Posted inଫୁରସତ

ବର୍ଷକରେ ୧ କୋଟିରୁ ଅଧିକ ଜରିମାନା ଆଦାୟ କରି ରେକର୍ଡ କଲେ ଏହି ଟିଟିଇ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟିଟିଇଙ୍କୁ ଟିକେଟ ଯାଞ୍ଚ କରୁଥିବା ଦେଖିବାକୁ ମିଳେ। ଟିକେଟ ନ ଥିଲେ ଯାତ୍ରୀଙ୍କଠାରୁ ସେ ଜରିମାନା ମଧ୍ୟ ଆଦାୟ କରନ୍ତି। ଆଜିକାଲି ସେହିଭଳି ଜଣେ ଟିଟିଇ ଏବେ ଚର୍ଚ୍ଚାରେ। ସେ ହେଲେ ଶଶି କୁମାର। ସେ ବର୍ଷକରେ ୧୬ ହଜାର ରେଳଯାତ୍ରୀଙ୍କଠାରୁ ୧ କୋଟି ୧୧ ଲକ୍ଷ ୫୧ ହଜାର ଟଙ୍କାର ଜରିମାନା ଆଦାୟ କରି ରେକର୍ଡ କରିଛନ୍ତି। ଏହି ରେକର୍ଡ ଲାଗି ତାଙ୍କୁ ସମ୍ମାନୀତ କରାଯାଇଛି।

ଶଶି କୁମାର ବିହାର ରାଜଧାନୀ ପାଟଣାରୁ ବକ୍ସର ଯାଏ ଡ୍ୟୁଟି କରିଥାନ୍ତି। ପ୍ରତିଦିନ ସେ ଟିକେଟ ଯାଞ୍ଚ କରିବାକୁ ବାହାରିଯାନ୍ତି। ଦୈନିକ ୩୦ରୁ ଅଧିକ ଟ୍ରେନ୍‌ରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଧରି ତାଙ୍କଠାରୁ ଜରିମାନା ଆଦାୟ କରିଥାନ୍ତି। ଏହିଭଳି ସେ ୨୦୨୧ରୁ ୨୦୨୨ ମଧ୍ୟରେ ୧୬ ହଜାର ୪୪୩ଜଣ ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରିଥିଲେ। ଏହାଫଳରେ ପୂର୍ବ କେନ୍ଦ୍ରୀୟ ରେଳବାଇର ପାଞ୍ଚଟି ବିଭାଗରେ ସେ ଏକମାତ୍ର ଟିଟିଇ ଭାବେ ସର୍ବାଧିକ ଜରିମାନା ଆଦାୟର ରେକର୍ଡ କରିଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ସମ୍ମାନିତ କରାଯାଇଛି।

ନିଜର ଉପଲବ୍ଧି ବିଷୟରେ ଶଶି କୁହନ୍ତି, ସେ କେବଳ ଟିକେଟ ଯାଞ୍ଚ କରନ୍ତି ନାହିଁ, ଟ୍ରେନ୍‌ରେ ହେଉଥିବା ଅନ୍ୟ ଅପରାଧ ଉପରେ ନଜର ରଖିଥାନ୍ତି। ଗତ ବର୍ଷ ସେ ଜଣେ ୬ ବର୍ଷର ଶିଶୁକନ୍ୟାଙ୍କୁ ବିକ୍ରି ହେବାରୁ ରକ୍ଷା କରିଥିଲେ। ଘରୁ ଫେରାର ହେବାକୁ ଚାହୁଁଥିବା କିଛି ଲୋକଙ୍କୁ ବୁଝାଇ ଘରକୁ ପଠାଇଥିଲେ। ଏବେ ତାଙ୍କୁ ‘ସର୍ବଶ୍ରେଷ୍ଠ ଟିଟିଇ’ ବୋଲି କୁହାଯାଉଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri