Posted inଖେଳ

୨୮ ବର୍ଷ ପରେ ବି ଭାଙ୍ଗିନି କପିଳ ଦେବଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୨୪।୧୨: ୧୮ ଜୁନ ୧୯୮୩ରେ କପିଳ ଦେବ ଟୁନବ୍ରିଜ ୱେଲ୍ସରେ ଜିମ୍ବାୱେ ବିପକ୍ଷ ବିଶ୍ୱକପ ଗ୍ରୁପ ମ୍ୟାଚରେ ଐତିହାସିକ ୧୭୫ ସ୍କୋର କରିଥିଲେ। ତାଙ୍କର ଏହି ଇନିଂସ ବାକି ଦଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ଯେ ସେ ଯେକୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରିବେ। ଭାରତ ୧୭ରେ ପାଞ୍ଚଟି ଉଇକେଟ ହରାଇଥିଲା, ଏହି ସମୟରେ କପିଲ ଏହି ଇନିଂସ ଖେଳିଥିଲେ। ସୁନୀଲ ଗାଭାସ୍କର, କ୍ରିଷ୍ଣାମୋଚାରି ଶ୍ରୀକାନ୍ତ, ମୋହିନ୍ଦର ଅମରନାଥ, ସନ୍ଦୀପ ପାଟିଲ ଏବଂ ଯଶପାଲ ଶର୍ମା ଅଳ୍ପ ସ୍କୋରରେ ପ୍ୟାଭିଲିୟନକୁ ଫେରିଥିଲେ। ଏହା ପରେ କପିଳ ୧୩୮ବଲରେ ଶତକ ଅର୍ଜନ କରିଥିଲେ। ଏଥିରେ ୧୬ ଚୌକା ଓ ଛଅ ଛକା ମାରିଥିଲେ ।
୧୭୫ ର କପିଳଙ୍କ ଇନିଂସ ସେତେବେଳେ ଦିନିକିଆ କ୍ରିକେଟରେ ସର୍ବୋଚ୍ଚ ବ୍ୟକ୍ତିଗତ ଇନିଂସ ଥିଲା। ଦିନିକିଆରେ କୌଣସି ଭାରତୀୟଙ୍କ ଦ୍ୱାରା ଏହା ପ୍ରଥମ ଶତକ ଥିଲା। ତେବେ ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଦୃଷ୍ଟିରୁ ଏହା ବର୍ତ୍ତମାନ ସାତ ନମ୍ବରରେ ରହିଛି। ସେ ମାର୍ଟିନ ଗୁପଟିଲ, କ୍ରିସ ଗେଲ, ଗ୍ୟାରି କିର୍ଷ୍ଟନ, ସୌରଭ ଗାଙ୍ଗୁଲି, ଭିଭିଆନ ରିଚାର୍ଡସ ଏବଂ ଡେଭିଡ ୱାର୍ନରଙ୍କଠାରୁ ଆଗରେ ଅଛନ୍ତି।
ଅବଶ୍ୟ, ପାଞ୍ଚ ନମ୍ବର କିମ୍ବା ତା’ଠାରୁ କମ ବ୍ୟାଟିଂ କ୍ରମରେ ୧୭୫ କପିଲଙ୍କ ଇନିଂସ ବିଶ୍ୱକପରେ ଏବଂ ଦିନିକିଆରେ ସର୍ବାଧିକ ସ୍କୋର। ଗତ ୨୮ ବର୍ଷ ଧରି ଏହି ରେକର୍ଡ ଭାଙ୍ଗି ନାହିଁ। ଆମେରିକାର ଜେଏସ ମାଲହୋତ୍ରା ଏବଂ ନ୍ୟୁଜିଲାଣ୍ଡର ଲୁକ ରୋଞ୍ଚି ଏହି ରେକର୍ଡର ନିକଟତର ହୋଇଥିଲେ ମଧ୍ୟ ଏହାକୁ ଭାଙ୍ଗି ପାରି ନ ଥିଲେ। ମାଲହୋତ୍ରା ୧୭୩ ରନର ଏକ ଇନିଂସ ଖେଳି ପାଞ୍ଚ ନମ୍ବରରେ ବ୍ୟାଟିଂ କରିଥିଲେ। ଏଥିସହିତ ରୋଞ୍ଚି ୧୭୦ରନର ଏକ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri