ଟିଟିପିକୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ଆଫଗାନିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଆଫଗାନିସ୍ତାନ-ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଆତଙ୍କବାଦୀ ଓ ବିସ୍ଫୋରକ ସାମଗ୍ରୀକୁ ସୀମାରେ ନବାଆଣିବା ପ୍ରସଙ୍ଗ ଜୋରଦାର ଚର୍ଚ୍ଚା ହୋଇଥିଲା। ଏହା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଉଭୟ ଦେଶ ସୀମା ଉପରେ ପାଟ୍ରୋଲିଂ କରିବେ।

ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ବିରୋଧରେ କାର୍ଯ୍ୟ କରୁଥିବା ତେହେରିକ-ଇ-ତାଲିବାନ ପାକିସ୍ତାନ ଆତଙ୍କବାଦୀମାନେ ଏବେ ପାକିସ୍ତାନକୁ ବିସ୍ଫୋରକ ଆଣିବା ପାଇଁ ନୂଆ ଯୋଗାଡ କରିଛନ୍ତି। ସେମାନେ ବିସ୍ଫୋରକ ଉପରେ ଘାସ, ନଡ଼ା, ଫଳ ଇତ୍ୟାଦି ଥୋଇ ସୀମା ପାର କରୁଛନ୍ତି।

ଯେତେବେଳେ ପାକିସ୍ତାନୀ ସୁରକ୍ଷା ବାହିନୀ ଖାଇବର ପକ୍ତୁନଖୱାର ଖାଇବର ଜିଲାରେ ଗୋଟିଏ ରିକ୍ସାକୁ ଅଟକାଇଥିଲେ। ରିକ୍ସା ଚାଳକ ଗୋରୁ ପାଇଁ ପନିପରିବା ଓ ଘାସ ନେଇ ଯାଉଥିବା କହିଥିଲେ। ସନ୍ଦେହରେ ଯେତେବେଳେ ସୁରକ୍ଷା ବାହିନୀ ଏହି ରିକ୍ସାକୁ ସର୍ଚ୍ଚ କରିଥିଲେ ସେଥିରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ମିଳିଥିଲା। ଏହି ବିସ୍ଫୋରକ ଘାସ ତଳେ ବଡ଼ ବଡ଼ କ୍ୟାଣ୍ଟରରେ ରଖାଯାଇଥିଲା। ପଚରାଉଚରା ବେଳେ ଚାଳକ ସ୍ବୀକାର କରିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିସ୍ଫୋରକ ସାମଗ୍ରୀ ପରିବହନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁକି ଏବଂ ପାକିସ୍ତାନର ସ୍ବତନ୍ତ୍ର ଦୂତ ଆସିଫ ଅଲି ଦୁରାନୀଙ୍କ ମଧ୍ୟରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)କୁ ଆଫଗାନିସ୍ତାନ ବିସ୍ଫୋରକ ଓ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି।

ଆତଙ୍କବାଦୀ ସଂଗଠନର କ୍ରମାଗତ ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ସହ ସୀମାରେ ମଧ୍ୟ ସମସ୍ୟା ଉପୁଜିଛି, ଯେଉଁ କାରଣରୁ ଉଭୟ ଦେଶର ବାଣିଜ୍ୟ ଖରାପ ହେଉଛି। ପାକିସ୍ତାନ ବାରମ୍ବାର ଏହି ପ୍ରସଙ୍ଗ ଉଠାଇବା ପରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଉଭୟ ଦେଶର ସୀମାରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ କ୍ରମାଗତ ଭାବରେ ନିଜ ନିଜ ସୀମାରେ ପାଟ୍ରୋଲିଂ କରିବେ, ଯାହା ଦ୍ୱାରା କୌଣସି ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଚାଲାଣ ହୋଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri