ଟ୍ରୋଲ ହେଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରି ଉଭୟ ଦର୍ଶକଙ୍କ ହୃଦୟରେ ରହିବାକୁ ଚାହାନ୍ତି । ହେଲେ ବେଳେ ବେଳେ ଏମାନେ ଟ୍ରୋଲର ବି ଶିକାର ହୋଇଥାଆନ୍ତି । ନିକଟରେ ଅକ୍ଷୟ ପାନ ମସଲାର ବିଜ୍ଞାପନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏମିତିକି ଶେଷରେ ସେ କ୍ଷମା ବି ମାଗିଥିଲେ । ଏକଥା ମନରୁ ପାସୋରି ନ ହେଉଛି ଏବେ ଟ୍ରୋଲ ହୋଇଛନ୍ତି ତାଙ୍କ ପତ୍ନୀ ତଥା ବଲିଉଡର ପୁରୁଣା ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା । ନିକଟରେ ସେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରି ଟ୍ରୋଲ ହୋଇଛନ୍ତି । ପ୍ରଥମେ ୨୦୧୭ରେ ସେ ଏଥିପାଇଁ ଟ୍ରୋଲର ଶିକାର ହୋଇଥିଲେ ବି ଏବେ ପୁଣିଥରେ ଏହାକୁ ଶେୟାର କରିଛନ୍ତି । ୨୦୧୭ରେ ସେ ଏହି ଫଟୋଶୁଟ କ୍ୟାଲେଣ୍ଡର ପାଇଁ କରିଥିବା ଜଣାପଡିଛି । ଫଟୋଟିରେ ଟ୍ୱିଙ୍କଲ ଏକ ବହି ଗଦା ଉପରେ ବସିଛନ୍ତି । ଏମିତିକି କିଛି ବହି ଉପରେ ସେ ତାଙ୍କ ପାଦ ରଖିଛନ୍ତି । ଏହାକୁ ଦେଖିବା ପରେ ମେଜର ସୁରେନ୍ଦ୍ର ପୁନିଆ ଏହି ଟୁଇଟକୁ ନିଜ ଟୁଇଟରରେ ଶେୟାର କରି ଲେଖିଛନ୍ତି, ପିଲାମାନେ ପଚାରୁଛନ୍ତି ଏ ଦେବୀ ସରସ୍ୱତୀ ମାଆଙ୍କ ଉପରେ କାହିିଁକି ବସିଛନ୍ତି । ଏହାର ଉତ୍ତରରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି । କେହି ଜଣେ ୟୁଜର୍ସ ଲେଖିଛନ୍ତି ମସ୍ତିସ୍କ ତଳକୁ ଚାଲିଯାଇଛି । ଆଉ ଜଣେ ଲେଖିଛନ୍ତି, ସେ ଦେବୀ ନୁହେଁ ରାକ୍ଷସୀ । ଅନ୍ୟ ଜଣେ ଲେଖିଛନ୍ତି ତାଙ୍କ ସ୍ୱାମୀ ମୋଦିଙ୍କ ଭକ୍ତ ଆଉ ଏ ହେଉଛନ୍ତି ତାଙ୍କ ପତ୍ନୀ ।
ସୂଚନାଯାଗ୍ୟ, ଏକ ମାଗାଜିନ ପାଇଁ ଟ୍ୱିଙ୍କଲ ଏହି ଫଟୋଶୁଟ ୨୦୧୭ ମସିହାରେ କରିଥିଲେ । ସେତେବେଳ ସେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିବା ସହ ଏକ ଲମ୍ବା ଚଉଡା ନୋଟ ବି ଶେୟାର କରିଥିଲେ । ସେତେବେଳେ ବି ସେ ଏହାକୁ ନେଇ ଟ୍ରୋଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?