍ତିଲାଭ କରିଛି। ଯାହା ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି।...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

ବିଜୟ ସେତୁପତିଙ୍କ ଶୁଟିଂ ସେଟରେ ଦୁର୍ଘଟଣା: ୨୦ ଫୁଟ ଉଚ୍ଚରୁ ଖସି ଷ୍ଟଣ୍ଟମ୍ୟାନ୍‌ଙ୍କ ମୃତ୍ୟୁ…

ଚେନ୍ନାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ବିଜୟ ସେତୁପତିଙ୍କ ଫିଲ୍ମ ସେଟରେ ଏକ ଦୁର୍ଘଟଣା...

୩୩ ବର୍ଷ ବୟସରେ ଲତା ମଞ୍ଜେସକରଙ୍କୁ ଦିଆଯାଇଥିଲା ବିଷ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ...

ଏହି ରୋଗରେ ଆକ୍ରାନ୍ତ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସେ ବାରମ୍ବାର କ୍ଲିନିକ୍‌ ଯାଉଥିବା ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ...

ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି।...

ଅଭିନେତାଙ୍କୁ ପୁଣି କରୋନା

ବମ୍ବେ: ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ସୋସିଆଲ ମିଡିଆରେ ଏନେଇ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। କାର୍ତ୍ତିକ...

Advertisement
Archives

Model This Week