ଆଉ କେବେ ବି ଭାରତ ଆସିପାରିବେନି ଟ୍ରମ୍ପ! ଲାଗିବ କଡ଼ା କଟକଣା?

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାନୁଆରୀ ୧୦ ୨୦୨୫ରେ ଜଣେ ସାଂଘାତିକ ଅପରାଧୀ ଭାବରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମେ ମାସରେ, ତାଙ୍କ ବିରୋଧରେ ବ୍ୟବସାୟିକ ରେକର୍ଡ ସହିତ ଜାଲିଆତି କରି ହେରଫେର କରିବାର ୩୪ଟି ଅଭିଯୋଗ ଆସିଥିଲା। ଏହି ମାମଲାରେ ତାଙ୍କୁ ଏବେ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ଏପରି ପରିସ୍ଥିତି ଟ୍ରମ୍ପଙ୍କ ବିଦେଶ ଯାତ୍ରାକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ବିଶେଷକରି ଯେଉଁ ଦେଶଗୁଡ଼ିକ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିମାନଙ୍କ ଉପରେ ଦେଶକୁ ଆସିବା ପାଇଁ କଠୋର କଟକଣା ଲଗାନ୍ତି।

ବିଚାରପତି ଜୁଆନ ମର୍ଚାନ ଶୁକ୍ରବାର ଟ୍ରମ୍ପଙ୍କୁ ମୁକ୍ତ କରିଛନ୍ତି, ଅର୍ଥାତ ତାଙ୍କୁ ତାଙ୍କ ଅପରାଧର କୌଣସି ଦଣ୍ଡ ଭୋଗ କରିବାକୁ ପଡ଼ିବ ନାହିଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଭାରତ, ଚାଇନା, କାନାଡା ଏବଂ ୟୁନାଇଟେଡ କିଙ୍ଗଡମ ଭଳି ଦେଶ ସମେତ ଅପରାଧୀମାନଙ୍କ ଉପରେ ଅନ୍ୟ ଦେଶଗୁଡ଼ିକ ଯେଉଁ କଠୋର ଆନ୍ତର୍ଜାତୀୟ ଯାତ୍ରା ପ୍ରତିବନ୍ଧକ ଲଗାନ୍ତି, ସେଥିରୁ ସେ ମୁକ୍ତି ପାଇବେ। ଯେଉଁଠାରେ ଅପରାଧିକ ଇତିହାସ ଥିବା ବ୍ୟକ୍ତିମାନଙ୍କ ପାଇଁ କଠୋର ନିୟମ ଅଛି।

ବିଶ୍ୱରେ ଏପରି ଷୋହଳଟି ଦେଶ ଅଛି ଯେଉଁମାନେ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ଦେଶକୁ ପ୍ରବେଶ କରିବାକୁ ମନା କରନ୍ତି, ଏବଂ ଅନ୍ୟ ବାଇଶଟି ଦେଶରେ ଏପରି ଆଇନ ଅଛି ଯାହା ଜଣେ ବ୍ୟକ୍ତିଙ୍କୁ ତାଙ୍କ ରେକର୍ଡ ପ୍ରକାଶିତ ହେଲେ ଦେଶାନ୍ତରିତ କରାଯାଇପାରିବ।

କୁହାଯାଉଛି ଟ୍ରମ୍ପଙ୍କ ଭବିଷ୍ୟତ ଯାତ୍ରା ସମସ୍ୟାର ଆସିପାରେ। ବିଶେଷକରି ଆସନ୍ତା ବର୍ଷ G7 ଶିଖର ସମ୍ମିଳନୀ ଆୟୋଜନ କରୁଥିବା କାନାଡା , ଇସ୍ରାଏଲ, ଜାପାନ, ୟୁକେ, ଭାରତ, ଚାଇନା ଏବଂ ଆର୍ଜେଣ୍ଟିନା ଭଳି ଦେଶ, ଯାହାକୁ ସେ ଗସ୍ତ କରିବେ। ଆଶ୍ଚର୍ଯ୍ୟର କଥା ହେଉଛି, ଟ୍ରମ୍ପ ଏଭଳି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରଥମ ରାଷ୍ଟ୍ରପତି ହେବେ ନାହିଁ ଯିଏ ଯାତ୍ରା ପାଇଁ ଏକ ସ୍ବତନ୍ତ୍ର ଛାଡ଼ ଆବଶ୍ୟକ କରିବେ। ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ୧୯୭୬ରେ ଏକ ମଦ୍ୟପାନ କରି ଗାଡି ଚାଳନା ଅପରାଧ ଯୋଗୁଁ ତାଙ୍କୁ କାନାଡାରେ ପ୍ରବେଶ କରିବା ପାଇଁ ଏକ ସ୍ବତନ୍ତ୍ର ଅନୁମତି ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ଭାରତ, ଚାଇନା, ଜାପାନ, ଇରାନ, ୟୁକେ, ଦକ୍ଷିଣ ଆଫ୍ରିକା, କେନିଆ, ଆର୍ଜେଣ୍ଟିନା, କାନାଡା, ଅଷ୍ଟ୍ରେଲିଆ, ତାଇୱାନ, କ୍ୟୁବା, ଇସ୍ରାଏଲ, ନ୍ୟୁଜିଲାଣ୍ଡ ଏବଂ ମାକାଉ ଭଳି ଦେଶ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଅନ୍ତି ନାହିଁ। କହିରଖୁଛୁ କି, ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ଆଉ ଆଇନଗତ ଭାବରେ ବନ୍ଧୁକ ରଖିବା ପାଇଁ ଯୋଗ୍ୟତା ନାହିଁ ଏବଂ ରାଜ୍ୟ ଆଇନ ଅନୁଯାୟୀ ତାଙ୍କୁ ନ୍ୟୁୟର୍କ ରାଜ୍ୟର ଅପରାଧ ଡାଟାବେସ ପାଇଁ ଏକ ଡିଏନଏ ନମୁନା ପ୍ରଦାନ କରିବାକୁ ପଡିବ। ତଥାପି, ସେ ଫ୍ଲୋରିଡା ରାଜ୍ୟର ଆଇନ ଅନୁଯାୟୀ ଭୋଟ ଦେଇପାରିବେ, ଯେଉଁଠାରେ ସେ ୨୦୨୦ରୁ ଭୋଟର ଭାବରେ ପଞ୍ଜିକୃତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?