ଦୁର୍ଗା ପୂଜା ଦେଖିବାକୁ ଯିବା ବାଟରେ ସାମ୍ନାରୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୮ ଗୁରୁତର

ଭବାନୀପାଟଣା,୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବୁଧବାର ଏକ ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ଗୁଣ୍ଡରି ଗାଁର ୨ଟି ପରିବାରର ୯ ଜଣ ଲୋକ ଏକ ଅଟୋ ଯୋଗେ ଦେପୁର ଗାଁକୁ ଦୁର୍ଗା ପୂଜା ଦେଖିବାକୁ ଯାଉଥିଲେ । ଏହି ସମୟରେ ଭବାନୀପାଟଣା ମଦନପୁର ରାମପୁର ରାସ୍ତା ଡଙ୍ଗରଗଡ଼ ନିକଟରେ ତାଙ୍କ ଅଟୋକୁ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଅଟୋଟି ଓଲଟି ପଡିଥିଲା । ଏଥିରେ ଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ପ୍ରଥମେ ଟ୍ରକଟିକୁ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ମୃତ ମହିଳା ଜଣକ ଗୁଣ୍ଡରି ଗାଁର ହୋଇଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣା ବିଷୟରେ ଗାଁରେ ଖବର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦର ଏନ୍‌କାଉଣ୍ଟର ଘଟଣା: ରିପୋର୍ଟ ତଲବ କଲେ ମାନବ ଅଧିକାର ଆୟୋଗ

ବାଲେଶ୍ୱର ଅଫିସ,୨୬।୭: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ ଓଡ଼ିଶା ମାନବ ଅଧିକାର ଆୟୋଗ। ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ...

ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧୩ା୨(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରୁ ପୁରୀ ଯିବା ପାଇଁ ଜହ୍ନିକୁଦା-ସାତପଡ଼ା ହୋଇ ଚିଲିକା ରାସ୍ତାଟି ପାଲଟିଛି ଯାତ୍ରୀଙ୍କ ମୃତ୍ୟୁ ପଥ। ଯାତ୍ରା ବେଳେ ଯେକୌଣସି ସମୟରେ...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ପ୍ରଥମେ ନେଗେଟିଭ, ପରେ ପଜିଟିଭ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଦାଢ଼ା ପଞ୍ଚାୟତ ଅଧୀନ ବଡ଼ବାଲିପଡ଼ା ଗ୍ରାମର ଗୋଟିଏ ପରିବାର କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନର ସହଯୋଗ ମିଳୁ ନ ଥିବା...

ସମ୍ବେଦନଶୀଳ ବର୍ଗଙ୍କୁ ନେଇ ହେବ ଏସ୍‌ଏଚ୍‌ଜି

ଭୁବନେଶ୍ୱର(ବ୍ୟୁରୋ),୧୦ା୨: ଏବେ ସ୍ବତନ୍ତ୍ର ବର୍ଗଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗଠନ କରାଯିବ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପାହାଚ ସ୍ବରୂପ ଭୁବନେଶ୍ୱର...

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଆର୍‌ ଆଣ୍ଡ ବି...

‘ଆଗ ପାଣି ପରେ ଭୋଟ’

ବାରିପଦା ଅଫିସ,୯।୨: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବ୍ଲକ କୁସୁମବନ୍ଧ ପଞ୍ଚାୟତ ଅନ୍ତର୍ଗତ ୩ ଗଁାର ଲୋକେ ପାଣି ସମସ୍ୟା ନେଇ ଭୋଟ ବର୍ଜନ କରିବେ ବୋଲି ଜିଲାପାଳଙ୍କୁ...

ଆମପାଣି ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରେଲର

କୋକସରା,୩୦।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଆମପାଣି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨ଜଣ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନେ...

ଅବିରରୁ ହୋଲି ପାର୍ଟି

ଭୁବନେଶ୍ୱର,୯।୩(ବ୍ୟୁରୋ): ନବରାତ୍ର ହେଉ କି ହୋଲି, ଦୀପାବଳି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉତ୍ସବକୁ ଭିନ୍ନ ଶୈଳୀରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନର...

Advertisement
Archives

Model This Week