Posted inଜାତୀୟ

ସମୁଦ୍ର ଆଁକୁ ଯିବ ୧୨ ଭାରତୀୟ ସହର…

ନୂଆଦିଲ୍ଲୀ,୨।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଏବେ ୧୨ ଭାରତୀୟ ସହର ଉପରେ ବିପଦ ଦେଖାଦେଇଛି। ବିଶ୍ୱ ତାପନ ବୃଦ୍ଧି ଯୋଗୁ ମେରୁ ଅଞ୍ଚଳର ହିମ ପାହାଡ଼ ତରଳିବାରେ ଲାଗିଛି। ଫଳରେ ସମୁଦ୍ର ପତ୍ତନର କ୍ରମାଗତ ବୃଦ୍ଧି ହେତୁ ସମୁଦ୍ର କୂଳରେ ଅବସ୍ଥିତ ୧୨ ଭାରତୀୟ ସହର ସମୁଦ୍ର ଆଁରେ ପ୍ରବେଶ କରି ଜଳମଗ୍ନ ହେବାର ଆଶଙ୍କା ରହିଛି।

ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ  ପରିବେଶରେ ବ୍ୟାପକ ପରିବର୍ତ୍ତନ ଦେଖିବା ପୂର୍ବରୁ ବିଶ୍ୱର ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଭିନ୍ନ ରାଷ୍ଟ୍ର ଏକଜୁଟ ହେବା ଆବଶ୍ୟକ।

ନାସା ନିକଟରେ ଆନ୍ତଃରାଜ୍ୟ ପ୍ୟାନେଲ ଜଳବାୟୁ ପରିବର୍ତ୍ତନ (ଆଇପିସିସି) ରିପୋର୍ଟ ବ୍ୟବହାର କରି ସମଗ୍ର ବିଶ୍ୱରେ ସମୁଦ୍ର ପତ୍ତନ ପରିବର୍ତ୍ତନକୁ ବିଶ୍ଳେଷଣ କରି ଆଶ୍ଚର୍ଯ୍ୟଜନକ ସିଦ୍ଧାନ୍ତରେ ପହଞ୍ଚିଛି। ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପକୂଳରେ ଅବସ୍ଥିତ ସମୁଦାୟ ୧୨ ଟି ଭାରତୀୟ ସହର ଜଳମଗ୍ନ ହେବାର ଆଶଙ୍କା ରହିଛି।

ଗତ କିଛି ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତର ସବୁଠାରୁ ବ୍ୟସ୍ତବହୁଳ ସହର ମୁମ୍ବାଇ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଥିବା ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି। ଯଦି ବର୍ତ୍ତମାନର ଜଳବାୟୁ ଧାରା ଜାରି ରହେ, ତେବେ ମୁମ୍ବାଇ ୧.୯ ଫୁଟ ସମୁଦ୍ର ପାଣି ତଳେ ବୁଡ଼ିଯିବ। ଦକ୍ଷିଣ ଭାରତର ପର୍ଯ୍ୟଟନସ୍ଥଳୀ ଏବଂ ବ୍ୟସ୍ତବହୁଳ ସହର ମଧ୍ୟରୁ ଚେନ୍ନାଇ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।

ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ହେତୁ ଚେନ୍ନାଇ ପ୍ରାୟ ୧.୮୭ ଫୁଟ ଜଳମଗ୍ନ ହେବାର ଆଶଙ୍କା ଅଛି। ସେହିପରି କର୍ନାଟକର ପ୍ରମୁଖ ସହର ମାଙ୍ଗାଲୋର ୧.୮୭ ଫୁଟ ପାଣିରେ ବୁଡ଼ିଯିବାର ଆଶଙ୍କା ଥିବାର ରିପୋର୍ଟରେ ଦର୍ଶାଯାଇଛି। ଗୁଜୁରାଟରେ ଅବସ୍ଥିତ ଭାଉନଗର ସହର ୨.୭୦ ଫୁଟ ପର୍ଯ୍ୟନ୍ତ ଜଳମଗ୍ନ ହେବାକୁ ଯାଉଥିବା ରିପୋର୍ଟରେ କୁହାଯାଇଛି।

ଗୋଆର ମୋର୍ମୁଗୋଆ ସହର ପ୍ରାୟ ୨.୦୬ ଫୁଟ ପାଣିରେ ବୁଡ଼ିଯିବ ବୋଲି ଆଶଙ୍କା କରାଯାଉଛି। ଏହା ବ୍ୟତୀତ ଭାରତର ଅନ୍ୟ କେତେକ ସହର ମଧ୍ୟ ସମୁଦ୍ରରେ ବୁଡ଼ିଯିବାର ସମ୍ଭାବନା ରହିଛି। ଏହି ସହରଗୁଡ଼ିକ ହେଉଛି ଟୁଟିକୋରିନ (୧.୯ ଫୁଟ), ଖିଦିରପୁର (୦.୪୯ ଫୁଟ), ପାରାଦୀପ (୧.୯୩ ଫୁଟ), ଓଖା (୧.୯୬ଫୁଟ), ବିଶାଖାପଟ୍ଟନମ (୧.୭୭ଫୁଟ) ଏବଂ କାଣ୍ଡଲା (୧.୮୭ ଫୁଟ)। ଏନେଇ ସଚେତନତା ସୃଷ୍ଟି କରାଯିବା ଲାଗି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri