ବଞ୍ଚାଇବାକୁ ଚେଷ୍ଟା କରି ପାରିଲାନି ମା’ ହାତୀ, ଆଖି ବୁଜିଲା ଛୁଆ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ରବିବାର ଆହତ ହୋଇ ଚିକିତ୍ସାଧୀନ ଥିବା ଦୁଇ ବର୍ଷର ମାଈ ହାତୀ ଛୁଆର ସୋମବାର ସକାଳେ ମୃତ୍ୟୁ ଘଟିଛି। ଗତକାଲି ହାତୀପଲ ପଶି ଆସିଥିଲେ। ସେଥିମଧ୍ୟରୁ ଗୋଟେ ଦନ୍ତା ହାତୀ ଛୁଆ ଗନ୍ଧିଆଗୁଡ଼ା ଜଙ୍ଗଲରେ ମନରେଗା ଯୋଜନାରେ ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଯାଇ ଆହତ ହୋଇଥିଲା। ବହୁ ଉଦ୍ୟମ ସତ୍ତ୍ୱେ ମା’ ହାତୀ ତାକୁ ଉଦ୍ଧାର କରି ନେଇ ପାରି ନ ଥିଲା। ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଜଣାଇଥିଲେ। ବନବିଭାଗ ଆସି ହାତୀଛୁଆଟିକୁ ଡାକ୍ତରୀ ଚିକିତ୍ସା କରିଥିଲେ ମଧ୍ୟ ଆଜି ସକାଳେ ହାତୀଛୁଆଟିର ମୃତ୍ୟୁ ଘଟିଛି। ଏସିଏଫ୍‌ ଅଶୋକ ଦାସ ସୂଚନା ଦେଇଛନ୍ତି ଯେ, ଗତକାଲି ସକାଳେ ହାତୀଟି ଗାତରେ ପଡ଼ିଯାଇଥିଲା। ତା’ ମା ଛୁଆଟିକୁ ଉଠାଇବାକୁ ଚେଷ୍ଟା କରିଥିଲା ମାତ୍ରା ଉଠାଇ ପାରି ନ ଥିଲା। ଯାହା ଫଳରେ ହାତୀଛୁଆଟି ଗଭୀର ଆଘାତ ପାଇଥିଲା। ତିନିଜଣିଆ ଡାକ୍ତର ଚିକିତ୍ସା କରିବା ପରେ ଶେଷରେ ହାତୀଛୁଆଟିର ମୃତ୍ୟୁ ଘଟିଛି।

ଦିନକୁ ଦିନ କେନ୍ଦୁଝରରେ ହାତୀମୃତ୍ୟୁ ବଢ଼ିବାରେ ଚାଲିଛି। ହାତୀକୁ ବଞ୍ଚାଇବାରେ ଫେଲ୍‌ ମାରୁଛି ବନବିଭାଗ। ହାତୀର ମୃତ୍ୟୁର କାରଣ ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଏସିଏଫ୍‌ ଶ୍ରୀ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

LPG ସବସିଡି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ କେବଳ ଏମାନେ ପାଇବେ, ଫୋନରେ ପଠାଯାଉଛି…

ନୂଆଦିଲ୍ଲୀ,୧୧।୫: ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ଏଲପିଜି ଗ୍ରାହକମାନଙ୍କୁ ସବସିଡି ପାଇଁ ଯୋଗ୍ୟତା ସମ୍ପର୍କରେ ଏସଏମଏସ ଆଲର୍ଟ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି: ବିଭିନ୍ନ ସମସ୍ୟା ସମାଧାନ ଦାବି

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଶାସନ ପକ୍ଷରୁ ସୋମବାର ଗୌଡ଼ଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ବିଡ଼ିଓ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ଭିଟାମାଟିକୁ ଫେରୁଥିଲେ ଦାଦନ ଶ୍ରମିକ: ବାଟରେ ହେଲା ମୃତ୍ୟୁ, ତଦନ୍ତ ଆରମ୍ଭ

ବଲାଙ୍ଗିର,୧୧।୫( ସୁନିଲ କୁମାର ମହାନ୍ତି): ଖପ୍ରାଖୋଲ ବ୍ଲକରୁ ଏକ ପରିବାର ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ରାଜ୍ୟ ବାହାରେ…

ବାଲି ଚୋରା ଚାଲାଣବେଳେ ମାଡ଼ିବସିଲେ ତହସିଲଦାର: ଆଉ ତା’ପରେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବାହୁଦା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଅଭିଯୋଗ ହୋଇଆସୁଛି। ସୋମବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ…

ରାଜକିଶୋରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଗଣଶିକ୍ଷକ ସଂଘ

ଦାରିଙ୍ଗବାଡି,୧୧।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଣଶିକ୍ଷକ ସଂଘ ପକ୍ଷରୁ ସାଥି ଶିକ୍ଷକଙ୍କ ଦେହାନ୍ତ ପରେ ସହାୟତାର ହାତ ବଢ଼ାଇଲା ସାଙ୍ଗ ଏଭଳି ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri