ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର ଅତ୍ୟଧିକ ଆବଶ୍ୟକତା ରହିଥିଲେ ବି ତାଲିବାନ୍‌ ଶାସନରେ ସେମାନଙ୍କ ଅଧିକାର କ୍ରମଶଃ ହ୍ରାସ ପାଇଆସିଛି। ଯଦିଓ ନିକଟରେ କାତାରରେ ଅନୁଷ୍ଠିତ ମିଳିତ ଜାତିସଂଘର ଏକ ବୈଠକ ତାଲିବାନ୍‌କୁ ଆଲୋଚନାକୁ ଆଣିବାରେ ସଫଳ ହୋଇଥିଲା, ତଥାପି ବାଳିକା ଅଧିକାର ତାହାର ଏଜେଣ୍ଡାରେ ରଖାଯାଇ ନ ଥିଲା। ତାଲିବାନ୍‌ ଜିଦି ଧରିଛି ଯେ, ସେମାନେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ପରାମର୍ଶ ଗ୍ରହଣ କରିବେ ନାହିଁ। ଅନ୍ତର୍ଜାତୀୟ ଆଇନର ଖୋଲା ଉଲ୍ଲଂଘନ କରି ତାଲିବାନ୍‌ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ଆଇନର ସାଧନ, ମାନବ ଅଧିକାରର ବୈଶ୍ୱିକ ଘୋଷଣାନାମା ଏବଂ ଶିଶୁ ଅଧିକାର ସମ୍ମିଳନୀକୁ ଅଣଦେଖା କରିଛି।

ଏଭଳି ଭୁଲ୍‌ କାର୍ଯ୍ୟର ଏକମାତ୍ର ସମାଧାନ ହେଉଛି ତାଲିବାନ୍‌ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଚିନ୍ତାଧାରା ପ୍ରତି ଧ୍ୟାନ ଦେବା ଦରକାର। ତାଲିବାନ୍‌ର ନିୟମ ଉଲ୍ଲଂଘନ କାର୍ଯ୍ୟକୁ ନିନ୍ଦା କରୁଥିବା ଜାତିସଂଘର କଥା ତାହା ଶୁଣୁ ନ ଥିଲେ ମଧ୍ୟ ଅନ୍ୟ ସାଥୀ ମୁସଲମାନ ଦେଶଗୁଡ଼ିକର ଚାପକୁ ହୁଏତ ଗ୍ରହଣ କରିପାରେ। ସେହି ଦେଶଗୁଡ଼ିକ ମଧ୍ୟରୁ ଅନେକେ ଚେତାବନୀ ଦେଇଛନ୍ତି ଯେ, ଦେଶର ଅଧା ଜନସଂଖ୍ୟାଙ୍କ ସାମର୍ଥ୍ୟ ବିକାଶକୁ ମନା କରିବା ହିଁ ଆଫଗାନିସ୍ତାନର ଭବିଷ୍ୟତକୁ ବିପଦରେ ପକାଇବ। ଆଫଗାନିସ୍ତାନ ଝିଅମାନେ ଡାକ୍ତର, ନର୍ସ, ଶିକ୍ଷକ, ଇଞ୍ଜିନିୟର, ଉଦ୍ୟୋଗୀ ଏବଂ ଅଧିକ କିଛି ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି। ଏକ ଶକ୍ତିଶାଳୀ ଏବଂ ଆର୍ଥିକ ଦୃଷ୍ଟିରୁ ସକ୍ଷମ ତଥା ସ୍ବାଧୀନ ଆଫଗାନିସ୍ତାନର ପୁନଃ ନିର୍ମାଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ସେହି ସୁଯୋଗରୁ ବଞ୍ଚତ୍ତ କରିବାର କୌଣସ କାରଣ ନାହିଁ। ତାଲିବାନ୍‌ ଶିକ୍ଷା ନୀତି ମହିଳା ଓ ଝିଅମାନଙ୍କର କ୍ଷତି କରୁଛି। ହ୍ୟୁମାନ ରାଇଟ୍ସ ୱାଚ୍‌ ଅନୁଯାୟୀ, ଏହି ନୀତି ଆଫଗାନିସ୍ତାନର ୩୪ଟି ପ୍ରଦେଶରେ ବାଳକମାନଙ୍କ ଶିକ୍ଷା ମାନରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟାଇଛି। ଝିଅମାନଙ୍କୁ ଶିକ୍ଷାରୁ ବାଦ୍‌ ଦେବାର ପରିଣାମ ଅତ୍ୟନ୍ତ ଦୁଃଖଦାୟକ। ଏହା ବାଧ୍ୟତାମୂଳକ ବିବାହକୁ ବଢ଼ାଇଦେଇଛି। ନିକଟରେ ଜାତିସଂଘ ମହିଳା ରିପୋର୍ଟର ତଥ୍ୟରୁ ଜଣାପଡ଼ିଛି ଯେ, ବାଲ୍ୟ ବିବାହ ହାର ୨୫% ବୃଦ୍ଧି ପାଇଛି ଏବଂ ସେମାନଙ୍କ ପାଇଁ ଶିକ୍ଷା ବନ୍ଦ କରାଯିବା ହିଁ ଏହାର ପ୍ରମୁଖ କାରଣ ବୋଲି ଦର୍ଶାଇଛି। ଅନ୍ୟସବୁ କ୍ଷେତ୍ରରେ, ଝିଅମାନଙ୍କର ଅଧିକାରକୁ ଯୋଜନାବଦ୍ଧ ଭାବେ ଯେଭଳି ଉଲ୍ଲଂଘନ କରାଯାଇଛି ତାହା ଜୀବନ ଏବଂ ମୃତ୍ୟୁର କାରଣ ପାଲଟିଛି। ମାନସିକ ଚାପ, ବିଷାଦ ଏବଂ ଆମତ୍ହତ୍ୟା ଉଦ୍ୟମ ବୃଦ୍ଧି ପାଉଛି। ମାତୃ ମୃତ୍ୟୁହାର ବିପଦ ବଢ଼ିଛି, ଯେଉଁଥିରେ ଜନ୍ମ ସମୟରେ ଯୁବତୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି ଏବଂ ଏହି ମୃତ୍ୟୁହାର ଅତିକମ୍‌ରେ ୨୫% ବୃଦ୍ଧି ପାଇଛି। ସାରା ବିଶ୍ୱରୁ ସଂଗୃହୀତ ତଥ୍ୟ ଏହା ପ୍ରମାଣ କରିଛି ଯେ, ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲ ଶିକ୍ଷା ଶିଶୁ ମୃତ୍ୟୁହାର (୫ ବର୍ଷରୁ କମ୍‌) ଅଧାରୁ ଅଧିକ ହ୍ରାସ କରିପାରିବ। ଏଣୁ ଶିଶୁ ମୃତ୍ୟୁ ଯେଭଳି ବୃଦ୍ଧି ପାଉଛି ତାହାକୁ ରୋକିବାକୁ ଆମେ ପ୍ରସ୍ତୁତ ହେବା ଉଚିତ।

ଏଭଳି କଠୋର ଆଚରଣ କେବଳ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ସୀମିତ ହୋଇ ରହିନାହିଁ। ତାଲିବାନ୍‌ ମଧ୍ୟ ସ୍କୁଲ ଶିକ୍ଷୟିତ୍ରୀ, ପ୍ରଶାସନିକ ସେବା ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ କଟକଣା ଜାରି କରିଛି। ଏହା ଆଫଗାନ୍‌ ନାଗରିକ ସମାଜର କ୍ଷମତା ହ୍ରାସ କରିଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ଏନ୍‌ଜିଓ ସହ କାମ କରିବାରେ ମହିଳାଙ୍କ ଅଧିକାରକୁ ରଦ୍ଦ କରିବା ପରେ ଏଭଳି ଅନେକ ସଂଗଠନକୁ ଦେଶରେ କାମ କରିବା ସହ ମୌଳିକ ସେବା ଯୋଗାଇବା ଅସମ୍ଭବ ହୋଇଯାଇଛି।

ଏହିସବୁ ପ୍ରତିବନ୍ଧକର ପୁନର୍ବିଚାର ଉପରେ ଆଫଗାନିସ୍ତାନର ଭବିଷ୍ୟତ ନିର୍ଭର କରେ। ପ୍ରତିବର୍ଷ ଗୋଟିଏ ଦେଶ ତା’ ପିଲାଙ୍କୁ ଯୋଗାଇ ଦେଉଥିବା ଅତିରିକ୍ତ ସ୍କୁଲ ଶିକ୍ଷା ଯୋଗୁ ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦରେ ୧୮% ପର୍ଯ୍ୟନ୍ତ ଲାଭ ମିଳିବ ବୋଲି ଆଶା କରାଯାଏ। ଆଫଗାନିସ୍ତାନ ଝିଅମାନଙ୍କ ଶିକ୍ଷାରେ ୧ ଡଲାର ଖର୍ଚ୍ଚ କଲେ ଏହା ଭବିଷ୍ୟତ ଆୟରେ ୨.୮୦ ଡଲାର ସୃଷ୍ଟି କରିପାରିବ। ଯଦି ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଯୋଗ ନ ଦିଅନ୍ତି, ତେବେ ଆଫଗାନିସ୍ତାନ ତାହାର ଦଶନ୍ଧି ବ୍ୟାପୀ ଯୁଦ୍ଧର କ୍ଷତି ଓ ଗମ୍ଭୀର ଦାରିଦ୍ର୍ୟ ମଧ୍ୟରୁ କେବେ ବି ମୁକୁଳିପାରିବ ନାହିଁ। ଜନସଂଖ୍ୟାର ପାଖାପାଖି ଅଧା ପୂର୍ବଭଳି ମାନବୀୟ ସହାୟତାର ଆବଶ୍ୟକତାକୁ ଚାହଁି ରହିବେ। ତେବେ ସାହସୀ ଆଫଗାନ୍‌ ଝିଅମାନେ ‘ଏଜୁକେଶନ କ୍ୟାନ୍‌ ନଟ୍‌ ଓ୍ବେଟ୍‌’ର ଅଭୂତପୂର୍ବ # ଆଫଗାନ୍‌ ଗର୍ଲସ ଭଏସ୍‌ ଅଭିଯାନର ସମର୍ଥନ ପାଇ ତାଲିବାନ୍‌ ଶାସନର ଲିଙ୍ଗଗତ ବିଭେଦ ଶେଷ କରିବା ପାଇଁ ଦାବି କରି ବାହାରକୁ ବାହାରିଛନ୍ତି। ବେଆଇନ ଭାବେ ଗୁପ୍ତରେ ସ୍କୁଲ ଚଳାଇବା, ସ୍ଥାନୀୟ ଅଞ୍ଚଳରେ ଘରେ ସ୍କୁଲ ଶିକ୍ଷା ଦେବା ଏବଂ ରିମୋଟ୍‌ ଲର୍ନିଂ ଆଦି ସାହାଯ୍ୟ କରିପାରେ। ୨୦୨୩ରେ,‘ଏଜୁକେଶନ କ୍ୟାାନ୍‌ ନଟ୍‌ ଓ୍ବେଟ’୍‌ ଗୋଷ୍ଠୀ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମରେ ନିବେଶ କରିଛି ଓ ଏହା ମାଧ୍ୟମରେ ପାଖାପାଖି ୨ ଲକ୍ଷ ବାଳିକା ବାଳକଙ୍କ ନିକଟରେ ପହଞ୍ଚତ୍ପାରିଛି।

କିନ୍ତୁ ଶିକ୍ଷା ପାଇଁ ଝିଅମାନେ ଅତ୍ୟଧିକ ଦାବି କରୁଛନ୍ତି। ଏହାସତ୍ତ୍ୱେ ତୃଣମୂଳସ୍ତରରେ ଥିବା ଆମ ସହଯୋଗୀମାନେ ବିଶେଷକରି ହେଲ୍‌ମାଣ୍ଡ ଏବଂ କାନ୍ଦାହାର ପରି ତାଲିବାନ୍‌ ଗଡ଼ରେ ଧର୍ମଗୁରୁଙ୍କ ପ୍ରତିରୋଧ ବିରୋଧରେ ସଂଘର୍ଷ କରୁଛନ୍ତି। ଏହି କର୍ତ୍ତୃପକ୍ଷଙ୍କୁ କହିବା ଆବଶ୍ୟକ ଯେ ଝିଅମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁବିଧା ନ ଆସିବା ପର୍ଯ୍ୟନ୍ତ ଆଫଗାନିସ୍ତାନ ଶିକ୍ଷା ପାଇଁ ଆର୍ଥିକ ସହାୟତା ପାଇବ ନାହିଁ। ଏହି ସମୟରେ, ଆମେ ଅବଶିଷ୍ଟ ବିଶ୍ୱରୁ ସୁବିଧାରେ ଅନ୍‌ଲାଇନ ଏବଂ ରେଡିଓ ପାଠ୍ୟକ୍ରମ ବିସ୍ତାର କରି ଆଫଗାନିସ୍ତାନ ଝିଅମାନଙ୍କ ନିକଟରେ ପହଞ୍ଚତ୍ବା ପାଇଁ ଅଧିକ କିଛି କରିପାରିବା। ଅର୍ଥାତ୍‌ ଅନ୍‌ଲାଇନ ପାଠ୍ୟକ୍ରମ ଏବଂ ସେମାନଙ୍କ ପାଠ୍ୟକ୍ରମ ଉପଲବ୍ଧ କରାଇବା ପାଇଁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ବିଦ୍ୟାଳୟକୁ କାର୍ଯ୍ୟରେ ଲଗାଇବାକୁ ହେବ। ତାଲିବାନ୍‌ ନେତୃତ୍ୱ ଉପରେ ଚାପ ପକାଇବାକୁ ଅନ୍ୟସବୁ ଉପାୟ ମଧ୍ୟ ଅଛି। ଆମେ ଜାଣୁ ଯେ ସମସ୍ତ ତାଲିବାନ୍‌ ସେମାନଙ୍କ ଝିଅ, ଭଉଣୀ ଏବଂ ପତ୍ନୀଙ୍କ ପ୍ରତି ସାମ୍ପ୍ରତିକ ଭେଦଭାବ ସହ ସହମତ ନୁହନ୍ତି। ଅନ୍ୟ ଦେଶଗୁଡ଼ିକ ନିଜ ଘରୋଇ ଆଇନଗତ ଢାଞ୍ଚା ମାଧ୍ୟମରେ ତାଲିବାନ୍‌ ଶାସନ ଉପରେ ଅଧିକ ଚାପ ପକାଇପାରିବେ। ବାଳିକା ଅଧିକାରକୁ ଅଧିକ ପ୍ରତିରୋଧ କରୁଥିବା ତାଲିବାନ୍‌ ନେତାମାନଙ୍କ ଉପରେ କଟକଣା ଲଗାଇ ଏହା କରାଯାଇପାରିବ। ମୁଖ୍ୟତଃ ମୁସଲମାନ ଦେଶଗୁଡ଼ିକର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଲିବାନ୍‌ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ମଧ୍ୟସ୍ଥ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା କାତାରର ବୈଦେଶିକ ମନ୍ତ୍ରଣାଳୟ ଏହି ନିଷେଧାଦେଶକୁ ଶେଷ କରିବାକୁ ଚାପ ପକାଇଛି। ସାଉଦି ଲୋକମାନେ ତାଲିବାନ୍‌କୁ ସମାଲୋଚନା କରି କହିଛନ୍ତି ଯେ, ଆଫଗାନିସ୍ତାନ ମହିଳାମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଆଇନଗତ ଅଧିକାର ପ୍ରଦାନ କରିବାରେ ବିଫଳ ହୋଇଛି। ଏହା ମଧ୍ୟରେ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ହେଉଛି ଶିକ୍ଷା ଅଧିକାର, ଯାହା ଆଫଗାନିସ୍ତାନରେ ସୁରକ୍ଷା, ସ୍ଥିରତା, ବିକାଶ ଏବଂ ସମୃଦ୍ଧିକୁ ଆଗକୁ ନେବ। ସଂଯୁକ୍ତ ଆରବ ସଂଘ ଆଫଗାନିସ୍ତାନର ଏହି ନୀତିକୁ ‘ଇସ୍‌ଲାମ ଶିକ୍ଷାର ଉଲ୍ଲଂଘନ’ ଦର୍ଶାଇ ଏବଂ ଏହାକୁ ଶୀଘ୍ର ପରିବର୍ତ୍ତନ କରାଯିବା ଉଚିତ୍‌ ବୋଲି କହିଛି।
ଇସ୍‌ଲାମିକ ଶିକ୍ଷା ପ୍ରକୃତରେ ଝିଅଙ୍କ ଶିକ୍ଷାକୁ ସମର୍ଥନ କରେ- ‘ଇକ୍ରା’ ଅର୍ଥାତ୍‌ ପଢ଼ିବା ହେଉଛି କୋରାନର ପ୍ରଥମ ଶବ୍ଦ- ଏବଂ ବାକି ମୁସଲମାନଦେଶଗୁଡ଼ିକ ଏହାକୁ ପ୍ରୋତ୍ସାହିତ କରନ୍ତି। ସୁନ୍ନି ଇସ୍‌ଲାମରେ ଥିବା ୬ଟି କାନୋନିକାଲ ଟିଚିଂ ବା ଶିକ୍ଷା ମଧ୍ୟରୁ ଅଲ-ତିର୍‌ମିଦ୍ଧି, ହଡିଥ ୭୪ରେ କୁହାଯାଇଛି ଯେ, ପ୍ରତ୍ୟେକ ମୁସଲମାନ ପାଇଁ ଜ୍ଞାନ ଅନ୍ବେଷଣ ବାଧ୍ୟତାମୂଳକ, ଯାହା ପୁରୁଷ ଏବଂ ମହିଳାଙ୍କ ଶିକ୍ଷା ପ୍ରତି ଧର୍ମର ଗଭୀର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଥାଏ। ଆଫଗାନିସ୍ତାନ ଝିଅମାନଙ୍କୁ ଏହି ପ୍ରତିବଦ୍ଧତାରୁ ବାଦ୍‌ ଦିଆଯିବା ଉଚିତ୍‌ ନୁହେଁ। ସେମାନେ ଏବଂ ସର୍ବତ୍ର ଝିଅଙ୍କ ଅଧିକାରର ସମର୍ଥକମାନେ ଜାଣିବା ଆବଶ୍ୟକ ଯେ, ଏହା ଏମିତି ଏକ ଲଢ଼ାଇ ଯାହାକୁ ଏବେ ବି ଜିତାଯାଇପାରିବ।

ପୂର୍ବତନ ପ୍ରଧାନମନ୍ତ୍ରୀ, ବ୍ରିଟେନ୍‌
ବୈଶ୍ୱିକ ଶିକ୍ଷା ପାଇଁ ଜାତିସଂଘର ସ୍ବତନ୍ତ୍ର ରାଷ୍ଟ୍ରଦୂତ


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?