ଟ୍ରମ୍ପ୍‌ ଦୋଷୀ, ଦଣ୍ଡମୁକ୍ତ

ନ୍ୟୁୟର୍କ,୧୨।୧: ୭୮ ବର୍ଷୀୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜଷ୍ଟିସ୍‌ ଜୁଆନ୍‌ ମର୍ଚାନ୍‌ ଦୋଷୀ ସାବ୍ୟସ୍ତ କରିବା ସହ ନିଃସର୍ତ୍ତରେ ଦଣ୍ଡମୁକ୍ତ କରିଛନ୍ତି। ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ରାୟ ଶୁଣାଇବାବେଳେ ମର୍ଚାନ କହିଛନ୍ତି, ଟ୍ରମ୍ପ୍‌ଙ୍କୁ ସେ ବିନା କୌଣସି ଜେଲଦଣ୍ଡ କିମ୍ବା ଜରିମାନାରେ ଦୋଷୀସାବ୍ୟସ୍ତ କରିଛନ୍ତି। କାରଣ ଆମେରିକା ସମ୍ବିଧାନ ରାଷ୍ଟ୍ରପତିମାନଙ୍କୁ ଆପରାଧିକ ଦଣ୍ଡ ଭୋଗିବାରୁ ଊର୍ଦ୍ଧ୍ୱରେ ରଖିଆସିଛି। ସେ ହ୍ବାଇଟ୍‌ ହାଉସ୍‌କୁ ଯିବାକୁ ଥିବାରୁ ନିଃସର୍ତ୍ତରେ ତାଙ୍କ ଦଣ୍ଡକୁ ରଦ୍ଦ କରାଯାଉଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପରେ ବି ତାଙ୍କ ଅପରାଧର ଗମ୍ଭୀରତା କୌଣସି ପ୍ରକାରେ ହ୍ରାସ ପାଇବ ନାହିଁ। ସମସ୍ତ ୩୪ ଅଭିଯୋଗରେ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଶେଷରେ ଜଷ୍ଟିସ୍‌ ମର୍ଚାନ୍‌ ଟ୍ରମ୍ପ୍‌ଙ୍କୁ କହିଥିଲେ, ସାର୍‌, ଦ୍ୱିତୀୟ ଥର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାକୁ ଯାଉଥିବାରୁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି।
ଅନ୍ୟପକ୍ଷେ ନିଜ ଓକିଲଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିବା ଟ୍ରମ୍ପ୍‌ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଥିଲେ। ଶୁଣାଣି ପାଇଁ କୋର୍ଟରୁମ୍‌ରେ ସ୍ବତନ୍ତ୍ର ଟିଭି ସ୍କ୍ରିନ୍‌ର ବ୍ୟବସ୍ଥା କରାଯାଇଥିଲା। ପଛରେ ରହିଥିଲା ଦୁଇଟି ଆମେରିକୀୟ ପତାକା। ଟ୍ରମ୍ପ୍‌ କହିଥିଲେ, ଏହି ଅଭିଯୋଗ ତାଙ୍କୁ ପୁନଃ ନିର୍ବାଚିତ ହେବାରୁ ବାଦ୍‌ ଦେବା ପାଇଁ ଏକ ବିଫଳ ପ୍ରୟାସ ଥିଲା। ‘ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, କିଛି ଭୁଲ୍‌ କାର୍ଯ୍ୟ କରିନାହିଁ’ ବୋଲି ସେ କହିଥିଲେ।
ଗତବର୍ଷ ୬ ସପ୍ତାହ ଧରି ଚାଲିଥିବା ମାମଲାର ଶୁଣାଣି ବେଳେ ଟ୍ରମ୍ପ୍‌ ପକ୍ଷ ରଖିବା ପରିବର୍ତ୍ତେ ମର୍ଚାନ ଏବଂ ତାଙ୍କ ବିରୋଧରେ ମାମଲା ଲଢ଼ୁଥିବା ମ୍ୟାନ୍‌ହାଟ୍ଟନ୍‌ ଡିଷ୍ଟ୍ରିକ୍ଟ ଆଟର୍ନି ଅଲ୍‌ଭିନ୍‌ ବ୍ରାଗ୍‌ଙ୍କୁ ଅପମାନିତ କରିଥିଲେ। ବ୍ରାଗ୍‌ଙ୍କ ଅଫିସ୍‌ର ଆଇନଜୀବୀ ଜୋଶୁଆ ଷ୍ଟେଇନ୍‌ଗ୍ଲାସ୍‌ କହିଥିଲେ, ଶୁଣାଣି ଚାଲିଥିବାବେଳେ ଟ୍ରମ୍ପ୍‌ ଉକ୍ତ ମାମଲାର ଆଇନଗତ ବୈଧତାକୁ ନୂ୍ୟନ କରିବା ପାଇଁ ଜାଣିଶୁଣି କ୍ୟାମ୍ପେନ୍‌ କରିଥିଲେ, ଯାହାକି ବିଚାର ବ୍ୟବସ୍ଥାକୁ ନିନ୍ଦିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଅପଚେଷ୍ଟା। ଅନ୍ୟପକ୍ଷରେ ଟ୍ରମ୍ପ୍‌ ସଦ୍ୟ ରାୟ ବିରୋଧରେ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବେ। ସ୍ଥଗିତାଦେଶ ପାଇଁ ସେ ଦାଖଲ କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।
୨୦୦୬ ଜୁଲାଇରେ ଟ୍ରମ୍ପ୍‌ ୨୭ ବର୍ଷୀୟା ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସଙ୍କ ସହ ଲେକ୍‌ ତାହୋଏ ହୋଟେଲରେ ଯୌନ ସମ୍ପର୍କ ରଖିଥିଲେ। ଏହି ଗୁପ୍ତ ଶାରୀରିକ ସମ୍ପର୍କ ଦୁହଁିଙ୍କ ମଧ୍ୟରେ ସୀମିତ ଥିଲା। ୨୦୧୬ରେ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ବେଳେ ଏହା ପ୍ରଘଟ ହେଲେ ଅଡ଼ୁଆ ପରିସ୍ଥିତି ଉପୁଜିବା ଆଶଙ୍କା କରି ଟ୍ରମ୍ପ୍‌ ନିଜ ଓକିଲ ମାଇକେଲ୍‌ କୋହେନ୍‌ଙ୍କ ଜରିଆରେ ଷ୍ଟର୍ମିଙ୍କ ମୁହଁ ବନ୍ଦ କରାଇଥିଲେ। ଏଥିପାଇଁ ଟ୍ରମ୍ପ୍‌ ୧,୩୦,୦୦୦ ଡଲାର ଦେଇଥିଲେ। ଷ୍ଟର୍ମିଙ୍କ ଏହି ଷ୍ଟୋରି ୨୦୧୮ରେ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ ପ୍ରଘଟ କରିବା ପରେ ଟ୍ରମ୍ପ୍‌ଙ୍କ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଷ୍ଟର୍ମିଙ୍କ ହଶ୍‌ ମନି ଅଭିଯୋଗକୁ ନେଇ ଗ୍ରାଣ୍ଡ୍‌ ଜୁରି ପକ୍ଷରୁ ତଦନ୍ତ ଚାଲିଥିଲା। ଏଥିରେ ଟ୍ରମ୍ପ୍‌ଙ୍କ ଦୋଷ ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri