Posted inଜାତୀୟ

ଭାଙ୍ଗିଲା ଟ୍ୱିନ ଟାୱାର, ପାଖ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ, ଫାଟି ଯାଇଛିି କିଛି ଆପାର୍ଟମେଣ୍ଟ ଝରକା କାଚ

ନୋଏଡା,୨୯ ।୮: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୯୩ଏରେ ସୁପରଟେକ୍ର ଟ୍ୱିନ ଟାୱାରକୁ ରବିବାର ଦିନ ୨ଟା ୩୦ ମିନିଟରେ ମାଟିରେ ମିଶାଇ ଦିଆଯାଇଛି । ଏହାପରେ ଟ୍ୱିନ ଟାୱାର ନିକଟରେ ଥିବା ଘର ଗୁଡିକ ସୁରକ୍ଷିତ ନଜର ଆସିଛି । ହେଲେ ନିକଟରେ ଥିବା ଏକ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ରବିବାର ଅଧିକରୀମାନେ ଏହି ସୂଚନା ଦେଇଛନ୍ତି । ଏହାସହ ସେମାନେ କହିଛନ୍ତି କିଛି ଆପାର୍ଟମେଣ୍ଟ ଝରକା କାଚ ଫାଟି ଯାଇଛି ଅଥବା ଭାଙ୍ଗି ଯାଇଛି । ପ୍ରଥମେ କୁହାଯାଇଥିଲା କି ଟ୍ୱିନ ଟାୱାର ଭାଙ୍ଗିବା ପରେ ଏହାର ଆଖପାଖରେ ଥିବା ଘର ଗୁଡିକ ଠିକ ଅଛି । ହେଲେ ପରେ ଜଣାପଡିଥିଲା କିଛି ଘର କ୍ଷତିଗ୍ରସ୍ତ ହୋଇଛି ।
ଟ୍ୱିନ ଟାୱାର ଭଙ୍ଗାଯିବାକୁ ନେଇ ନୋଏଡ ଅଥରିଟିଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରବିବାର ଦିନ ୨ଟା ଓ ୩ଟାରେ ୟୁପିପିସିବି ପକ୍ଷରୁ ବାୟୁର ଗୁଣବତ୍ତା ଯାଞ୍ଚ କରାଯାଇଥିଲା, ଯେଉଁଥିରେ ପିଏମ୧୦ ଓ ପିଏମ ୨.୫ର ଡାଟା ସାମାନ୍ୟ ଥିଲା ।
କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥାନ(ସିବିଆରଆଇ)ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡି.ପି. କାନୁନଗୋ କହିଛନ୍ତି, ଟ୍ୱିନ ଟାୱାରକୁ ଲାଗିଥିବା ଏଟିଏସ ଭିଲେଜ ସୋସାଇଟିର ୧୦ମିଟର କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ଏମରାଲ୍ଡ କୋର୍ଟ ଓ ଏଟିଏସ ଭିଲେଜର କିଛି ଆପାର୍ଟମେଣ୍ଟର ଝରକା କାଚ ଭାଙ୍ଗି ଯାଇଛି । ଏଡିଫିସ କମ୍ପାନୀ ପକ୍ଷରୁ ଭାଙ୍ଗି ଯାଇଥିବା ବାଉଣ୍ଡ୍ରି ୱାଲକୁ ଖୁବ ଶୀଘ୍ର ତିଆରି କରାଯିବ । ଏହାସହ ଯେଉଁ ଘରର ଝରକା କାଚ ଭାଙ୍ଗିଛି ତାକୁ ମଧ୍ୟ ଏଡିଫିସ କମ୍ପାନୀ ପକ୍ଷରୁ ବଦଳାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri