ତୁଟୁନି ଟୋକନ ସମସ୍ୟା, ବଢୁଛି ଅସନ୍ତୋଷ

ବରଗଡ଼,୩୦।୧୧(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୯ଦିନ ପୂରିଛି। ତେବେ ଅନ୍ୟ ଥର ଭଳି ଏଥର ମଧ୍ୟ ଜିଲାର ଅନେକ ଚାଷୀ ଟୋକନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଧାନ ଅମଳ ସାରିଥିଲେ ସୁଦ୍ଧା ମିଳିଥିବା ଟୋକନରେ ବିକ୍ରି ଦିବସ ବହୁ ବିଳମ୍ବିତ ରହିଛି। ଫଳରେ ଚାଷୀମାନେ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରୁ ନାହାନ୍ତି। ଫଳରେ କେତେକ ଚାଷୀ ବିଭିନ୍ନ ମଣ୍ଡିକୁ ଆଣି ଧାନ ଗଦା କରିଥିବାବେଳେ ଅନେକ ଚାଷୀଙ୍କ ଅମଳ ଧାନ କ୍ଷେତ, ଖଳାରେ ପଡ଼ି ରହିଛି। କେବଳ ଜଣେ କିମ୍ବା ୨ଜଣ ଚାଷୀ ନୁହନ୍ତି, ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇଛି। ଅନ୍ୟପଟେ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନରେ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫେରାଦ ହେବା ସତ୍ତ୍ବେ ସେମାନଙ୍କୁ କିଛି ସୁଫଳ ମିଳି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବୁଧବାର ମଧ୍ୟ ବରଗଡ଼ ବ୍ଲକ କଲାପାଣି ଅଞ୍ଚଳର ଚାଷୀମାନେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏଭଳି ସମସ୍ୟାର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ସମସ୍ୟାର ତ୍ୱରିତ୍‌ ସମାଧାନ କରା ନ ଗଲେ ଆଗକୁ ଏକ ବଡ଼ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ଗତ ୧୫ତାରିଖ ସୁଦ୍ଧା ଜିଲାର ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଥିଲେ। ମାତ୍ର ତାହା ହୋଇ ନ ଥିଲା। ଫଳରେ ଚାଷୀମାନେ ୧୫ ତାରିଖରୁ ମଣ୍ଡିରେ ଧାନ ପୂରାଇଥିଲେ। ଅପରପକ୍ଷେ ଗତ ୨୧ ରୁ ମଣ୍ଡି ଖୋଲି ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ ୧୫ତାରିଖରୁ ମଣ୍ଡିରେ ଧାନ ପୂରାଇଥିବା ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଡିସେମ୍ବର ୨୮ରୁ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ରହିଛି। କଲାପାଣି ଗ୍ରାମର ସୁରେଶ ନେକାଣ୍ଟିଙ୍କ କ୍ଷେତ୍ରରେ ଏଭଳି ହୋଇଛି। ସେ ଗତ ୧୫ରୁ କଲାପାଣି ମଣ୍ଡିରେ ଧାନ ପୂରାଇଥିଲେ। ମାତ୍ର ତାଙ୍କୁ ମିଳିଥିବା ଟୋକନରେ ଡିସେମ୍ବର ୨୮ ବିକ୍ରି ଦିବସ ରହିଛି। ଅମଳ ପରେ ମଣ୍ଡିରେ ଧାନ ବିକ୍ରି ହେବା ବଦଳରେ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ି ରହିଲେ ଚାଷୀମାନେ କିଭଳି ସମସ୍ୟାର ସମ୍ମୁଖୀନ ହେବେ, ତାହା ସହଜରେ ଅନୁମେୟ ବୋଲି ଚାଷୀ ନେକାଣ୍ଟି କହିଛନ୍ତି। ଏପରିକି ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ବେ କିଛି ସୁଫଳ ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ସେଭଳି ସମସ୍ୟା ନେଇ ଲେଖି ଜଣାଇବାକୁ ବିଭାଗୀୟ ଅଧିକାରୀମାନେ ପରାମର୍ଶ ଦେଉଛନ୍ତି, ମାତ୍ର ତାହା ମଧ୍ୟ କିଛି କାମକୁ ଆସୁ ନାହିଁ। ଅତାବିରା ଅଞ୍ଚଳର ଅନେକ ଚାଷୀ ସେଭଳି ଆବେଦନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରି ନ ଥିବା ନେକାଣ୍ଟି ଅଭିଯୋଗ କରିଛନ୍ତି।
ସେହିପରି କଲାପାଣି ଗ୍ରାମର ଅନ୍ୟଜଣେ ଚାଷୀ ଏକାଦଶିଆ ସାହୁ କହିଛନ୍ତି, ଚାଷୀଙ୍କୁ ଶୋଷଣ କରିବା ପାଇଁ ସରକାର ଟୋକନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଚାଷୀ ପଞ୍ଜୀକରଣ ସମୟରେ ଆମେ ସମ୍ଭାବ୍ୟ ବିକ୍ରି ଦିବସ ଉଦ୍ଦିଷ୍ଟ ଫର୍ମରେ ଲେଖିଥିଲୁ। ମାତ୍ର ତାକୁ ଦୃଷ୍ଟି ଦେବା ପରିବର୍ତ୍ତେ ବିକ୍ରି ଦିବସକୁ ମାସେ ବିଳମ୍ବିତ କରାଯାଇଛି। ବିଭାଗୀୟ ଅଧିକାରୀମାନେ ମିଲର୍ସ, ବେପାରୀଙ୍କ ସହିତ ଅସାଧୁ ମେଣ୍ଟ ରଖି ସେଭଳି ଷଡ଼ଜନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି। ଟୋକନରେ ବିକ୍ରି ଦିବସ ଯେତେ ବିଳମ୍ବିତ ହେବ, ଚାଷୀ ସେତେ ହଇରାଣ ହରକତ ହେବ ଏବଂ ଶେଷରେ ବାଧ୍ୟ ହୋଇ ଅଣ୍ଡରରେଟ୍‌ରେ ବେପାରୀ ହାତରେ ସବୁ ଅମଳ ଧାନ ଟେକଦେବ ବୋଲି ସାହୁ ଅଭିଯୋଗ କରିଛନ୍ତି। ତେବେ ଏଭଳି ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଆଗକୁ ଯେଉଁ ପରିସ୍ଥିତି ଉପୁଜିବ, ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଚାଷୀ ସାହୁ ଚେତାବନୀ ଦେଇଛନ୍ତି। ତେବେ ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୮୨୦୦୦୩୩ରେ ଯୋଗାଯୋଗ ସମ୍ଭବ ନ ହେବା ଯୋଗୁ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri