ବ୍ଲକ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଦିଗପହଣ୍ଡି,୨୭ା୧୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଡ଼ଡିମ୍ବୁଳା ପଞ୍ଚାୟତର ତଡ଼ା, ଖେମୁଣ୍ଡା, ଛଣବଗଡ଼ ଗ୍ରାମର ବହୁ ଆଦିବାସୀ ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ୩ଟି ଗାଁକୁ ରାସ୍ତା, ପାନୀୟ ଜଳର ସୁବିଧା ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଦିନିଆ ରାସ୍ତା ନ ଥିବାରୁ ପିଲାମାନେ ସ୍କୁଲ ଯିବାରେ ଅସୁବିଧା ଭୋଗୁଛନ୍ତି। ସେହିପରି ରୋଗୀଙ୍କୁ ଡାକ୍ତରଖାନା ନେବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ସମସ୍ୟା ଜର୍ଜରିତ ୩ଟି ଗ୍ରାମର ବାସିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣା ଦେବା ସହ ଦାବି ପୂରଣ ପାଇଁ ବିକ୍ଷୋଭ କରିଥିଲେ। ବିଡ଼ିଓ ଉପସ୍ଥିତ ନ ଥିବାରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ରଥଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ୨ ମାସ ମଧ୍ୟରେ ଦାବି ପୂରଣ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନ ୪ରେ ରଥଟଣା

ପୁରୀ ଅଫିସ,୨୫ା୬: ରଥଯାତ୍ରାଠାରୁ ଆରମ୍ଭକରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିନିର୍ଘଣ୍ଟ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ରଥଯାତ୍ରା ଦିନ ମଙ୍ଗଳଆଳତି ସକାଳ ୬ଟା,...

ଘୋଡାହାଡ଼ ଡ୍ୟାମ୍‌: ୬୪ କୁମ୍ଭୀର ଚିହ୍ନଟ

ଦିଗପହଣ୍ଡି,୧୧ା୧(ଡି.ଏନ.ଏ.): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘୋଡାହାଡ଼ ଡ୍ୟାମ୍‌ରେ ଗତ ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ମଙ୍ଗଳବାର ଶେଷ ହୋଇଛି। ଦିଗପହଣ୍ଡି ବନ ବିଭାଗ...

ମାଇଁମାମୁଙ୍କ ସହ ବୁଲିବାକୁ ଆସି ଭାସିଗଲେ ବଙ୍ଗୀୟ ଛାତ୍ର

ଭୋଗରାଇ, ୧୭।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ସମୁଦ୍ରକୂଳରେ ଶୁକ୍ରବାର ଗାଧୋଉଥିବା ବେଳେ ଭାସିଯାଇ ପଶ୍ଚିମବଙ୍ଗ ନଦୀଆ ଜିଲା କଲ୍ୟାଣୀ ଅଞ୍ଚଳର ଦଶମ...

ଆଜିଠାରୁ ହିଙ୍ଗୁଳା ଯାତ୍ରା

ତାଳଚେର,୧୫।୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ମହାମାରୀ...

ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ସଞ୍ଜୟ: ଟଁକା ପଏସା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା,୧୯।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଦୁମଦୁମି ଗଁାର ସଞ୍ଜୟ ବାଗ(୩୩)। ସେ ଅନେକ୍‌ ଦିନ ହେଲା ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ଅଛନ୍‌। ରୋଗ୍‌...

ଆରମ୍ଭରୁ ଅବ୍ୟବସ୍ଥା, ଅଭାବୀ ବିକ୍ରି ଆଶଙ୍କା

ପଦ୍ମପୁର,୨୪।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ତାତି ଯେପରି ବୃଦ୍ଧି ପାଉଛି ଚାଷୀଙ୍କ ଅସନ୍ତୋଷ ତାତି ମଧ୍ୟ ସମପରିମାଣରେ ବୃଦ୍ଧି ପାଉଛି। ଡିସେମ୍ବର...

୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡା,୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ୧୩୫ ଏକର ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ ସୋମବାର ପୋଲିସ କାଟି...

ବିକାଶଠୁ ଦୂରରେ ସୁଲେଇଖମାର ଗାଁ

କେନ୍ଦୁଝର, ୧୮ା୯(ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଭିତରେ ଥିବା ଗାଁ ସୁଲେଇଖମାର। ପୁରୁଣାସହରଠାରୁ ୨କି.ମି. ଦୂରରେ ଅବସ୍ଥିତ ଏହି ଗାଁ ବିଭିନ୍ନ ସମସ୍ୟା ଭିତରେ...

Advertisement
Archives

Model This Week