Posted inଜାତୀୟ

ଭାରତରେ ମଙ୍କିପକ୍ସ ଚିହ୍ନଟ ପାଇଁ ବିକଶିତ ହେଲା କିଟ୍‌: ଘଣ୍ଟାକରେ ଆସିବ ରିପୋର୍ଟ

ନୂଆଦିଲ୍ଲୀ,୨୮।୫: ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ୨୦ରୁ ଅଧିକ ଦେଶରେ ବ୍ୟାପସାରିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ଅନୁଯାୟୀ,ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦୦ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏକ ଭାରତୀୟ ବେସରକାରୀ ସ୍ବାସ୍ଥ୍ୟ କମ୍ପାନୀ ମଙ୍କିପକ୍ସ ଭାଇରସ୍‌ ଚିହ୍ନଟ କରିବା ପାଇଁ ଏକ ରିଅଲ-ଟାଇମ୍‌ ଆରଟି-ପିସିଆର କିଟ୍‌ ତିଆରି କରିବାକୁ ଘୋଷଣା କରିଛି। ଭାରତୀୟ ବେସରକାରୀ ସ୍ବାସ୍ଥ୍ୟ ଉପକରଣ କମ୍ପାନୀ ଟ୍ରିଭିଟ୍ରନ୍‌ ହେଲଥ୍‌କେୟାର ଶୁକ୍ରବାର ମଙ୍କିପକ୍ସ ଅର୍ଥାତ୍‌ ଆର୍ଥୋପକ୍ସଭାଇରସ ଭାଇରସ୍‌ ଚିହ୍ନଟ ପାଇଁ ଏକ ରିଅଲ-ଟାଇମ ଆରଟି- ପିସିଆର କିଟ୍‌ ବିକଶିତ କରିବା ପାଇଁ ଘୋଷଣା କରିଛି। ଟ୍ରିଭିଟ୍ରନ୍‌ ହେଲଥ୍‌କେୟାର ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ରିସର୍ଚ୍ଚ ଆଣ୍ଡ ଡେଭ୍‌ଲ୍ପମେଣ୍ଟ ଟିମ୍‌ ମଙ୍କିପକ୍ସ ଭାଇରସ୍‌ ଚିହ୍ନଟ ପାଇଁ ଏକ ଆରଟି-ପିସିଆର ଆଧାରିତ କିଟ୍‌ ପ୍ରସ୍ତୁତ କରିଛନ୍ତି। ରିଅଲ-ଟାଇମ ଆରଟି-ପିସିଆର କିଟ୍‌ ହେଉଛି ୪ଟି ରଙ୍ଗର ଫ୍ଲୋରୋସେନ୍ସ ଉପରେ ଆଧାରିତ କିଟ୍‌। ଏହି କିଟ୍‌ ଦ୍ୱାରା ୧ ଘଣ୍ଟାରେ ରିପୋର୍ଟ ଜଣାପଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଶୁକ୍ରବାର ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ଅଧିକାରୀ କହିଛନ୍ତି ଯେ, ଅନ୍ୟ ଦେଶରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତ ଅଛି। ତେବେ ଏପର୍ଯ୍ୟନ୍ତ ଭାରତରେ ମଙ୍କିପକ୍ସର କୌଣସି ମାମଲା ରେକର୍ଡ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri