ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାର “ନିଜସ୍ୱ ଅଞ୍ଚଳ” ଭାବେ ଅଭିହିତ କରି ସେ କହିଛନ୍ତି ଯେ, ଆମେରିକା ଏହି ଦ୍ୱୀପକୁ ନିଜ ଅଧୀନକୁ ନେବାକୁ ଚାହୁଁଛି, କିନ୍ତୁ ଏଥିପାଇଁ କୌଣସି ସାମରିକ ଶକ୍ତି ପ୍ରୟୋଗ କରାଯିବ ନାହିଁ।

ନିଜର ୭୦ ମିନିଟର ଭାଷଣରେ ଟ୍ରମ୍ପ ୟୁରୋପୀୟ ଦେଶଗୁଡ଼ିକୁ ଏକ ପ୍ରକାର ଚେତାବନୀ ଦେଇ କହିଛନ୍ତି, “ଯଦି ଆପଣମାନେ ହଁ କହିବେ, ତେବେ ଆମେ ଖୁସି ହେବୁ। କିନ୍ତୁ ଯଦି ନା କହିବେ, ତେବେ ଆମେ ତାହା ମନେ ରଖିବୁ।” ସେ ଗ୍ରୀନଲ୍ୟାଣ୍ଡକୁ ଏକ “ବଡ଼ ଓ ସୁନ୍ଦର ବରଫର ଖଣ୍ଡ” ବୋଲି କହିବା ସହ ଏହାର ସୁରକ୍ଷା ପାଇଁ ଆମେରିକାର ମାଲିକାନା ଜରୁରୀ ବୋଲି ଯୁକ୍ତି ବାଢ଼ିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଡେନମାର୍କକୁ ସାହାଯ୍ୟ କରିଥିଲା। ଯୁଦ୍ଧ ପରେ ଗ୍ରୀନଲ୍ୟାଣ୍ଡକୁ ଡେନମାର୍କକୁ ଫେରାଇଦେବା ଏକ “ବୋକାମି” ଥିଲା ବୋଲି ଟ୍ରମ୍ପ କହିଛନ୍ତି। ରୁଷ ଏବଂ ଚାଇନା ଭଳି ଶତ୍ରୁ ଦେଶମାନଙ୍କଠାରୁ ନିଜ ପଶ୍ଚିମ ଗୋଲାର୍ଦ୍ଧକୁ ସୁରକ୍ଷିତ ରଖିବା ପାଇଁ ଗ୍ରୀନଲ୍ୟାଣ୍ଡ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରମ୍ପ ଏହି ଦ୍ୱୀପକୁ କିଣିବା କିମ୍ବା ଅଧୀନକୁ ନେବା ପାଇଁ ତୁରନ୍ତ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଟ୍ରମ୍ପଙ୍କ ଏହି ବୟାନ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏହାକୁ “ଅଯଥା ଆକ୍ରମଣାତ୍ମକ ମନୋଭାବ” ବୋଲି କହିଛନ୍ତି ଏବଂ ଆମେରିକା ବିରୋଧରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ…

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଭାଙ୍ଗିଲା ସବୁ ରେକର୍ଡ: ସବୁଠୁ ଉତ୍ତପ୍ତ ମାସ ସାଜିଲା ଅଗଷ୍ଟ ୨୦୨୬

ନୂଆଦିଲ୍ଲୀ,୧୧।୯(ପି.ଟି.): ‘ଅଗଷ୍ଟ ୨୦୨୬’ ବିଶ୍ୱ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି। ବିଶ୍ୱର ହାରାହାରି ଭୂପୃଷ୍ଠ ବାୟୁ ତାପମାତ୍ରା ୧୬.୯୬ ଡିଗ୍ରୀ ସେଲ୍‌ସିୟସ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?