ୟୁଏସ୍‌ ଦୋକାନରେ ଟ୍ରମ୍ପ୍‌ ମ୍ୟାନେଜର

ଗୋଟିଏ ବଡ଼ କୋଠା ଭିତରେ ବଜାର ଥିଲେ ତାକୁ ଆମେରିକାରେ ମଲ୍‌ କହନ୍ତି (ସବୁଦିନିଆ ହାଟ ବା ବିପଣି)ା ଗୋଟିଏ ପ୍ରକୋଷ୍ଠରେ ବା ସାନ କୋଠାରେ ପ୍ରାୟ ସବୁ ଜିନିଷ ବିକୁଥିବା ଦୋକାନକୁ ଡିପାର୍ଟମେଣ୍ଟ ଷ୍ଟୋର୍‌ କହନ୍ତି ା ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ ପାଳିର ରାଷ୍ଟ୍ରପତିତ୍ୱରେ ସାରା ଯୁକ୍ତରାଷ୍ଟ୍ରକୁ ଏକ ଡିପାର୍ଟମେଣ୍ଟ ଷ୍ଟୋର୍‌ ବୋଲି ଭାବି ଏପ୍ରିଲ ୨(୨୦୨୫)ରୁ ଏକ ଅର୍ଥନୈତିକ ଜରୁରୀ ପରିସ୍ଥିତି ଜାରି କରି ତାହାର ମ୍ୟାନେଜର ଭଳି କାମ କରୁଛନ୍ତି ା ତାଙ୍କର ଅର୍ଥନୈତିକ ଜ୍ଞାନ ତାଙ୍କୁ ହିଁ ଜଣା, ‘ଫେଡେରାଲ୍‌ ରିଜର୍ଭ’ର ଚେୟାରମ୍ୟାନ ଜିରୋମ୍‌ ପୋୱୋଲ୍‌ କାହିଁକି ସୁଧହାର କମାଉ ନାହାନ୍ତି ତାଙ୍କ ଉପରେ ଖପା, ବିଦେଶରେ କାରଖାନା ବସାଇ ବାଣିଜ୍ୟ ଯୁଦ୍ଧର ଫଳ ଓଲଟା କରିବାକୁ ହାର୍ଲି ଡାଭିଡସନ୍‌ କାମ କରୁଛି ବୋଲି ତାକୁ ଗାଳି, ତାଙ୍କ ଅଫିସିଆଲ୍‌ ବିମାନ ଏଆରଫୋର୍ସ ୱାନ୍‌ର ଦାମ୍‌ କାହିଁକି ବଢ଼ାଇଲ ବୋଲି ବୋଇଂ କମ୍ପାନୀକୁ ଗାଳି। ଟ୍ରମ୍ପଙ୍କ ପ୍ରଥମ ପାଳିରେ ଥିଲା ଗାଳି, ଦ୍ୱିତୀୟ ପାଳିରେ ଟାରିଫ୍‌ ବା ବହିର୍ଶୁଳ୍କକୁ ଅସ୍ତ୍ର କରିଛନ୍ତି ା ତାଙ୍କ ଆର୍ଥିକ ଜୁଲମ୍‌ (ଏକ୍ସଟର୍ସନ୍‌) ଚାଇନାର ଜି’ଙ୍କ କମ୍ୟୁନିଷ୍ଟ ପୁଞ୍ଜିବାଦ ଭଳି ଦିଶୁଛି ା ଏପରି ତାଙ୍କ ନିଜ ଦଳ ରିପବ୍ଲିକାନ୍‌ ପାର୍ଟିର ଆଦର୍ଶ ସିଏ ଭୁଲି ଯାଉଛନ୍ତି ା
ସରକାର ଓ ବ୍ୟବସାୟ ଭିତରେ ଥିବା ସମ୍ପର୍କକୁ କଳୁଷିତ କରୁଛନ୍ତି। ଫେଡେରାଲ୍‌ ରିଜର୍ଭ (କେନ୍ଦ୍ର ବ୍ୟାଙ୍କ)ର ବୋର୍ଡ ଅଫ୍‌ ଗଭର୍ନର୍ସର ଜଣେ କୃଷ୍ଣକାୟ ମେମ୍ବର ଲିସା କୁକ୍‌ଙ୍କୁ ବହିଷ୍କାର ଆଦେଶ ଦେଇଛନ୍ତି ା ବାଣିଜ୍ୟ ଦରକାର କରେ ସ୍ଥିରତା, ଭବିଷ୍ୟତକୁ ଦେଖି ବର୍ତ୍ତମାନର ଉପତ୍ାଦନ। କିନ୍ତୁ ଟ୍ରମ୍ପ କେତେବେଳେ ହସ୍ତକ୍ଷେପ କରିବେ କି ପଦକ୍ଷେପ ନେବେ ସମସ୍ତେ ଅନିଶ୍ଚିତ। ଟ୍ରମ୍ପଙ୍କ ଖିଆଲ ଅଜଣା ରହୁଥିବାରୁ ବ୍ୟବସାୟ ହ୍ରାସ ପାଉଛି ା କିଛିଦିନ ତଳେ କଷ୍ଟରେ ଚାଲୁଥିବା ସେମିକଣ୍ଡକ୍ଟର କମ୍ପାନୀ ‘ଇଣ୍ଟେଲ୍‌’ର ସିଇଓ ଲିପ୍‌ ବୁ ଟାନ୍‌ ଇସ୍ତଫା ଦିଅନ୍ତୁ ବୋଲି ଟ୍ରମ୍ପ କହୁଥିଲେ, ପରେ କହିଲେ, ଇଣ୍ଟେଲ୍‌ କମ୍ପାନୀର ଅଂଶଧନର ୧୦% ସରକାରଙ୍କୁ ନ ଦେଲେ ତାଙ୍କୁ ବାଇଡେନ୍‌ ସରକାର ସମୟର ଅନୁଦାନ ଫେରାଇବାକୁ ପଡ଼ିବ ା ଏତକ ପାଇବା ପରେ ଟ୍ରମ୍ପ ଟାନ୍‌ଙ୍କୁ ପ୍ରଶଂସା କଲେ ା ସରକାର ଘରୋଇ କମ୍ପାନୀର ଇକ୍ୱିଟି ଗ୍ରହଣ କରନ୍ତି ନାହିଁ, କିନ୍ତୁ ଟ୍ରମ୍ପ କରୁଛନ୍ତି ା ଏନ୍‌ବିଦିଆ ବିଶ୍ୱର ବୃହତ୍ତମ ସେମିକଣ୍ଡକ୍ଟର କମ୍ପାନୀ ଯାହାର ଚିପ୍‌ ଗୁଡ଼ିକ ‘ଏଆଇ’ ଉତ୍କର୍ଷ କାଳରେ ଅତ୍ୟାବଶ୍ୟକ ା ଏପ୍ରିଲ ମାସରେ ଟ୍ରମ୍ପ ତାର ଚାଇନାକୁ ରପ୍ତାନି କରିବା ଉପରେ ୨୦% ଶୁଳ୍କ ବସାଇଲେ, କମ୍ପାନୀ ତା’ର ରୋଜଗାରର ୧୫% ସରକାରକୁ ଦେବ ବୋଲି ରାଜି ହେଲାରୁ ଏପ୍ରିଲରେ ତା’ ପ୍ରତ୍ୟାହାର କଲେ ା ରପ୍ତାନି ଉପରେ ଟିକସ ବସାଇପାରିବ ନାହିଁ ବୋଲି ସମ୍ବିଧାନରେ ଥିବା ବ୍ୟବସ୍ଥାର ଖିଲାପ କରୁଛନ୍ତି ଟ୍ରମ୍ପ ା ନିପ୍ପନ ଷ୍ଟିଲ୍‌ ଯେତେବେଳେ ୟୁଏସ୍‌ ଷ୍ଟିଲ୍‌କୁ କିଣିନେବାକୁ ଚାହିଁଲା ଟ୍ରମ୍ପ ରୋକିଦେଲେ – ଯେ ପର୍ଯ୍ୟନ୍ତ କମ୍ପାନୀ କେତେଗୁଡ଼ିଏ କାମ ଉପରେ ଯଥା କର୍ମଚାରୀମାନଙ୍କ ଦରମା, କମ୍ପାନୀର ନାମ ବଦଳାଇବା ଆଦି କ୍ଷେତ୍ରରେ ସରକାରଙ୍କୁ ଭିଟୋ କ୍ଷମତା ନ ଦେଇଛି ା
ଟ୍ରମ୍ପଙ୍କ ଶିଳ୍ପନୀତିରେ ଶୁଳ୍କ ଏକ ଖଣ୍ଡାଧାର ଏବଂ ଯୁକ୍ତରାଷ୍ଟ୍ର ଏକ ପ୍ରକାଣ୍ଡ ଡିପାର୍ଟମେଣ୍ଟ ଷ୍ଟୋର; ସେ ଷ୍ଟୋର୍‌ର ଏକ ମାତ୍ର ମ୍ୟାନେଜର ଟ୍ରମ୍ପ ା ଟ୍ରମ୍ପଙ୍କ ଟିକସ ଓ ବ୍ୟୟର ପରିମାଣ ଉପରେ ଟ୍ରମ୍ପଙ୍କ ନୀତି ପ୍ରତି ଓ ତାଙ୍କ ପ୍ରତି କିଏ କେତେ ସମର୍ଥନ କରୁଛି ତାହା ଲକ୍ଷ୍ୟ କରି ହ୍ବାଇଟ୍‌ ହାଉସ୍‌ ୫ଟି କମ୍ପାନୀ ଓ ବ୍ୟବସାୟଗୋଷ୍ଠୀର ଏକ ତାଲିକା ତିଆରି କରିଛି, ଯଥେଷ୍ଟ ଦେଉ ନ ଥିବା କମ୍ପାନୀମାନେ ସମର୍ଥନ ପାଇବେ ନାହିଁ। କାରଣ ଏବେ ୱାଶିଂଟନରେ ଡିମୋକ୍ରାଟ୍‌ କି ରିପବ୍ଲିକାନ୍‌ ନାହାନ୍ତି, କେବଳ ଆମର ଆଉ ପର। ଟ୍ରମ୍ପଙ୍କ ନିକଟରେ ପହଞ୍ଚିବାକୁ ଦରକାର ଟ୍ରମ୍ପଙ୍କ ପାଖ ଲୋକ, ଯିଏ ଲବି କରିପାରୁଥିବ, ମନଜିଣି ପାରୁଥିବ ଅର୍ଥାତ୍‌ ଲବିଷ୍ଟ -ଲବିକରିବା ଲୋକ। ପାକିସ୍ତାନ ଲବିକରିବାରେ ଜିତି ଯାଇଛି, ପାକିସ୍ତାନ ନିଯୁକ୍ତ କରିଛି କିଥ୍‌ ସିଲର୍‌, ସେ ଦୁଇ ଦଶନ୍ଦି ଧରି ଟ୍ରମ୍ପଙ୍କ ବଡି ଗାର୍ଡ ଥିଲେ ା ପାକିସ୍ତାନ ତାଙ୍କୁ ମାସିକ ଡଲାର ୫୦,୦୦୦ ଦେଉଛି ା ମାସକ ପରେ ମେ ମାସରେ ଭାରତ ନିଯୁକ୍ତ କଲା ଜାସନ ମିଲ୍ଲର୍‌କୁ ା ମିଲ୍ଲର ସିନିୟର ଉପଦେଷ୍ଟା ଥିଲେ ଟ୍ରମ୍ପଙ୍କ ୨୦୧୬, ୨୦୨୦ ଆଉ ୨୦୨୪ ନିର୍ବାଚନୀ ପ୍ରଚାରରେ ା ବର୍ଷକୁ କଣ୍ଟ୍ରାକ୍ଟ ଡଲାର ୧୮ ଲକ୍ଷ, ମାସିକ ଫି ୧୫୦,୦୦୦ ଡଲାର ା ଦୁହେଁ ଟ୍ରମ୍ପଙ୍କ କାନକୁହା ା କିନ୍ତୁ ପାକିସ୍ତାନ ମାତ୍‌ ମାରିନେଲା ା ସିଲ୍ଲରଙ୍କ ଲବି (କାନକୁହା) ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ ବଢ଼ାଇଦେଲା, ପାକିସ୍ତାନ ସେନାମୁଖ୍ୟ ମୁନିର ହ୍ବାଇଟ୍‌ହାଉସକୁ ନିମନ୍ତ୍ରଣ ପାଇଲା, ଜୁନ ୧୮ରେ ଟ୍ରମ୍ପଙ୍କ ଅତିଥି, ପାକିସ୍ତାନ ଉପରେ ଟାରିଫ୍‌ ୧୯%ରେ ରହିଲା – ଅଥଚ ଭାରତ ଉପରେ ଟାରିଫ୍‌ ୨୫%, ପରେ ଆଉ ୨୫% ା ଟ୍ରମ୍ପ କାକୁତି ମିନତି ଚାହାନ୍ତି, ବିଦେଶୀ ନେତାଏ ତାଙ୍କୁ ଫୋନ୍‌ କରନ୍ତୁ, ତୋଷାମୋଦ କରନ୍ତୁ, କୋଟି କୋଟି ଡଲାର ପୁଞ୍ଜି ନିବେଶ କରିବାର ପ୍ରତିଶ୍ରୁତି ଦିଅନ୍ତୁ ା ଯଦି ତାଙ୍କ ସହ ଗଲ୍ଫ ଖେଳିପାରିବେ ଓ ହାରିବେ ତ ଆହୁରି ଭଲ (ଯଥା ପ୍ରାକ୍ତନ ଜାପାନୀ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଏହା କରିଥିଲେ)ା ମୋଦି ତ ହ୍ବାଇଟ୍‌ ହାଉସ୍‌ ଟ୍ରମ୍ପଙ୍କ ଫୋନ୍‌ ଧରିଲେ ନାହିଁ ା ଯେମିତି ୟୁକ୍ରେନର ଜେଲେନେସ୍କି କି ଦକ୍ଷିଣ ଆଫ୍ରିକାର ସିରିଲ୍‌ ରାମଫୋସା ଓଭାଲ୍‌ ଅଫିସ୍‌ରେ ଗାଳି ଖାଇଲେ ମୋଦିଙ୍କ କ୍ଷେତ୍ରରେ ସେମିତି ହୋଇଥିଲେ ରାହୁଳ କେତେ ମଜା ଉଠାଇଥାଆନ୍ତେ! ମେକ୍ସିକୋ ପ୍ରେସିଡେଣ୍ଟ କ୍ଲଡିଆ ଶୀନବାମ ଆଉ ଭିଏଟ୍‌ନାମର ଲୋ ଟାମ୍‌ ଓ ଦକ୍ଷିଣ କୋରିଆର ଲି ଜାଏ-ମିୟୁଙ୍ଗ ଫୋନ୍‌ କରି ନିମ୍ନତର ଟାରିଫ୍‌ କରାଇନେଲେ। ଅଥଚ ସୁଇଜରଲାଣ୍ଡର ପ୍ରେସିଡେଣ୍ଟ କାରୀନ୍‌ କେଲ୍ଲର-ଶଟ୍ଟର ଆସିଲେ ବି ଟ୍ରମ୍ପ ଦେଖାକଲେ ନାହିଁ କି ୩୯% ଟାରିଫ୍‌ କମିଲା ନାହିଁ।
ୟୁଏସ୍‌ ଏକ ସୁନ୍ଦର ଡିପାର୍ଟମେଣ୍ଟ ଷ୍ଟୋର୍‌, ତା’ର ମ୍ୟାନେଜର୍‌ ମୁଁ ବୋଲି ଟ୍ରମ୍ପ ତାଙ୍କ ଆଚରଣରେ ଦେଖାଉଛନ୍ତି ା ରାଷ୍ଟ୍ରପତି ପଦରେ ଯୋଗଦେବାର ୩ ମାସ ଭିତରେ କହିଲେ ଇଣ୍ଟରନେଟ୍‌ ଦେଶର ବ୍ୟବସାୟକୁ ସାରିଦେଇଛି ା ଆମ ବିନା ମେକ୍ସିକୋ ଆଉ କାନାଡା ତିଷ୍ଠିପାରିବେ ନାହିଁ ା ଚାଇନା ଆଉ ଜାପାନ ଆମଠୁ ଡଲାର୍‌ ଆଦାୟ କରୁଛନ୍ତି ା ଟାରିଫ ବଢ଼ାଇ ସେମାନଙ୍କ ସାମଗ୍ରୀରୁ ଡଲାର ଉଠାଇବାକୁ ପଡ଼ିବ। ସେତେବେଳେ ସେମାନେ ଦେଖିବେ ଯେ ଶୁଳ୍କ ଖୁବ୍‌ ବେଶି, ସେମାନେ ଆମ ପାଖକୁ ଦଉଡ଼ିବେ, ମୂଲଚାଲ କରିବେ ା ଆମ ପାଖରେ ଗୋଟିଏ ଜିନିଷ ଅଛି ଯାହା ସେମାନଙ୍କର ନାହିଁ, ମାର୍କିନ୍‌ ଖାଉଟି, ଆମେରିକାନ୍‌ କଞ୍ଜୁମର୍ସ। ଆମେରିକା ଖାଦ୍ୟ ଆମଦାନୀ କରୁଛି ୧୦୦୦ କୋଟି ଡଲାରରୁ ବେଶି ା
କିନ୍ତୁ ଟ୍ରମ୍ପଙ୍କ ଅର୍ଥନୈତିକ ବୋକାମି ଆମେରିକା ପାଇଁ ବହୁତ ଜଞ୍ଜାଳ ଆଣିବ ା ଆମେରିକା ଗୋଟିଏ ସୁପର୍‌ ଲଗଜୁରି ଷ୍ଟୋର୍‌, ସେଠି ମାଲମତା ଭରି ରହିଛି – ଏପରି ଭାବିବା ଭୁଲ୍‌ ା ଦେଶଟା ଗୋଟିଏ କମ୍ପାନୀ ବା ଦୋକାନ ନୁହେଁ କି ପ୍ରେସିଡେଣ୍ଟ ସିଇଓ (ମୁଖ୍ୟ ପରିଚାଳକ) ନୁହନ୍ତି ା ଆମେରିକାର ଶ୍ରମିକମାନେ ତାଙ୍କ କର୍ମଚାରୀ ନୁହନ୍ତି ା ଯେତେବେଳେ ବର୍ତ୍ତମାନର ଭଣ୍ଡାର ସରିଯିବ ଦୋକାନୀ ନୂଆ ସାମଗ୍ରୀ କିଣିବା ବେଳେ ଅଧିକା ମୂଲ୍ୟ ଦେବ, କାରଣ ଟାରିଫ୍‌ ବଢ଼ିଛି ା
ଦେଶର ରାଜସ୍ବ ବଢ଼ିଲା, କିନ୍ତୁ ଖାଉଟିର କ୍ରୟଶକ୍ତି କମିଲା, କମ୍‌ ବିକ୍ରି ହେଲେ ଦୋକାନୀ କ୍ଷତିରେ ପଡ଼ିବ, ଦୋକାନର କର୍ମଚାରୀମାନେ ଛଟେଇ ହେବେ। ଶେଷରେ ଦୋକାନ ଦେବାଳିଆ ହୋଇ ବନ୍ଦ ହୋଇଯିବ ା ସୁପର ମାର୍କେଟ୍‌ ବା ଡିପାର୍ଟମେଣ୍ଟ ଷ୍ଟୋର୍‌ ତ କଳାବଜାର ବା ହୋର୍ଡିଂ କରିପାରିବ ନାହିଁ ା
ତୋଷାମଦ କରି ଯେଉଁ ରାଷ୍ଟ୍ରନେତାମାନେ ଏବେ ଶୁଳ୍କ କମାଇଛନ୍ତି ସେମାନେ ଜବାବ୍‌ ଦେଇଥିବା ପୁଞ୍ଜି (ଯଥା ୟୁରୋପୀୟ ସଂଘ ୬୦୦ ବିଲିଅନ୍‌ ଡଲାର୍‌ ପୁଞ୍ଜି ଲଗାଇବ ୨୦୨୮ ସୁଦ୍ଧା) ଆସିବ ତ! ସେତେବଳକୁ ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ଓ ମନ ଭଲ ଥିଲେ ତ! ଟ୍ରମ୍ପ ଆଇନକୁ ଦୁଇଥାକିଆ କରିଛନ୍ତି, ସାଙ୍ଗ ଓ ମିତ୍ରମାନଙ୍କୁ କ୍ଷମାଦେବା ଓ ଶତ୍ରୁମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ା ମୋ ବନ୍ଧୁମାନଙ୍କ ପାଇଁ ସବୁକିଛି, ବିରୋଧୀମାନଙ୍କ ପାଇଁ ଆଇନ ା
ଦୋଷୀ ସାବ୍ୟସ୍ତ ନ ହେଲା ଯାଏ ବ୍ୟକ୍ତିଟି ନିର୍ଦ୍ଦୋଷ- ଏ ନୀତି ଟ୍ରମ୍ପଙ୍କ ଆଖିକୁ ଦିଶୁନାହିଁ ା
ବିଶ୍ୱର ସମସ୍ତଙ୍କୁ ନୀଚକରି ଦେଖିଲେ କ’ଣ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ସମ୍ଭବ ହେବ, ଯୁକ୍ତରାଷ୍ଟ୍ରକୁ ମହାନ୍‌ କହିବାକୁ କେହି ବାହାରିବେ ନାହିଁ।

ସହଦେବ ସାହୁ
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?