ଚାଷ ଉପରେ ଗୁରୁତ୍ୱ ଦିଅନ୍ତୁ ଆଦିବାସୀ: ମହାସଂଘ

ଝାରସୁଗୁଡ଼ା ଅଫିସ, ୨୬।୧୨: ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକ ଗଉଡ ପାନପାଲି ପଞ୍ଚାୟତ ତୁମ୍ବାଡିହି ଗ୍ରାମରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଦିବାସୀଙ୍କ ପରିଚୟ ଉପରେ ଆଲୋଚନା ହୋଇଥିଲା। ଏପରିକି ଆଦିବାସୀଙ୍କ ଶିକ୍ଷା ଓ କୃଷିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତ୍ୟେକ ଆଦିବାସୀ ପରିବାର କୃଷି ଉପରେ ପ୍ରାଧାନ୍ୟ ଦେବାକୁ ଆହ୍ବାନ କରାଯାଇଥିଲା। ଯୋଗ୍ୟତା ଅନୁସାରେ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଜିଲାର କିର୍ମିରା ଓ ଲଇକେରା ବ୍ଲକକୁ ଆଇଟିଡିଏ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଏନେଇ ୨୦୧୬ରୁ ଆଦିବାସୀ ମହାସଂଘ ଲଢ଼େଇ କରିଆସୁଛି। ଏନେଇ ବ୍ଲକ ଦ୍ବୟର ଆଦିବାସୀମାନଙ୍କ ସଫଳତା ବିଷୟରେ ଆଲୋକପାତ କରି ବ୍ଲକ ପରିଚାଳନା କମିଟି ନିମନ୍ତେ ପ୍ରତ୍ୟେକ ଗ୍ରାମରୁ ମହିଳା ଓ ପୁରୁଷ ୪ଜଣ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ବିଧିବଦ୍ଧ ଘୋଷଣା କରିବା ପର୍ଯ୍ୟନ୍ତ ଲଢ଼େଇ ଜାରିରହିବ ବୋଲି ଆଦିବାସୀ ମହାସଂଘର ସଭାପତି ପଦ୍ମଲୋଚନ ବୁଦୁଲା କହିଛନ୍ତି। ଏଥିରେ ସମ୍ପାଦକ ଲିଙ୍ଗରାଜ ପ୍ରଧାନ, ମହିଳା ସଭାନେତ୍ରୀ ସୁରତି ଓରାମ, ଉପସଭାପତି କ୍ଷୀରୋଦ କିଷାନଙ୍କ ସହ ବୈଦେହୀ ମାଝି, ଯଶୋବନ୍ତୀ ରାଉତ, ପ୍ରମୋଞ୍ଜନି ଛତ୍ରିଆ, ସନ୍ତୋଷ କିଷାନ ଓ ପ୍ରଫୁଲ୍ଲ ଛତ୍ରିଆ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ। ଆସନ୍ତା ଜାନୁଆରୀରେ ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତରେ ଆଦିବାସୀ ମହାସଂଗ୍ରାମ ସଭା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସ୍ବାବ୍‌ ପରୀକ୍ଷାରେ ସଙ୍ଗରୋଧରୁ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

କୋକସରା, ୧୧।୬ (ଡି.ଏନ.ଏ)-ଲକ୍‌ ଡାଉନ ଯୋଗୁ ଦେଶାନ୍ତର ଶ୍ରମିକମାନେ ଅନେକ ଯାତନା ସହି କୌଣସି ପ୍ରକାରେ ନିଜ ଭିଟାମାଟିକୁ ଫେରିଥିବା ବେଳେ ସେମାନଙ୍କୁ ଜିଲାର ବିଭିନ୍ନ...

ଆଶା କର୍ମୀଙ୍କ ଜିଲା ସମ୍ମିଳନୀ ସରକାରଙ୍କ ନୀତି ବିରୋଧରେ ସଙ୍ଗଠିତ ହେବାକୁ ଆହ୍ବାନ

ନୟାଗଡ଼ ଅଫିସ,୧୩ା୧୦: ସିଆଇଟିୟୁ ପକ୍ଷରୁ ଶନିବାର ନୟାଗଡ଼ ଶିକ୍ଷକ ଭବନଠାରେ ଓଡିଶା ଆଶାକର୍ମୀ ଆସୋସିଏଶନର ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ନଳିନୀ...

ନଦୀରେ ଫସିଥିବା ୧୦ଜଣଙ୍କୁ କୂଳକୁ ଆଣିଲା ଏନ୍‌ଡିଆର୍‌ଏଫ୍‌

ଜଗତ୍‌ସିଂହପୁର ଅଫିସ, ୨୭।୫: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ଜପା ପଞ୍ଚାୟତର ଦାଶମଠ ନିକଟ ନଦୀରେ ମଙ୍ଗଳବାର ସନ୍ଧ୍ୟାରେ ୧୦ ଜଣ ଫସି ଯାଇଥିଲେ।...

ଜାତୀୟସ୍ତରରେ ବ୍ରହ୍ମପୁରର ତବଲା ବାଦକ ଦୀପ୍ତ ପୁରସ୍କୃତ

ବ୍ରହ୍ମପୁର ଅଫିସ,୬ା୨-ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଏହି ବୟସରେ ତାଙ୍କର ତବଲା ବାଦନ ଆଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତିି । ନିଜର ପ୍ରତିଭା...

କରୋନା ନେଲା ଆଇଆଇସିଙ୍କ ଜୀବନ

କୋରାପୁଟ, ୧।୧୦(ସ୍ବ.ପ୍ର): କୋରାପୁଟ ଟାଉନ ଆଇଆଇସି ପୀତବାସ ଧାରୁଆ ଗୁରୁବାର ସକାଳେ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେ ଭୁବନେଶରର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଭାଇକୁ ଘରେ ଛାଡ଼ି କାମକୁ ଯାଇଥିଲେ ଭଉଣୀ, ଫେରି ଦେଖିଲେ ମୃତଦେହ

ରାଉରକେଲା,୧୫।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟସାଇଟ୍‌ ଥାନା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ସେ ହେଲେ ବମ୍ବବମ୍‌ ଘୋଷ (୩୫)। କିଛି...

ସରକାରଙ୍କ ସହାୟତାରେ ପ୍ରଶାସନ ବାଧକ

ଯାଜପୁର ଅଫିସ,୨୪ା୧୦: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୨ ମାସ ପୂରିବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ(ଡିଏମ୍‌ଏ)-୨୦୦୫ର ରାଜ୍ୟ ନିର୍ବାହୀ କମିଟି ବୈଠକରେ ଘରଭଙ୍ଗା...

ଧାନ କିଣା ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୪।୩ – ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇ ପଡ଼ିଛନ୍ତି। ଟୋକନ ଅବଧି...

Advertisement
Archives

Model This Week