ରେଳଧାରଣାରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ

କୋରାପୁଟ,୨୬।୧୨(ସ୍ବ.ପ୍ର.): କୋରାପୁଟ-କିରଣ୍ଡଲ ରେଳଧାରଣାରୁ ସୋମବାର ଜଣେ କଲେଜ ଛାତ୍ରୀଙ୍କ ମୃତଦେହ କୋରାପୁଟ ସଦର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ଜଣକ ହେଲେ ଗୀତା ଜାନୀ(୧୮)। ତାଙ୍କ ଘର କୋରାପୁଟ ମ୍ୟୁନିସିପାଲଟି ଅଧୀନ ବଡ଼ଚିନ୍ଦ୍ରୀ ଗ୍ରାମରେ। ସେ ଜୟପୁର ବିକ୍ରମଦେବ କଲେଜରେ ଯୁକ୍ତ ୩ରେ ପାଠ ପଢୁଥିଲେ।

ମଳିଥିବା ସୂଚନା ମୁତାବକ, ରବିବାର ରାତିରେ ଗୀତା କୌଣସି କାମରେ ଘରୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ସୋମବାର ସକାଳେ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜିଆର୍‌ପିକୁ ଖବର ଦେଇଥିଲେ। ଜିଆର୍‌ପି ପହଞ୍ଚି ମୃତଦେହ ସହ ଘଟଣାସ୍ଥଳରୁ ଏକ ମୋବାଇଲ ଫୋନ ଜବତ କରିଥିଲା। ପୋଲିସ ତଦନ୍ତ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଜିଆର୍‌ପି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri