କେଶ ଝଡୁଥିଲେ ଆପଣାନ୍ତୁ ଏହି ଉପାୟ

କେଶ କୁଣ୍ଡାଇବା ସମୟରେ ଆମେ କେତୋଟି ଛୋଟମୋଟ ଭୁଲ୍‌ କରିଥାଉ,ଯାହା ଆମ କେଶ ଝଡ଼ିବାରେ ସମସ୍ୟା ହୋଇଥାଏ। ଆସନ୍ତୁ, ଜାଣିବା ଠିକ୍‌ ଉପାୟରେ କିପରି ମୁଣ୍ଡ କୁଣ୍ଡାଇଲେ କେଶ ଝଡ଼ିବ ନାହିଁ।
ଅପରିଷ୍କାର ପାନିଆରେ ମୁଣ୍ଡ କୁଣ୍ଡାନ୍ତୁନାହିଁ: ଅପରିଷ୍କାର ପାନିଆରେ ବ୍ୟାକ୍ଟେରିଆ ଥାନ୍ତି। ଯେତେବେଳେ ଏହି ଅପରିଷ୍କାର ପାନିଆ ବ୍ୟବହାର କରାଯାଏ ତେବେ ଏଥିରେ ଥିବା ବ୍ୟାକ୍ଟେରିଆ ସ୍କାଲ୍ପରେ ସଂକ୍ରମଣ ସୃଷ୍ଟି କରନ୍ତି। ଫଳରେ କେଶ ନିସ୍ତେଜ ହେବା ସହ ଝଡ଼ିବାକୁ ଲାଗିଥାଏ।
ଓଦା କେଶକୁ କୁଣ୍ଡାନ୍ତୁ ନାହିଁ: ଓଦା କେଶ ବହୁ ଦୁର୍ବଳ ହୋଇଥାଏ। ଏହି ସମୟରେ କେଶକୁ ଜମାବି କୁଣ୍ଡାନ୍ତୁ ନାହିଁ। ଯଦି କେଶ ଓଦା ଥିବା ସମୟରେ ଏହାକୁ ସଜାଡ଼ିବାକୁ କୁଣ୍ଡାନ୍ତି ତେବେ ଏହା ଶୀଘ୍ର ଝଡ଼ିବା ଆରମ୍ଭ କରିଥାଏ। ଏଥିପାଇଁ କେଶ ଶୁଖିଲା ପରେ ମୁଣ୍ଡ କୁଣ୍ଡାନ୍ତୁ।
କେଶକୁ ଟାଣିବାରୁ ଦୂରେଇ ରୁହନ୍ତୁ: ଅଡୁଆତଡୁଆ ହୋଇଥିବା କେଶକୁ ଜବରଦସ୍ତି ଟାଣିବା ଦ୍ୱାରା ମୂଳ ଦୁର୍ବଳ ହୋଇଯାଏ। ଏଥିପାଇଁ ଧୀରେ ଧୀରେ କେଶକୁ ସଜାଡ଼ିବାକୁ ଚେଷ୍ଟାକରନ୍ତୁ।
କେଶ ମୂଳରୁ କୁଣ୍ଡାନ୍ତୁ ନାହିଁ: କେଶକୁ କୁଣ୍ଡାଇବା ସମୟରେ ସ୍କାଲ୍ଫରୁ ଆରମ୍ଭକରି କେଶକୁ ଟାଣିବା କେଶ ପାଇଁ କ୍ଷତିକାରକ। ଏହା କେଶ ମୂଳକୁ ଦୁର୍ବଳ କରିବା ସହ ହେୟାରଫଲ୍‌ ହୋଇଥାଏ। ଧୀରେ ଧୀରେ କେଶ କୁଣ୍ଡାନ୍ତୁ।
ପାନିଆ ଚୟନ
କେଶ ପାଇଁ ଭଲ ପାନିଆ ଚୟନ କରନ୍ତୁ। କେବେହେଲେ ଦାନ୍ତ ଭାଙ୍ଗିଯାଇଥିବା ପାନିଆ ବ୍ୟବହାର କରନ୍ତୁ ନାହିଁ। ଏପରି ପାନିଆ କେଶକୁ କ୍ଷତି ପହଞ୍ଚାଇପାରନ୍ତି। ସବୁବେଳେ ସଫ୍ଟ ଦାନ୍ତ ଥିବା ପାନିଆ କିମ୍ବା ଚଉଡ଼ା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ।
ବାରମ୍ବାର ମୁଣ୍ଡ କୁଣ୍ଡାଇବାଠାରୁ ଦୂରେଇ ରୁହନ୍ତୁ। ଦିନରେ ବାରମ୍ବାର ମୁଣ୍ଡ କୁଣ୍ଡାଇବା ଦ୍ୱାରା ସ୍କାଲ୍ଫରେ ପ୍ରେସର ପଡ଼ିଥାଏ ଏବଂ କେଶ ଦୁର୍ବଳ ହେବାକୁ ଲାଗେ। ଦିନରେ କେବଳ ୧-୨ଥର ହାଲୁକା ହାତରେ ମୁଣ୍ଡ କୁଣ୍ଡାଇବା ଯଥେଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri