ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା ମିଳୁନାହିଁ। ତେଣୁ ସେମାନଙ୍କ ଭୂମିକାକୁ ନେଇ ପୋଲିସର ସନ୍ଦେହ ହୋଇଛି। ଉଭୟଙ୍କ ଫୋନ ସୁଇଚ୍‌ ଅଫ୍‌ ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜଣେ ଡ୍ରାଇଭର ଓ ଜଣେ ହେଲପର୍‌ ଭୁବନେଶ୍ୱର ବାଳକାଟିର ଅନଙ୍ଗ ମୋହନ ଦାସଙ୍କ ଟ୍ରକରେ ୩ ମାସ ହେବ କାମ କରୁଥିଲେ। ଗତ ମଙ୍ଗଳବାର ଡ୍ରାଇଭର ଓ ହେଲପର୍‌ ଗାଡ଼ି ଧରି ବିନିକା ତସୁ ଆଣିବା ପାଇଁ ଯାଇଥିଲେ। ସେଠାରେ ଚାଉଳରୁ ବାହାରୁଥିବା ତସୁ ଧରି କଟକ ଜଗତପୁର ଅଭିମୁଖେ ବାହାରିଥିଲେ। ଏହାପରେ ଗାଡ଼ିର ଚାଳକ ଏବଂ ହେଲପରଙ୍କ ଫୋନ ଲାଗି ନ ଥିଲା। ଏଥିସହ ଗାଡିରେ ଲାଗିଥିବା ଜିପିଏସ ମଧ୍ୟ ଭାଙ୍ଗି ଦିଆଯାଇଥିବା ଯୋଗୁ ତାହା ମଧ୍ୟ ଲାଗି ନ ଥିଲା । ତେଣୁ ଗାଡି ମାଲିକ ବିନିକା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିସହ ଗାଡି ମାଲିକ ନିଜେ ଗାଡ଼ିକୁ ଖୋଜୁଥିଲେ। କିନ୍ତୁ ଗାଡ଼ିର ସୂଚନା ପାଉ ନ ଥିଲେ। ଏହିଭଳି ପରିସ୍ଥିତିରେ ରବିବାର ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସାନକୋଦଣ୍ଡାର ଏକ ଆମ୍ବ ତୋଟାରେ ଏକ ଗାଡି ପରିତ୍ୟକ୍ତ ଅବସ୍ଥାରେ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଗାଡ଼ିର ଇଞ୍ଜିନ ନମ୍ବରରୁ ଗାଡି ମାଲିକଙ୍କ ଠିକଣା ବାହାର କରି ଆଇଆଇସି ଗାଡ଼ି
ମାଲିକଙ୍କୁ ସୂଚନା ଦେଇଥିଲେ। ଏହାପରେ ଅନଙ୍ଗ ଭଞ୍ଜନଗର ଥାନାରେ ପହଞ୍ଚି ଗାଡ଼ିକୁ ଚିହ୍ନଟ କରିଥିଲେ। ଏହି ସମୟରେ ଗାଡିର ବ୍ୟାଟେରୀ, ତେଲ, ଲକ୍ଷାଧିକ ଟଙ୍କାର ତସୁ ନ ଥିବା ଜାଣିବାକୁ ପାଇଥିଲେ। ଗାଡ଼ିର ହେଲପର, ଡ୍ରାଇଭରଙ୍କୁ ଖୋଜା ଯାଉଥିବା ବେଳେ ସେମାନେ ଧରାପଡ଼ିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?