ଗାଜା ହସପିଟାଲ ଆକ୍ରମଣର ପଛରେ ରହିଛି କାହାର ହାତ? ଯେଉଁଥିରେ ଚାଲିଗଲା ୫୦୦ ଲୋକଙ୍କ ଜୀବନ, ଜାଣନ୍ତୁ କ’ଣ କହୁଛନ୍ତି ବିଭିନ୍ନ ଦେଶ

ନୂଆଦିଲ୍ଲୀ, ୧୮।୧୦: ଗାଜାର ଅଲ-ଅହଲୀ ହସପିଟାଲରେ କଥିତ ଇସ୍ରାଏଲି ଆକ୍ରମଣ ଏୟାର ଷ୍ଟ୍ରାଇକରେ ଅତି କମରେ ୫୦୦ ଲୋକେ ମୃତ୍ୟୁ ବରଣ କରିଛନ୍ତି । ଅନେକ ମୁସଲିମ ଦେଶ ଇସ୍ରାଏଲକୁ ଏଥିପାଇଁ ଦାୟୀ କରୁଥିବା ବେଳେ , ଇସ୍ରାଏଲ ଏହି ଦାବୀକୁ ଖଣ୍ଡନ କରିଛି । ଇସ୍ରାଏଲ ଏଥିପାଇଁ ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନକୁ ଦାୟୀ କରିଛି। ଇସ୍ରାଏଲି ଡିଫେନ୍ସ ଫୋର୍ସ ଏକ୍ସ ରେ ଲେଖିଛନ୍ତି, ‘ ଆଇଡିଏଫର ବ୍ଲିଶେଷଣ ଏବଂ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାଲେଷ୍ଟାଇନର ଆତଙ୍କବାଦୀମାନେ ହସପିଟାଲ ଉପରେ ଏହି ଆକ୍ରମଣ କରିଛନ୍ତି।

ଏହା ବ୍ୟତୀତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ କହିଛନ୍ତି ଯେ, ”ଏହା ପୁରା ଦୁନିଆକୁ ଜଣା ପଡୁ କି ଗାଜା ଆକ୍ରମଣରେ ଅମାନୁଷିକ ଆତଙ୍କବାଦୀମାନେ ଥିଲେ। ଯେଉଁମାନେ ଗାଜା ହାସପିଟାଲ ଉପରେ ଆକ୍ରମଣ କରିଥିଲେ, ନା କି ଇସ୍ରାଏଲଇ ସୈନ୍ୟମାନେ। ଏହା ସହିତ ସେ କହିଛନ୍ତି ଯେ , ଯେଉଁମାନେ ଆମର ପିଲା ମାନଙ୍କୁ ହତ୍ୟା କରିଥିଲେ ସେମାନେ ଏବେ ନିଜର ପିଲାଙ୍କୁ ହତ୍ୟା କରୁଛନ୍ତି।”

କ’ଣ କହିଲେ ବିଶ୍ୱର ନେତାମାନେ

ମଧ୍ୟପ୍ରାଚ୍ୟ ଦେଶ କତାର, ଇଜିପ୍ଟ ସରକାର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି, ଏବଂ ମନୁଷ୍ୟକୃତ୍ୟ ସଙ୍କଟ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପେ ଏର୍ଡୌଗାନୋ ମଧ୍ୟ ହାସପିଟାଲ ଆକ୍ରମଣକୁ ନିନ୍ଦା କରିଛନ୍ତି। ଏପରିକି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘଟଣାର ନିନ୍ଦା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?