ଅନ୍ଧାରରେ ରଖିଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୮: ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କାଲିଫର୍ନିଆ ସିନେଟର କମଲା ହାରିସ୍‌ ନିଜ ନିଜ ପ୍ରାର୍ଥତ୍ତ୍ୱକୁ ଗ୍ରହଣ କରିଛନ୍ତି। ଡେମୋକ୍ରାଟିକ୍‌ ନ୍ୟାଶନାଲ କନ୍‌ଭେନଶନ (ଡିଏନ୍‌ସି)ର ଚତୁର୍ଥ ଦିନରେ ବିଡେନ୍‌ ତାଙ୍କ ରନିଂ ମେଟ୍‌ ହାରିସ୍‌ଙ୍କୁ ‘ଶକ୍ତିଶାଳୀ ସ୍ବର’ ଭାବେ ଅଭିହିତ କରି ପ୍ରଶଂସା କରିଛନ୍ତି। ଏହାସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାକୁ ଅନ୍ଧକାର ମଧ୍ୟରେ ବାନ୍ଧି ଦେଇଥିବା ବିଡେନ ସମାଲୋଚନା କରିଛନ୍ତି।
ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଡେମୋକ୍ରାଟିକ୍‌ ଓ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନ ଜୋର୍‌ଦାର କରାଯାଇଛି। ଗୁରୁବାର ରାତିରେ ଏନ୍‌ଡିସି ଉଦ୍‌ଯାପନ ଅବସରରେ ୭୭ ବର୍ଷୀୟ ବିଡେନ ଆନୁଷ୍ଠାନିକ ଭାବେ ପ୍ରାର୍ଥିତ୍ୱ ସ୍ବୀକାର କରି ଭାଷଣ ଦେଇଥିଲେ। କହିଥିଲେ, ଆମେରିକାରେ ସମସ୍ତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୁନଃ ଅବସ୍ଥାପିତ କରିବା ପରବର୍ତ୍ତୀ ରାଷ୍ଟ୍ରପତିଙ୍କ କାର୍ଯ୍ୟ ହେବ। ଏହାକୁ ସେ ଏକୁଟିଆ କରିପାରିବେ ନାହିଁ। ତାଙ୍କ ସାଙ୍ଗରେ ଜଣେ ମହାନ୍‌ ଉପରାଷ୍ଟ୍ରପତି ରହିବେ। ହାରିସ୍‌ଙ୍କ ପାରିବାରିକ ଐତିହ୍ୟର ବିବିଧତା ରହିଛି। ତାଙ୍କ ମା’ ଭାରତୀୟ ଓ ବାପା ଜାମାଇକାର। ତାଙ୍କ ଦୃଢ଼ତା ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ବଳ ଯୋଗାଇଛି ବୋଲି ବିଡେନ୍‌ କହିଥିଲେ। ସେ ଆମେରିକାକୁ ଭଲ ଭାବେ ଜାଣନ୍ତି। ତାଙ୍କ କାହାଣୀ ହେଉଛି ଆମେରିକାର କାହାଣୀ। ମହିଳା, କୃଷ୍ଣକାୟ ମହିଳା, କୃଷ୍ଣକାୟ ଆମେରିକୀୟ, ଦକ୍ଷିଣ ଏସୀୟ ଆମେରିକୀୟ ଓ ପ୍ରବାସୀ। ଏମାନଙ୍କ ସହ ଅବହେଳିତ ଓ ପଛୁଆବର୍ଗର ଲୋକଙ୍କ ପାଇଁ ସେ କାର୍ଯ୍ୟ କରିବେ।
ଗତ ମେ’ରେ ମିନିଆପଲିସରେ ଜଣେ ପୋଲିସ ଅଧିକାରୀଙ୍କ ହାତରେ ପ୍ରାଣ ହରାଇଥିବା କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ କଥାକୁ ବିଡେନ ମନେପକାଇଥିଲେ। ଜର୍ଜ ଫ୍ଲୟଡ୍‌ଙ୍କ ୬ ବର୍ଷୀୟା ଝିଅ ଜିଆନ୍ନାଙ୍କ ‘ବାପା ବିଶ୍ୱକୁ ବଦଳାଇଦେଲେ’ ଉକ୍ତି ତାଙ୍କ ହୃଦୟକୁ ଆନ୍ଦୋଳିତ କରିଛି କହି ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼ିବା ପାଇଁ ଆମେରିକୀୟଙ୍କୁ ସେ ଆହ୍ବାନ ଦେଇଥିଲେ। ଡେମୋକ୍ରାଟିକ୍‌ ପାର୍ଟିରୁ ପୂର୍ବରୁ ରାଷ୍ଟ୍ରପତି ହୋଇଥିବା ବାରାକ ଓବାମାଙ୍କ ସହ ପ୍ରାୟ ୮ ବର୍ଷ କାମ କରିବାର ସୁଯୋଗ ପାଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ।
ସେ ଜଣେ ମହାନ୍‌ ରାଷ୍ଟ୍ରପତି ଥିଲେ, ଯାହାଙ୍କ ସମ୍ପର୍କରେ ପିଲାମାନେ ଅନେକ କିଛି ଜାଣିବାକୁ ଚାହାନ୍ତି। କିନ୍ତୁ ବର୍ତ୍ତମାନ ହ୍ବାଇଟ୍‌ ହାଉସ୍‌ରେ ଥିବା ଟ୍ରମ୍ପ୍‌ଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳେନାହିଁ। ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ଆଉ ୪ ବର୍ଷ ଦିଆଗଲେ ସେ ବିଗତ ୪ ବର୍ଷ ଯେମିତି ଶାସନ କଲେ ସେମିତି କରିବେ। ଟ୍ରମ୍ପ୍‌ ଏପରି ଜଣେ ରାଷ୍ଟ୍ରପତି, ଯିଏକି କୌଣସି କାମ ପାଇଁ ଉତ୍ତରଦାୟୀ ହୁଅନ୍ତି ନାହିଁ, ନେତୃତ୍ୱ ନେବାକୁ ମନାକରନ୍ତି, ଅନ୍ୟମାନଙ୍କ ଉପରେ ଦୋଷ ଲଦନ୍ତି, ଏକଚ୍ଛତ୍ରବାଦୀଙ୍କ ଭଳି ବ୍ୟବହାର କରନ୍ତି ଏବଂ ଘୃଣା ଓ ବିଭାଜନକୁ ପ୍ରୋତ୍ସାହନ ଦେଇଥାଆନ୍ତି। ଟ୍ରମ୍ପ୍‌ ପୁଣିଥରେ ଜିତିଲେ କେବଳ ନିଜ କଥା ଚିନ୍ତା କରିବେ। ସେ ଅନ୍ୟ କାହାକୁ ପଚାରିବେ ନାହିଁ ବୋଲି ବିଡେନ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନର ସୁପ୍ରିମ କୋର୍ଟ

ଇସଲାମାବାଦ,୫ା୧- ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲା ଏକ ମୁସଲମାନ ଗୋଷ୍ଠୀ। ଏହାର ଶୁଣାଣି କରି...

ନିଜ ପଦରୁ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ଗତ କିଛି ଦିନରୁ ସିଞ୍ଜୋ ଆବେଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। ସ୍ବାସ୍ଥ୍ୟଗତ କାରଣରୁ...

ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ...

ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେନି ପୋଲିସ

ଇସଲାମାବାଦ,୧୦ା୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଚାଇନାର ଶର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ବାରଣ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପୋଲିସ ବିଭାଗର କୌଣସି...

ଇମ୍ରାନଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

ଇସଲାମାବାଦ୍‌,୧୧।୪: ପାକିସ୍ତାନ ତେହରିକ୍‌-ଏ-ଇନଶାଫ୍‌(ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଅନାସ୍ଥା ଭୋଟ୍‌ରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ କରିବେ,...

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର...

ଚାଇନା ଚିନ୍ତା ବଢ଼ାଇଛି ଡେଲ୍ଟା

ବେଜିଂ, ୧୬ା୧୧: କରୋନାର ସବୁଠୁ ମାରାତ୍ମକ ଡେଲ୍ଟା ଭାରିଆଣ୍ଟ ଚାଇନାର ଚିନ୍ତା ବଢ଼ାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୧୩୦୮ ମାମଲା ଚିହ୍ନଟ କରାଯାଇଛି।...

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର...

Advertisement
Archives

Model This Week