ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ

 

ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ ବେଶ୍‌ ପରିଚିତ। ହେଲେ ସେଇ ଆଦିବାସୀ ସମ୍ପ୍ରଦାୟ ସମାଜର ପ୍ରାୟତଃ ସମସ୍ତ ଉତ୍ସ, ସୁବିଧା ଓ ସୁଯୋଗଠାରୁ ବହୁତ ଦୂରରେ, ନ ହେଲେ ବହୁତ ପଛରେ। ବିଶେଷକରି ଆଦିବାସୀ ମହିଳାମାନଙ୍କ କଥା ଯଦି କହିବା,ତେବେ ସେମାନଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଆଦିବାସୀ ମହିଳାଙ୍କର କାର୍ଯ୍ୟଦକ୍ଷତା ଓ କ୍ଷମତା, କଷ୍ଟ ସହିଷ୍ଣୁତା, ଉଦ୍‌ଯୋଗିତା ଓ ପରିଶ୍ରମୀ ପ୍ରକୃତି ସାମ୍ନାରେ ସେମାନଙ୍କ ସରଳତା, ନିରୀହତା ଓ ଶିକ୍ଷା ଅଭାବ ବାଧକ ସାଜେ। ବହୁ ସମୟରେ ସେମାନେ ଶୋଷଣ, ଅବହେଳା ଓ ଠକାମିର ଶିକାର ହୁଅନ୍ତି। ଆଦିବାସୀ ମହିଳାଙ୍କ ସାମଗ୍ରିକ ବିକାଶ ପାଇଁ ସେମାନଙ୍କୁ ସଶକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ସେମାନଙ୍କ ଦ୍ୱାରା ଅନୁସରଣ କରାଯାଉଥିବା ପାରମ୍ପରିକ ପନ୍ଥା ପଛରେ ପଡିଯାଉଛି। ଏହି ଡିଜିଟାଲ ଯୁଗରେ ଆଦିବାସୀ ମହିଳା ସଶକ୍ତୀକରଣରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ) ଏକ ପରିବର୍ତ୍ତନଶୀଳ ସୁଯୋଗ ଉପସ୍ଥାପନ କରିପାରିବ। କୃତ୍ରିମ ବୁଦ୍ଧିମତ୍ତାର ସାଧନ ଏବଂ କୌଶଳଗୁଡିକୁ ଉପଯୋଗ କରି ଆମେ ଆଦିବାସୀ ମହିଳା ସମ୍ମୁଖୀନ ହେଉଥିବା ସମସ୍ୟାର ନିର୍ଦ୍ଦିଷ୍ଟ ସମାଧାନ କରିପାରିବା। ସେମାନଙ୍କୁ ସେମାନଙ୍କର ସାମର୍ଥ୍ୟକୁ ପରିପ୍ରକାଶ କରାଇବା ସହିତ ଦେଶର ଅର୍ଥନୀତିରେ ଯୋଗଦାନ କରିବାକୁ ସକ୍ଷମ ମଧ୍ୟ କରିପାରିବା।
କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଆଦିବାସୀ ମହିଳା ସଶକ୍ତୀକରଣକୁ ଅନୁଧ୍ୟାନ କରିବା ପୂର୍ବରୁ ବିଶ୍ୱବ୍ୟାପୀ ଲିଙ୍ଗଗତ ସମାନତାର ସ୍ଥିତିକୁ ବୁଝିବା ଏକାନ୍ତ ଆବଶ୍ୟକ। ବିଶ୍ୱ ଆର୍ଥିକ ମଞ୍ଚର ବିଶ୍ୱ ଲିଙ୍ଗଗତ ବ୍ୟବଧାନ ବିବରଣୀ ୨୦୨୧ ଅନୁଯାୟୀ, ଆର୍ଥିକ ଅଂଶଗ୍ରହଣ ଏବଂ ସୁଯୋଗରେ ବିଶ୍ୱର ଲିଙ୍ଗଗତ ବ୍ୟବଧାନରେ ମାତ୍ର ୫୮%ହ୍ରାସ ପାଇଛି। ଆର୍ଥିକ ନେତୃତ୍ୱ ପଦବୀରେ ମହିଳାମାନେ ଅଳ୍ପ ଉପସ୍ଥାପିତ। ହାରାହାରି ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ରୋଜଗାର କରୁଛନ୍ତି ଏବଂ ଅର୍ଥନୈତିକ ସୁଯୋଗ ପାଇବାରେ ଅନେକ ପ୍ରତିବନ୍ଧକର ସାମ୍ନା ମଧ୍ୟ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ବ୍ୟବଧାନକୁ ହ୍ରାସ କରିବାରେ ଅଗ୍ରଗତି ହୋଇଥିବାବେଳେ ବିଶେଷତଃ ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା,ଇଞ୍ଜିନିୟରିଂ ଏବଂ ଗଣିତ(STEM)କ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟ ରହିଯାଉଛି। ୟୁନେସ୍କୋ ରିପୋର୍ଟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ମହିଳାମାନେ କେବଳ ୩୫% ଷ୍ଟେମ୍‌ ଛାତ୍ର। ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅଧିକ ଅନ୍ତର୍ଭୁକ୍ତ ଏବଂ ସହାୟତାର ଆବଶ୍ୟକତା ରହିଛି। ତାହା ସହିତ ମାତୃ ମୃତ୍ୟୁ ହାର, ପରିବାର ଯୋଜନା ସେବା ତଥା ମହିଳାଙ୍କ ସ୍ବାସ୍ଥ୍ୟସେବା ଏବଂ ପ୍ରଜନନ ଅଧିକାରରେ ମଧ୍ୟ ସନ୍ତୋଷଜନକ ସ୍ଥିତି ପରିଲକ୍ଷିତ ହେଉ ନାହିଁ। ମହିଳା ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଓ ଅସମାନତାକୁ ଦୂର କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗୁରୁତ୍ୱ ଦେଉଛି। ତାହାଛଡ଼ା ମହିଳାମାନେ କେବଳ ୨୫% ସଂସଦୀୟ ଆସନ ପାଇପାରୁଛନ୍ତି। ରାଜନୈତିକ ପ୍ରତିନିଧିତ୍ୱରେ ଲିଙ୍ଗଗତ ବ୍ୟବଧାନକୁ ହ୍ରାସ କରି, ମହିଳାଙ୍କ ସ୍ବରକୁ ପ୍ରାଧାନ୍ୟ ଦେଇ, ନିଷ୍ପତ୍ତି ପ୍ରକ୍ରିୟାରେ ସେମାନଙ୍କର ମତକୁ ସ୍ଥାନ ଦେଇ, ସକ୍ରିୟ ରାଜନୀତିରେ ଯୋଗ ଦେବା ଲାଗି ଉତ୍ସାହିତ କରିବା ଅତ୍ୟନ୍ତ ଜରୁରୀ। ଯଦି ଗଭୀର ଅନୁଧ୍ୟାନ କରାଯାଏ, ତେବେ ଅନ୍ୟ ମହିଳାଙ୍କ ତୁଳନାରେ ଆଦିବାସୀ ମହିଳାଙ୍କ ସ୍ଥିତି ଅଧିକ ଶୋଚନୀୟ। ୧୯୫୦ ମସିହାରେ ଭାରତର ସମ୍ବିଧାନ ଦ୍ୱାରା ଆଦିବାସୀ ଜନସଂଖ୍ୟାକୁ ଦିଆଯାଇଥିବା ସୁରକ୍ଷା ସତ୍ତ୍ୱେ,ଅନୁସୂଚିତ ଜନଜାତିମାନେ ପଛୁଆ ଗୋଷ୍ଠୀ ହୋଇ ରହିଛନ୍ତି। ସେମାନେ କେବଳ ସାଧାରଣ ଜନତାଙ୍କ ତୁଳନାରେ ନୁହେଁ, ଅନୁସୂଚିତ ଜାତିଙ୍କ ତୁଳନାରେ ମଧ୍ୟ ସମ୍ବେଦନଶୀଳ ସ୍ଥିତିରେ। ଅଶିକ୍ଷା ଏବଂ ଅଜ୍ଞତା ହେତୁ ଭାରତରେ ଆଦିବାସୀ ମହିଳାମାନେ ଅନ୍ୟ ମହିଳାଙ୍କ ତୁଳନାରେ ବହୁମୁଖୀ ଅସୁବିଧାର ସାମ୍ନା କରୁଛନ୍ତି। ପରିସଂଖ୍ୟାନ ତଥ୍ୟରୁ ଜଣାପଡୁଛି ଯେ, ଆଦିବାସୀ ମହିଳାମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆନୁଷ୍ଠାନିକ ଶିକ୍ଷା ପାଇପାରୁନାହାନ୍ତି, ଯାହାଦ୍ୱାରା ଦାରିଦ୍ର୍ୟଚକ୍ର ସେଇ ଆଦିବାସୀଙ୍କ ଲାଗି ଚିରସ୍ଥାୟୀ ହୋଇ ରହୁଛି। ଏହା ମଧ୍ୟ ପରିଲକ୍ଷିତ କରାଯାଇଛି ଯେ ଆଦିବାସୀ ମହିଳାଙ୍କ ମଧ୍ୟରେ ମାତୃ ମୃତ୍ୟୁ ହାର ଅଧିକ। ଅଧିକାଂଶ ଆଦିବାସୀ ମହିଳା ପୁଷ୍ଟିହୀନତାର ଶିକାର। ପୁଷ୍ଟିହୀନତାଜନିତ ଆଦିବାସୀ ମହିଳାମାନେ କମ୍‌ ଓଜନ ବିଶିଷ୍ଟ ଶିଶୁଙ୍କୁ ଜନ୍ମ ଦେଉଛନ୍ତି,ଯାହା ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରକୁ ବଢ଼ାଇ ଥାଏ। ତାହା ସହିତ ସେମାନେ ନିଜ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ପର୍ଯ୍ୟାପ୍ତ ଯତ୍ନ ଯୋଗାଇବାରେ ସକ୍ଷମ ମଧ୍ୟ ହୁଅନ୍ତି ନାହିଁ। ତାହା ପରବର୍ତ୍ତୀ ସମୟରେ ବଢୁଥିବା ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତା ଓ କୁପୋଷଣର କାରଣ ହୋଇଥାଏ, ଯାହା ଶିଶୁଙ୍କର ଶାରୀରିକ ଓ ମାନସିକ ବିକାଶକୁ ବାଧା ଦେଇଥାଏ। ଆଦିବାସୀ ମହିଳାଙ୍କ ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ସେମାନଙ୍କ ଘରର ଆର୍ଥିକ ଅବସ୍ଥା ଉପରେ ମଧ୍ୟ କୁପ୍ରଭାବ ପକାଇ ଥାଏ। ସରକାରୀ ତଥ୍ୟ ଅନୁଯାୟୀ,ରୋଜଗାର ଏବଂ ଉଦ୍ୟୋଗ ପାଇଁ ସୀମିତ ସୁଯୋଗ ସହିତ ଆଦିବାସୀ ମହିଳାମାନେ ଆର୍ଥିକ ଅଭାବ ଓ ଅସମାନତା ଦ୍ୱାରା ଅଧିକ ପ୍ରଭାବିତ। ଆଦିବାସୀ ମହିଳାଙ୍କ ପାଖରେ ଅନ୍ୟ ମହିଳାଙ୍କ ତୁଳନାରେ ଶିକ୍ଷା,ସ୍ବାସ୍ଥ୍ୟ ଓ ସାମାଜିକ ଉତ୍ଥାନ ଲାଗି ଲୋଡ଼ା ସୁଯୋଗ ଅତି ସୀମିତ। ସେଇ ସୀମିତତା ଭିତରେ କେତେବେଳେ ବାଧା ସାଜେ ଅନ୍ଧବିଶ୍ୱାସ ତ କେତେବେଳେ ଅଜ୍ଞତା,କେତେବେଳେ ପ୍ରକୃତି ତ କେତେବେଳେ ସାମାଜିକ ପରିବେଶ,କେତେବେଳେ ଅର୍ଥ ତ କେତେବେଳେ ଅର୍ଥହୀନ ସାମାଜିକ ସମସ୍ୟା,କେତେବେଳେ ରାଜନୀତି ତ କେତେବେଳେ ଭୌଗୋଳିକ ପରିସ୍ଥିତି। ଏଇସବୁ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବାଟ କାଟି ଆଗେଇ ଆସିବାଟା ଆଦିବାସୀ ମହିଳାଙ୍କ ଲାଗି ଏକ ପାହାଡ଼ ସଦୃଶ। ତାହା ସତ୍ତ୍ୱେ ଆଦିବାସୀ ମହିଳାମାନେ ସଂଘର୍ଷ ଜାରି ରଖି ଆଗେଇ ଆସୁଛନ୍ତି ଓ ଆହୁରି ଆଗକୁ ଯିବାର ଚିନ୍ତନ ମଧ୍ୟ କରୁଛନ୍ତି। ଆବଶ୍ୟକ କେବଳ ସାହାଯ୍ୟ, ସହଯୋଗ,ସମ୍ମାନ ଓ ଉଦ୍‌ବୋଧନ।
ଆଦିବାସୀ ମହିଳା ସଶକ୍ତୀକରଣ କହିଲେ, କେବଳ ସାମାଜିକ ବା ଅର୍ଥନୈତିକ ଅଭିବୃଦ୍ଧିକୁ ବୁଝାଇବା ପରିବର୍ତ୍ତେ, ଆଦିବାସୀ ମହିଳାଙ୍କ ପୂର୍ଣ୍ଣ ବିକାଶ, ଆତ୍ମନିର୍ଭରଶୀଳତା,ଗୁଣାତ୍ମକ ଶିକ୍ଷା ତଥା ଉତ୍ତମ ସ୍ବାସ୍ଥ୍ୟ, ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶୀଦାର ସହିତ ସାଂସ୍କୃତିକ,ଐତିହ୍ୟ ଏବଂ ନିଜସ୍ବ ପରିଚୟର ସଂରକ୍ଷଣ ସମେତ ସଶକ୍ତୀକରଣର ଏକାଧିକ ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାରେ ଗୁରୁତ୍ୱ ମଧ୍ୟ ରହିଛି। ଏହି ପରିପ୍ରେକ୍ଷୀରେ, କୃତ୍ରିମ ବୁଦ୍ଧିମତ୍ତା ଆଦିବାସୀ ମହିଳା ସଶକ୍ତୀକରଣକୁ ଅଗ୍ରଗତି କରିବା ପାଇଁ ଏକ ସମ୍ଭାବ୍ୟ ଅନୁକ୍ରମଣିକା ଭାବରେ ଉଭା ହୋଇପାରିବ। କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ସ୍ବାସ୍ଥ୍ୟ ସେବା ଯେପରି ପ୍ରେଡିକ୍ଟିଭ ଆନାଲିଟିକ୍ସ, ଟେଲିମେଡିସିନ, ଡାଇଗ୍ନୋଷ୍ଟିକ ଆଲଗୋରିଦମ, ସୁଦୂର ଆଦିବାସୀ ଅଞ୍ଚଳରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ଉନ୍ନତ କରିପାରିବ, ଯାହାଫଳରେ ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସାର ପ୍ରଭାବ ଏବଂ ମାନ ବୃଦ୍ଧି ପାଇବ।
ମୋ:୬୩୭୦୯୦୫୯୪୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri