Posted inଫୁରସତ

ବର୍ଷକରେ ୧ କୋଟିରୁ ଅଧିକ ଜରିମାନା ଆଦାୟ କରି ରେକର୍ଡ କଲେ ଏହି ଟିଟିଇ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟିଟିଇଙ୍କୁ ଟିକେଟ ଯାଞ୍ଚ କରୁଥିବା ଦେଖିବାକୁ ମିଳେ। ଟିକେଟ ନ ଥିଲେ ଯାତ୍ରୀଙ୍କଠାରୁ ସେ ଜରିମାନା ମଧ୍ୟ ଆଦାୟ କରନ୍ତି। ଆଜିକାଲି ସେହିଭଳି ଜଣେ ଟିଟିଇ ଏବେ ଚର୍ଚ୍ଚାରେ। ସେ ହେଲେ ଶଶି କୁମାର। ସେ ବର୍ଷକରେ ୧୬ ହଜାର ରେଳଯାତ୍ରୀଙ୍କଠାରୁ ୧ କୋଟି ୧୧ ଲକ୍ଷ ୫୧ ହଜାର ଟଙ୍କାର ଜରିମାନା ଆଦାୟ କରି ରେକର୍ଡ କରିଛନ୍ତି। ଏହି ରେକର୍ଡ ଲାଗି ତାଙ୍କୁ ସମ୍ମାନୀତ କରାଯାଇଛି।

ଶଶି କୁମାର ବିହାର ରାଜଧାନୀ ପାଟଣାରୁ ବକ୍ସର ଯାଏ ଡ୍ୟୁଟି କରିଥାନ୍ତି। ପ୍ରତିଦିନ ସେ ଟିକେଟ ଯାଞ୍ଚ କରିବାକୁ ବାହାରିଯାନ୍ତି। ଦୈନିକ ୩୦ରୁ ଅଧିକ ଟ୍ରେନ୍‌ରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଧରି ତାଙ୍କଠାରୁ ଜରିମାନା ଆଦାୟ କରିଥାନ୍ତି। ଏହିଭଳି ସେ ୨୦୨୧ରୁ ୨୦୨୨ ମଧ୍ୟରେ ୧୬ ହଜାର ୪୪୩ଜଣ ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରିଥିଲେ। ଏହାଫଳରେ ପୂର୍ବ କେନ୍ଦ୍ରୀୟ ରେଳବାଇର ପାଞ୍ଚଟି ବିଭାଗରେ ସେ ଏକମାତ୍ର ଟିଟିଇ ଭାବେ ସର୍ବାଧିକ ଜରିମାନା ଆଦାୟର ରେକର୍ଡ କରିଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ସମ୍ମାନିତ କରାଯାଇଛି।

ନିଜର ଉପଲବ୍ଧି ବିଷୟରେ ଶଶି କୁହନ୍ତି, ସେ କେବଳ ଟିକେଟ ଯାଞ୍ଚ କରନ୍ତି ନାହିଁ, ଟ୍ରେନ୍‌ରେ ହେଉଥିବା ଅନ୍ୟ ଅପରାଧ ଉପରେ ନଜର ରଖିଥାନ୍ତି। ଗତ ବର୍ଷ ସେ ଜଣେ ୬ ବର୍ଷର ଶିଶୁକନ୍ୟାଙ୍କୁ ବିକ୍ରି ହେବାରୁ ରକ୍ଷା କରିଥିଲେ। ଘରୁ ଫେରାର ହେବାକୁ ଚାହୁଁଥିବା କିଛି ଲୋକଙ୍କୁ ବୁଝାଇ ଘରକୁ ପଠାଇଥିଲେ। ଏବେ ତାଙ୍କୁ ‘ସର୍ବଶ୍ରେଷ୍ଠ ଟିଟିଇ’ ବୋଲି କୁହାଯାଉଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri