ତ୍ରିଶା ନର୍ସିଂହୋମ୍‌ ଅଗ୍ନିକାଣ୍ଡ: ମୃତ ଶିଶୁକନ୍ୟାର ବାପା ଆଣିଲେ ଗୁରୁତର ଅଭିଯୋଗ

କଟକ,୧୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ପୁରୀଘାଟସ୍ଥିତ ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଶନିବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନିଆଁ ଲାଗିବା ପରେ ଏଠାରେ ଚିକିତ୍ସିତ ହେଉଥିବା ୪୫ ଶିଶୁ ଓ ବୟସ୍କ ରୋଗୀଙ୍କୁ ଏସ୍‌ସିବି ମେଡିକାଲ, ଶିଶୁଭବନ ଓ କେତେକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଶିଶୁଭବନକୁ ସ୍ଥାନାନ୍ତର ହୋଇଥିବା ୧୭ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଆମ୍ବୋଲୋ ଗ୍ରାମରେ।

ତେବେ ଶିଶୁଟିର ମୃତ୍ୟୁ ଶନିବାର ରାତିରେ ହୋଇଥିଲେ ମଧ୍ୟ ଶିଶୁଭବନ କର୍ତ୍ତୃପକ୍ଷ ତାହାକୁ ଲୁଚାଇ ରଖିଥିବା ତାଙ୍କ ବାପା ବିଜୟ ବେହେରା ରବିବାର ଗୁରୁତର ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କ ପିଲାର ମୃତ୍ୟୁ ପାଇଁ ଶିଶୁଭବନକୁ ହିଁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ, ଶିଶୁକନ୍ୟାଟି ଗତ ୭ ତାରିଖରେ ଭଦ୍ରକରେ ଜନ୍ମ ହୋଇଥିଲା। ପିଲା ପାଇଁ ଆଇସିୟୁ ଜରୁରୀ ଥିଲା। ଡାକ୍ତର କଟକ ଶିଶୁ ଭବନକୁ ରେଫର କରିବାରୁ ବାପା ବିଜୟ ପିଲାକୁ ଧରି ଏଠାରେ ପହଞ୍ଚଥିଲେ। ହେଲେ ଶିଶୁଭବନରେ ଆଇସିୟୁ ମିଳି ନ ଥିଲା।

ଶିଶୁଭବନର ଜଣେ ସିକ୍ୟୁରିଟି ଗାର୍ଡ ତାଙ୍କୁ ତ୍ରିଶା ନର୍ସିଂହୋମ୍‌ ନମ୍ବର ଦେଇ ସେଠାକୁ ନେଇଯିବାକୁ କହିଥିଲେ। ୮ ତାରିଖରେ ଶିଶୁଟିକୁ ତ୍ରିଶା ନର୍ସିଂହୋମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତୃତୀୟ ମହଲାରେ ଥିବା ଆଇସିୟୁରେ ପିଲାର ଚିକିତ୍ସା ଚାଲିଥିଲା। ତେବେ ନର୍ସିଂହୋମ୍‌ରେ ନିଆଁ ଲାଗିବା ସମୟରେ ବିଜୟ ବାହାରେ ଥିଲେ। ମେଡିକାଲ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଧୂଆଁ ଓ ଲୋକଙ୍କ ଧାଁଦୌଡ଼ ଭିତରେ ଯାଇପାରି ନ ଥିଲେ। ବାହାରପଟୁ ଆଜ୍‌ବେଷ୍ଟସ୍‌, ତାଜା ଆଦି ଚଢ଼ି ୩ ମହଲାରେ ପହଞ୍ଚଥିଲେ। ତାଙ୍କ ଝିଅକୁ ଆଇସିୟୁରୁ ବାହାର କରାଯାଉଥିଲା। ହଠାତ୍‌ ପାଟିରୁ ବ୍ଲଡ୍‌ ବାହାରିଥିଲା। ତଳକୁ ଆଣିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଥିଲା। ଏହା ଭିତରେ ୨ ଘଣ୍ଟା ବିତିଯାଇଥିଲା। ପରେ ଆମ୍ବୁଲାନ୍ସରେ ଶିଶୁଭବନ ଅଣାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାବେଳେ ଶିଶୁଟିର ମୃତ୍ୟୁ ଘଟିଥିବା ଶୁଣିଥିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା।

ବାରମ୍ବାର ଶିଶୁଭବନ ଡାକ୍ତରଙ୍କୁ ପଚାରିବାରୁ ସମସ୍ତେ କେବଳ ଗୁରୁତର ବୋଲି କହୁଥିଲେ। ରବିବାର ସକାଳେ ସ୍ବାସ୍ଥ୍ୟମନ୍ତ୍ରୀ ଶିଶୁଭବନ ଆସି ଯିବା ପରେ ବାପା ବିଜୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତାଙ୍କ ଝିଅ ସମ୍ପର୍କରେ ପଚାରିଥିଲେ। ପରେ ତାଙ୍କୁ ମୃତ୍ୟୁ ଖବର ଦିଆଗଲା। ବିଜୟ କହିଛନ୍ତି, ପ୍ରଥମେ ଶିଶୁଭବନରେ ଆଇସିୟୁ ମିଳିଥିଲେ ଓ କର୍ମଚାରୀ ତ୍ରିଶା ହସ୍ପିଟାଲକୁ ପଠାଇ ନ ଥିଲେ ମୋ ଝିଅ ବଞ୍ଚିଯାଇଥାନ୍ତା। ଶିଶୁଭବନରେ ଆଇସିୟୁ ଫାଙ୍କା ରଖାଯାଇ ଘରୋଇ ହସ୍ପିଟାଲକୁ ରୋଗୀ ପଠାଯାଉଛି। ଜରୁରୀ ସମୟରେ ଯଦି ଆଇସିୟୁ ମିଳିପାରୁଛି, ତେବେ ମୋ ଗୁରୁତର ଝିଅକୁ କାହିଁକି ସେତେବେଳେ ଆଇସିୟୁ ଦିଆଗଲାନାହିଁ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଶିଶୁ ଭବନ କର୍ତ୍ତୃପକ୍ଷ ମୃତ୍ୟୁକୁ ଲୁଚାଇ ରଖିଥିଲେ ବୋଲି ବିଜୟ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମୃତଦେହ ବ୍ୟବଚ୍ଛେଦ ନ କରି ଶିଶୁଭବନ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଥିବାରୁ ଆଉଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ କୁମାର ଜେନା କହିଛନ୍ତି, ଏବେ ଶିଶୁଭବନରେ ମୋଟ ୧୪ଜଣ ଶିଶୁଙ୍କର ଚିକିତ୍ସା କରାଯାଉଥିବାବେଳେ ୧୩ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଓ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ଏହାସହ ଜଣେ ଶିଶୁର ମୃତ୍ୟୁ ହୋଇଛି। ୭ଦିନ ହେବ ଶିଶୁଟି ଜନ୍ମ ହୋଇଥିବାବେଳେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିଲା। ମୃତ ଶିଶୁଟିର କୌଣସି ଅଗ୍ନିକାଣ୍ଡ ସମ୍ପର୍କିତ କ୍ଷତାକ୍ତ ନ ଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ପରେ ତ୍ରିଶା ନର୍ସିଂହୋମ୍‌ରୁ ଏସ୍‌ସିବି ମେଡିକାଲକୁ ୧୮ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ରବିବାର ୪ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଅନ୍ୟ ୧୪ଜଣଙ୍କ ମଧ୍ୟରେ ୩ଜଣ ଶିଶୁଙ୍କୁ ଏସ୍‌ଏନ୍‌ସିୟୁ, ୪ଜଣଙ୍କୁ ଆଇସିୟୁ ଓ ୭ଜଣଙ୍କୁ ଜେନେରାଲ ୱାର୍ଡରେ ରଖାଯାଇ ଚିକିତ୍ସା ଚାଲିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?