ପେଟ ପାଇଁ ସବୁ ନାଟ

ଭାରତୀୟ ଜନସଂଖ୍ୟାର ୩ ଭାଗରୁ ୧ ଭାଗ ହେଉଛନ୍ତି ଶିଶୁ। ସେମାନଙ୍କ ମଧ୍ୟରୁ କେତେକେ ଅଭାବ ଅନଟନ, ବିଭିନ୍ନ ପ୍ରକାର ରୋଗ ଏବଂ ଦାରିଦ୍ର୍ୟର ଶିକାରହୋଇ ନିଜର ଶୈଶବକୁ ବିଭିନ୍ନ ବିପର୍ଯ୍ୟୟ ପରିସ୍ଥିତିକୁ ଆଦରି ନେଇଥାନ୍ତିି। ଦାରିଦ୍ର୍ୟର କଷାଘାତ ରେ ପ୍ରପୀଡ଼ିତ ହୋଇ ପେଟ ଚାଖଣ୍ଡକ ପାଇଁ ସେମାନେ ଜୀବନକୁ ପାଣିଛଡ଼ାଇ ଅନେକ ଦୁଃସାହସିକ କାର୍ଯ୍ୟକରି ଦର୍ଶକଙ୍କ ମନୋରଞ୍ଜନକରି ନିଜ ପେଟ ତଥା ପରିବାର ପ୍ରତିପୋଷଣ କରିଥାନ୍ତି। ଏଇ କିଛିଦିନ ତଳେ ଭୁବନେଶ୍ୱର ନାଲ୍‌କୋ ଛକରେ ଦେଖିଲି ୧୦ ରୁ ୧୧ ବର୍ଷର ଝିଅଟିଏ ବାଉଁଶରେ ବନ୍ଧାଯାଇଥିବା ଏକ ଦଉଡ଼ି ଉପରେ ବାଡ଼ିଟିଏ ଧରି ନିଜର ସନ୍ତୁଳନ ରକ୍ଷାକରି ଦୁଃସାହସିକ ବାଉଁଶରାଣୀ ଖେଳ ଦେଖାଇ କିଛି ଅର୍ଥ ରୋଜଗାର କରୁଛି। ମୁଁ ଏହି ଖେଳ ପ୍ରଦର୍ଶନ କରୁଥିବା ନିରୀହ ଝିଅଟିର ବାପାଙ୍କୁ ପଚାରିବାରୁ ସେ ଲୁହ ଛଳ ଛଳ ଆଖିରେ କହିଥିଲେ, ବାବୁ ଆମର ସମ୍ବଳ କିଛି ନାହିଁ ।
ତେଣୁ ପିଲାଟି ଦିନୁ ଆମ ପିଲାମାନଙ୍କୁ ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ପ୍ରକାର ଖେଳ ଶିଖାଇଥାଉ । ତେବେ ଏ ଦୁଃସାହସିକ ଖେଳ ଜୀବନକୁ ପାଣିଛଡ଼ାଇ ଦର୍ଶକଙ୍କ ମନୋରଞ୍ଜନ କରିବା ପଛର କାରଣ ହେଉଛି ଏ ପେଟ ପାଇଁ ନାଟ। ଡୋମ୍ବାରୀ ତଥା ଅନେକ ଆଦିବାସୀ ସମ୍ପ୍ରଦାୟର ପରିବାର ନିଜର ଏପରି ଦୁଃସାହସିକ ଖେଳ ପ୍ରଦର୍ଶନ କଲାବେଳେ ସମଗ୍ର ସମାଜକୁ ଏକ ବାର୍ତ୍ତ ଦେଇଥାଏ ଯାହା ହେଉଛି ଆଜି ମଧ୍ୟ ଦାରିଦ୍ର୍ୟର କଷାଘାତରେ ଶଢୁଥିବା ଲୋକ ଏବଂ ଧନିକ ମଧ୍ୟରେ ରହିଛି ବିରାଟ ପାର୍ଥକ୍ୟ। ଏହି ପାର୍ଥକ୍ୟର କେବେ ଅବସାନ ଘଟିବ ଏହି ନିରୀହ ଶିଶୁମାନେ ନିଜ ଜୀବନ ସହ ଖେଳିବା ବନ୍ଦକରି ନିଜ ଜୀବନକୁ ବିକଶିତ କରିବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟିକରେ। ସରକାର କିନ୍ତୁ ଏହି ସମ୍ପ୍ରଦାୟର ବିକାଶ ପାଇଁ ବାହୁସ୍ଫୋଟ ମାରିଥିବା ବେଳେ ଏହା ପଛରେ ଥିବା ବାସ୍ତବତାକୁ ଏ ପର୍ଯ୍ୟନ୍ତ ଉପଲବ୍ଧି କରି ନ ପାରିବା ପରିତାପର ବିଷୟ।
କେବଳ ଡୋମ୍ବାରୀ ସମାଜର ସେହି ପିଲାମାନେ ନୁହନ୍ତି, ଆମ ଦେଶରେ ୧୬ ବର୍ଷ ବୟସର ପିଲା ୩ ଭାଗରୁ ଭାଗେ ଶିଶୁ ଶ୍ରମରେ ନିୟୋଜିତ ହୋଇ ନିଜର ପରିବାରର ପ୍ରତିପୋଷଣ କରିଥାନ୍ତି। ସାରା ପୃଥିବୀରେ ୧୦ ରୁ ୧୪ ବର୍ଷ ମଧ୍ୟରେ ଅଗଣିତ ବାଳିକା ବାଳକ ଶିଶୁ ଶ୍ରମିକ ଭାବେ କାମ କରିବାର ଦେଖାଯାଏ! ବାଲ୍ୟକାଳକୁ ମଣିଷ ଜୀବନ ଗଠନ ପ୍ରଣାଳୀର ଆଦ୍ୟଭୂମି ବୋଲି କୁହାଯାଏ। କିନ୍ତୁ ଏହି ସମୟରେ ପିଲାଟି ବିଦ୍ୟାଳୟ ଯିବା ପରିବର୍ତ୍ତେ ଜୀବିକାର୍ଜନ କରିବା ପାଇଁ ଶ୍ରମଭୂମିକୁ ଯାଏ ଖଟିବାକୁ। ନିଜ ଜୀବନରେ ଥିବା ଆଖିରେ ଆଖିଏ ସ୍ବପ୍ନ ବାଉଁଶରାଣୀ ଦଉଡ଼ି ଉପରେ ଝୁଲି ରହିଥାଏ। ତେବେ ଏହି ପରିସ୍ଥିତି ପାଇଁ ଦାୟୀ କିଏ? ଉଭୟ ଗ୍ରାମ ଓ ସହରାଞ୍ଚଳରେ ଏ ଦୃଶ୍ୟ ଅତିବ ମର୍ମସ୍ପର୍ଶୀ। ମାତାପିତାଙ୍କ ଦାରିଦ୍ର୍ୟ, ନିରକ୍ଷରତା ଏବଂ ସମାଜର ପଛୁଆ ଜାତି ହିସାବରେ ସେମାନଙ୍କ ପିଲା ଯେକୌଣସିମତେ ଗୋତି ଖଟିବା ସହ ଏପରି ବିପଦପୂର୍ଣ୍ଣ ଖେଳ ଖେଳିବାକୁ ବାଧ୍ୟ ହୋଇଥାନ୍ତି। ପାଠ ପଢ଼ିବା ସମୟରେ ଏହି ସମ୍ପ୍ରଦାୟର ପିଲାମାନଙ୍କୁ ଛୋଟ ବୟସରୁ ଦୁଃସାହସିକ ବାଉଁଶରାଣୀ ଖେଳର ତାଲିମ ଦିଆଯାଇଥାଏ। ସାଇକେଲ ରିମ୍‌ ଭିତରେ ନିଜର ସମଗ୍ର ଶରୀରକୁ ପ୍ରବେଶ କରାଇବା ଆଦିବାସୀ ସମ୍ପ୍ରଦାୟର ପିଲାମାନଙ୍କ ଛଡ଼ା ଅନ୍ୟାନ୍ୟ ସମ୍ପ୍ରଦାୟର ୧୦ରୁ ୧୫ ବର୍ଷର ପିଲାମାନେ ପରଦୁଆରେ ଶ୍ରମକରି ନିଜର ତଥା ପରିବାରର ପ୍ରତିପୋଷଣ କରନ୍ତି।
ଯଦି ଭାରତର ସମ୍ବିଧାନକୁ ଆଖି ପକାଇବା ତେବେ ଦେଖିବାକୁ ପାଇବା ଧାରା ୨୪ରେ ସ୍ପଷ୍ଟ ଉଲ୍ଲିଖିତ ହୋଇଛି ଯେ ୧୪ ବର୍ଷରୁ କମ୍‌ ବୟସର କୌଣସି ପିଲା କୌଣସି କଳକାରଖାନା, ଖଣିଖାଦାନ ବା କୌଣସି ବିପଦସଙ୍କୁଳ ସ୍ଥାନରେ କାମ କରିପାରିବେ ନାହିଁ। କିନ୍ତୁ ଆଇନ ତା’ ବାଟରେ, ଆଜି ମଧ୍ୟ ସ୍ବଳ୍ପ ବୟସର ଶିଶୁ ଶ୍ରମିକମାନେ ବାଣ କାରଖାନା, ହାତବୁଣା ଗାଲିଚା ଶିଳ୍ପ, କାଚ କାରଖାନାରେ ଖଟୁଥିବା ଦେଖାଯାଏ! ଏପରି ହେବାର କାରଣ ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବାବୁମାନଙ୍କ ଉପରେ ପଦକ୍ଷେପ ନିଆଯାଉନାହିଁ। ଗ୍ରାମାଞ୍ଚଳରେ ଶିଶୁଶ୍ରମିକମାନେ କ୍ଷେତ, ବୃକ୍ଷରୋପଣ, ମତ୍ସ୍ୟ ଏବଂ କୁଟୀରଶିଳ୍ପରେ ନିୟୋଜିତ ହେବାର ଦେଖାଯାଏ। ସରକାରୀ ବିଦ୍ୟାଳୟରେ ମାଗଣା ପାଠ ପଢ଼ିବାର ସମସ୍ତ ସୁବିଧା ଏଯୋଗାଇ ଦିଆଯାଉଥିଲେ ସୁଦ୍ଧା ବାଳିକାବାଳକମାନେ ପରିବାରର ଆୟ ବୃଦ୍ଧି ନିମନ୍ତେ ଅର୍ଥ ଲୋଭରେ ପଡ଼ି ପାଠପଢ଼ା ଛାଡ଼ିଦେଇଥାନ୍ତି। ବାଳଶ୍ରମିକ ନିଯୁକ୍ତି ନ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ବାଳଶ୍ରମିକ ନିଯୁକ୍ତି ବନ୍ଦ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଗଲାଣି। ଯେଉଁ ଶିଳ୍ପ କାରଖାନାରେ ବାଳଶ୍ରମିକ ଖଟୁଛନ୍ତି , ତା’ର ଉପତ୍ାଦ କ୍ରୟ କରିବାକୁ ଲୋକେ ସଂଘବଦ୍ଧ ହୋଇ ବାରଣ କରୁଛନ୍ତି। ୧୯୯୫ ମସିହାରେ ଭାରତୀୟ ଗାଲିଚା ଉପତ୍ାଦନକାରୀ, ରପ୍ତାନିକାରୀ ଏବଂ ସ୍ବେଚ୍ଛାସେବୀ ସଂଘଗୁଡ଼ିକ ‘ରୁଗ୍‌ମାର୍କ’ ନାମରେ ଏକ ବ୍ରାଣ୍ଡ୍‌ ନାମ ସୃଷ୍ଟି କରିଛନ୍ତିି, ଯାହା ସାର୍ଟିଫିକେଟ ପରି କାମକରେ। ଏହି ନାମର ମୋହର ବସିବା ଦ୍ୱାରା ଜଣାଯାଏ ଉକ୍ତ ଉତ୍ପାଦନକାରୀ ପଦାର୍ଥରେ ବାଳଶ୍ରମିକ ନିଯୁକ୍ତି ହୋଇନାହାନ୍ତି। ଆଜିକାଲି ବୈଷୟିକ ଶିକ୍ଷା ଏକ ବାଧ୍ୟ ପାଠ୍ୟକ୍ରମ ରୂପେ ସରକାରଙ୍କ ଦ୍ୱାରା ପ୍ରଚଳିତ ହୋଇଛି ଯାହା ଶିଶୁ ଶ୍ରମିକଙ୍କ ପେଟ ପାଇଁ ନାଟର ପରିସମାପ୍ତି ଘଟାଇ ଆଶାର କିରଣ ସଞ୍ଚରଣ କରୁଛି। କିନ୍ତୁ ଏହାକୁ ଫଳପ୍ରଦ କରିବା ପାଇଁ ସରକାର ବିହିତ ପଦକ୍ଷେପ ନେଲେ ଉକ୍ତ ସମସ୍ୟାର ସମାଧାନ ହେବ।

ଉମାଶଙ୍କର ପ୍ରସାଦ
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?