ବିବାହ ଭୋଜି ଖାଇବାକୁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ୫୨ ଆହତ, ୧୮ ଗୁରୁତର

ଦାରିଙ୍ଗବାଡ଼ି,୧୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୫୨ଜଣ ଆହତ ହୋଇଥିବା ବେଳେ ୧୮ଜଣ ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, ବ୍ରାହ୍ମଣଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର ଝିଅ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲୀ ଗ୍ରାମରେ ଶୁକ୍ରବାର ବିବାହ କରିଥିଲେ। ଆଜି ପୁଟୁଡୁମାହା ଗ୍ରାମର ଝିଅ ପରିବାର ଓ ସମ୍ପର୍କୀୟମାନେ ପାଙ୍ଗାଲୀ ଗ୍ରାମକୁ ଏକ ଖୋଲା ଟ୍ରକ୍‌ରେ ଭୋଜି ଖାଇବା ପାଇଁ ଆସୁଥିଲେ। ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୫୨ଜଣ ଆହତ ହୋଇଥିଲେ। ସେଥିରୁ ୧୮ଜଣ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିବା ଥିବା ଜନସାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି। ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତରମାନେ ହେଲେ ତରାମାହା ଗ୍ରାମର ଜନାଆଲୁ ମଳିକ,ମଇସକ ମଳିକ, ପୁଟୁଡୁମାହା ଗ୍ରାମର ମାର୍ଥା ମଲିକ,ପ୍ରକାଶ ବେହେରାମାଝି , ପ୍ରଫୁଲ ମଲିକ, ଗୀତ ମଝି, ସୁବଳ ମୁଠାମଝି,ସୁନୀତ ମାଝି ,ନିରଳା ମାଝି ଓ ମାଣ୍ଟୁ ମଲିକ,ତାରାମାହା ଗ୍ରାମର ପ୍ରଫୁଲ ମଲିକ,ପ୍ରତାପ ମଳିକ, ବେଙ୍ଗେମାହା ଗ୍ରାମର ସନଜ ମଳିକ, ଜିନତି ମଝି,କାଲିଙ୍ଗି ଗ୍ରାମର ସାରା ମଳିକ, ଜିନତି, ନାଜାଲି ମଲିକ,ଗାହାକିଆ ଗ୍ରାମର ଏଷ୍ଟର ପ୍ରଧାନକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ମେଡିକାଲରେ ଥାନାଧିକାରୀଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହିତ ତହସିଲଦାର ଚାର୍ଲସ ନାୟକ, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଉପସ୍ଥିତ ରହି ଦେଖାଶୁଣା କରୁଛନ୍ତି। ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା: ଆଇଜି

ଖୋର୍ଦ୍ଧା ଅଫିସ୍‌,୧୩।୩: ବାଣପୁର ବ୍ଲକ କାଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଲୋକଙ୍କ ପ୍ରତିଆକ୍ରମଣର ଶିକାର ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ...

ଅଧାପନ୍ତରିଆ ପଡ଼ିଛି ସହରର ରାସ୍ତା ନିର୍ମାଣ

ପାରଳାଖେମୁଣ୍ଡି,୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମାଠାରେ ବର୍ଷ ବର୍ଷ ଧରି ସହରର ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବରେ ପଡ଼ିରହିଛି। ସମ୍ପୂର୍ଣ୍ଣ ନ ହେଉଣୁ କେଉଁଠି...

ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ, ଘୋଷାରି ନେଲେ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ) : ଜନଗହଳିପୂର୍ଣ୍ଣ ଭୁବନେଶ୍ୱର ଷ୍ଟେଶନ ପରିସରରେ ଶୁକ୍ରବାର ଜଣେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଅନ୍ୟ କେତେଜଣ ଦୋକାନୀ ତାଙ୍କୁ ନିସ୍ତୁକ...

ପ୍ରବଳ ଶୀତ, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)- ମଣିଷ ସଭ୍ୟତା ସହିତ ଜଙ୍ଗଲ ବହୁ ଆଗରୁ ଜଡିତ। ଏଣୁ ବନବାସୀମାନେ ବଣଜଙ୍ଗଲକୁ ଦେବଦେବୀ ଭାବେ ପୂଜା କରିଆସୁଛନ୍ତି। ବର୍ତ୍ତମାନ ସମୟରେ...

ଭତ୍ତା ହିତାଧିକାରୀଙ୍କ ଦୁଃଖ ବଢୁଛି

ରସୁଲପୁର,୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଯୋଜନା ବାଟବଣା ହୋଇପଡ଼ିଛି। ଏଠାରେ ବୟସାଧିକ ଭତ୍ତା ହିତାଧିକାରୀ...

ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବିତ

କୁତ୍ରା, ୨୦।୧୨(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ନିର୍ମାଣ ହେଉଥିବା ସେତୁଗୁଡିକୁ ପରିଦର୍ଶନ କରିବା ସହ ନିର୍ମାଣ ବିଳମ୍ବ ହେଉଥିବା ଯୋଗୁ ବିଭାଗୀୟ ଅଧିକାରୀଙ୍କୁ...

‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ତତ୍ପରତା: ଦିଲ୍ଲୀରେ ଜମି ମାଗିଲେ ନବୀନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ):ନୂଆଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ସହଯୋଗ ଲୋଡ଼ି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି...

Advertisement
Archives

Model This Week