Posted inଜାତୀୟ

ଭାଙ୍ଗିଲା ଟ୍ୱିନ ଟାୱାର, ପାଖ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ, ଫାଟି ଯାଇଛିି କିଛି ଆପାର୍ଟମେଣ୍ଟ ଝରକା କାଚ

ନୋଏଡା,୨୯ ।୮: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୯୩ଏରେ ସୁପରଟେକ୍ର ଟ୍ୱିନ ଟାୱାରକୁ ରବିବାର ଦିନ ୨ଟା ୩୦ ମିନିଟରେ ମାଟିରେ ମିଶାଇ ଦିଆଯାଇଛି । ଏହାପରେ ଟ୍ୱିନ ଟାୱାର ନିକଟରେ ଥିବା ଘର ଗୁଡିକ ସୁରକ୍ଷିତ ନଜର ଆସିଛି । ହେଲେ ନିକଟରେ ଥିବା ଏକ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ରବିବାର ଅଧିକରୀମାନେ ଏହି ସୂଚନା ଦେଇଛନ୍ତି । ଏହାସହ ସେମାନେ କହିଛନ୍ତି କିଛି ଆପାର୍ଟମେଣ୍ଟ ଝରକା କାଚ ଫାଟି ଯାଇଛି ଅଥବା ଭାଙ୍ଗି ଯାଇଛି । ପ୍ରଥମେ କୁହାଯାଇଥିଲା କି ଟ୍ୱିନ ଟାୱାର ଭାଙ୍ଗିବା ପରେ ଏହାର ଆଖପାଖରେ ଥିବା ଘର ଗୁଡିକ ଠିକ ଅଛି । ହେଲେ ପରେ ଜଣାପଡିଥିଲା କିଛି ଘର କ୍ଷତିଗ୍ରସ୍ତ ହୋଇଛି ।
ଟ୍ୱିନ ଟାୱାର ଭଙ୍ଗାଯିବାକୁ ନେଇ ନୋଏଡ ଅଥରିଟିଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରବିବାର ଦିନ ୨ଟା ଓ ୩ଟାରେ ୟୁପିପିସିବି ପକ୍ଷରୁ ବାୟୁର ଗୁଣବତ୍ତା ଯାଞ୍ଚ କରାଯାଇଥିଲା, ଯେଉଁଥିରେ ପିଏମ୧୦ ଓ ପିଏମ ୨.୫ର ଡାଟା ସାମାନ୍ୟ ଥିଲା ।
କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥାନ(ସିବିଆରଆଇ)ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡି.ପି. କାନୁନଗୋ କହିଛନ୍ତି, ଟ୍ୱିନ ଟାୱାରକୁ ଲାଗିଥିବା ଏଟିଏସ ଭିଲେଜ ସୋସାଇଟିର ୧୦ମିଟର କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ଏମରାଲ୍ଡ କୋର୍ଟ ଓ ଏଟିଏସ ଭିଲେଜର କିଛି ଆପାର୍ଟମେଣ୍ଟର ଝରକା କାଚ ଭାଙ୍ଗି ଯାଇଛି । ଏଡିଫିସ କମ୍ପାନୀ ପକ୍ଷରୁ ଭାଙ୍ଗି ଯାଇଥିବା ବାଉଣ୍ଡ୍ରି ୱାଲକୁ ଖୁବ ଶୀଘ୍ର ତିଆରି କରାଯିବ । ଏହାସହ ଯେଉଁ ଘରର ଝରକା କାଚ ଭାଙ୍ଗିଛି ତାକୁ ମଧ୍ୟ ଏଡିଫିସ କମ୍ପାନୀ ପକ୍ଷରୁ ବଦଳାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri