ତ୍ରିଶା ନର୍ସିଂହୋମ୍‌ ଅଗ୍ନିକାଣ୍ଡ: ମୃତ ଶିଶୁକନ୍ୟାର ବାପା ଆଣିଲେ ଗୁରୁତର ଅଭିଯୋଗ

କଟକ,୧୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ପୁରୀଘାଟସ୍ଥିତ ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଶନିବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନିଆଁ ଲାଗିବା ପରେ ଏଠାରେ ଚିକିତ୍ସିତ ହେଉଥିବା ୪୫ ଶିଶୁ ଓ ବୟସ୍କ ରୋଗୀଙ୍କୁ ଏସ୍‌ସିବି ମେଡିକାଲ, ଶିଶୁଭବନ ଓ କେତେକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଶିଶୁଭବନକୁ ସ୍ଥାନାନ୍ତର ହୋଇଥିବା ୧୭ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଆମ୍ବୋଲୋ ଗ୍ରାମରେ।

ତେବେ ଶିଶୁଟିର ମୃତ୍ୟୁ ଶନିବାର ରାତିରେ ହୋଇଥିଲେ ମଧ୍ୟ ଶିଶୁଭବନ କର୍ତ୍ତୃପକ୍ଷ ତାହାକୁ ଲୁଚାଇ ରଖିଥିବା ତାଙ୍କ ବାପା ବିଜୟ ବେହେରା ରବିବାର ଗୁରୁତର ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କ ପିଲାର ମୃତ୍ୟୁ ପାଇଁ ଶିଶୁଭବନକୁ ହିଁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ, ଶିଶୁକନ୍ୟାଟି ଗତ ୭ ତାରିଖରେ ଭଦ୍ରକରେ ଜନ୍ମ ହୋଇଥିଲା। ପିଲା ପାଇଁ ଆଇସିୟୁ ଜରୁରୀ ଥିଲା। ଡାକ୍ତର କଟକ ଶିଶୁ ଭବନକୁ ରେଫର କରିବାରୁ ବାପା ବିଜୟ ପିଲାକୁ ଧରି ଏଠାରେ ପହଞ୍ଚଥିଲେ। ହେଲେ ଶିଶୁଭବନରେ ଆଇସିୟୁ ମିଳି ନ ଥିଲା।

ଶିଶୁଭବନର ଜଣେ ସିକ୍ୟୁରିଟି ଗାର୍ଡ ତାଙ୍କୁ ତ୍ରିଶା ନର୍ସିଂହୋମ୍‌ ନମ୍ବର ଦେଇ ସେଠାକୁ ନେଇଯିବାକୁ କହିଥିଲେ। ୮ ତାରିଖରେ ଶିଶୁଟିକୁ ତ୍ରିଶା ନର୍ସିଂହୋମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତୃତୀୟ ମହଲାରେ ଥିବା ଆଇସିୟୁରେ ପିଲାର ଚିକିତ୍ସା ଚାଲିଥିଲା। ତେବେ ନର୍ସିଂହୋମ୍‌ରେ ନିଆଁ ଲାଗିବା ସମୟରେ ବିଜୟ ବାହାରେ ଥିଲେ। ମେଡିକାଲ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଧୂଆଁ ଓ ଲୋକଙ୍କ ଧାଁଦୌଡ଼ ଭିତରେ ଯାଇପାରି ନ ଥିଲେ। ବାହାରପଟୁ ଆଜ୍‌ବେଷ୍ଟସ୍‌, ତାଜା ଆଦି ଚଢ଼ି ୩ ମହଲାରେ ପହଞ୍ଚଥିଲେ। ତାଙ୍କ ଝିଅକୁ ଆଇସିୟୁରୁ ବାହାର କରାଯାଉଥିଲା। ହଠାତ୍‌ ପାଟିରୁ ବ୍ଲଡ୍‌ ବାହାରିଥିଲା। ତଳକୁ ଆଣିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଥିଲା। ଏହା ଭିତରେ ୨ ଘଣ୍ଟା ବିତିଯାଇଥିଲା। ପରେ ଆମ୍ବୁଲାନ୍ସରେ ଶିଶୁଭବନ ଅଣାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାବେଳେ ଶିଶୁଟିର ମୃତ୍ୟୁ ଘଟିଥିବା ଶୁଣିଥିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା।

ବାରମ୍ବାର ଶିଶୁଭବନ ଡାକ୍ତରଙ୍କୁ ପଚାରିବାରୁ ସମସ୍ତେ କେବଳ ଗୁରୁତର ବୋଲି କହୁଥିଲେ। ରବିବାର ସକାଳେ ସ୍ବାସ୍ଥ୍ୟମନ୍ତ୍ରୀ ଶିଶୁଭବନ ଆସି ଯିବା ପରେ ବାପା ବିଜୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତାଙ୍କ ଝିଅ ସମ୍ପର୍କରେ ପଚାରିଥିଲେ। ପରେ ତାଙ୍କୁ ମୃତ୍ୟୁ ଖବର ଦିଆଗଲା। ବିଜୟ କହିଛନ୍ତି, ପ୍ରଥମେ ଶିଶୁଭବନରେ ଆଇସିୟୁ ମିଳିଥିଲେ ଓ କର୍ମଚାରୀ ତ୍ରିଶା ହସ୍ପିଟାଲକୁ ପଠାଇ ନ ଥିଲେ ମୋ ଝିଅ ବଞ୍ଚିଯାଇଥାନ୍ତା। ଶିଶୁଭବନରେ ଆଇସିୟୁ ଫାଙ୍କା ରଖାଯାଇ ଘରୋଇ ହସ୍ପିଟାଲକୁ ରୋଗୀ ପଠାଯାଉଛି। ଜରୁରୀ ସମୟରେ ଯଦି ଆଇସିୟୁ ମିଳିପାରୁଛି, ତେବେ ମୋ ଗୁରୁତର ଝିଅକୁ କାହିଁକି ସେତେବେଳେ ଆଇସିୟୁ ଦିଆଗଲାନାହିଁ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଶିଶୁ ଭବନ କର୍ତ୍ତୃପକ୍ଷ ମୃତ୍ୟୁକୁ ଲୁଚାଇ ରଖିଥିଲେ ବୋଲି ବିଜୟ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମୃତଦେହ ବ୍ୟବଚ୍ଛେଦ ନ କରି ଶିଶୁଭବନ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଥିବାରୁ ଆଉଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ କୁମାର ଜେନା କହିଛନ୍ତି, ଏବେ ଶିଶୁଭବନରେ ମୋଟ ୧୪ଜଣ ଶିଶୁଙ୍କର ଚିକିତ୍ସା କରାଯାଉଥିବାବେଳେ ୧୩ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଓ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ଏହାସହ ଜଣେ ଶିଶୁର ମୃତ୍ୟୁ ହୋଇଛି। ୭ଦିନ ହେବ ଶିଶୁଟି ଜନ୍ମ ହୋଇଥିବାବେଳେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିଲା। ମୃତ ଶିଶୁଟିର କୌଣସି ଅଗ୍ନିକାଣ୍ଡ ସମ୍ପର୍କିତ କ୍ଷତାକ୍ତ ନ ଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ପରେ ତ୍ରିଶା ନର୍ସିଂହୋମ୍‌ରୁ ଏସ୍‌ସିବି ମେଡିକାଲକୁ ୧୮ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ରବିବାର ୪ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଅନ୍ୟ ୧୪ଜଣଙ୍କ ମଧ୍ୟରେ ୩ଜଣ ଶିଶୁଙ୍କୁ ଏସ୍‌ଏନ୍‌ସିୟୁ, ୪ଜଣଙ୍କୁ ଆଇସିୟୁ ଓ ୭ଜଣଙ୍କୁ ଜେନେରାଲ ୱାର୍ଡରେ ରଖାଯାଇ ଚିକିତ୍ସା ଚାଲିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri