ମେଳିରେ ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ

ଆର.ଉଦୟଗିରି,୧୭।୭(ଡି.ଏନ୍‌.ଏ.): ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ। ଗଜପତି ଜିଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ମୋନହା ବ୍ଲକ ଅଧୀନ ଆଲିଗଣ୍ଡା ପଞ୍ଚାୟତର ଆଦିବାସୀଙ୍କ ବିଭିନ୍ନ ସମସ୍ୟା ରହିଥିବା ଅଭିଯୋଗ ରହିଥିଲା। ଏହାକୁ ନେଇ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲା। ଏହି ସୂଚନା ପାଇବା ପରେ ପ୍ରଶାସନ ପକ୍ଷରୁ ଆଦିବାସୀଙ୍କ ସମସ୍ୟାର ସମାଧାନ ନେଇ ତତ୍ପରତା ପ୍ରକାଶ ପାଇଥିଲା। ଆଦିବାସୀଙ୍କ ସହ ଆଲୋଚନା କରିବା ପାଇଁ ତହସିଲଦାର କିଶୋର ଚନ୍ଦ୍ର ଦାସ ପଦକ୍ଷେପ ନେଇଥିଲେ। ଫଳରେ ମୋହନାସ୍ଥିତ କଲ୍ୟାଣ ମଣ୍ଡପରେ ଆଦିବାସୀ ଏବଂ ସରକାରଙ୍କ ପକ୍ଷରୁ ଏକ ବୈଠକ ହୋଇଥିଲା।

ବୈଠକରେ ଏସ୍‌ଡିପିଓ ଦିଲ୍ଲୀପ କୁମାରଙ୍କ ସମେତ ମୋହନା ଏବଂ ଅଡ଼ବା ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆଲିଗଣ୍ଡା ସରପଞ୍ଚ ବୌଜନ୍ତୀ ମଲ୍ଲିକଙ୍କୁ ନେଇ ଆଦିବାସୀ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ, ୨୦୧୨ ପଞ୍ଚାୟତ ନିର୍ବାଚନରେ ବୈଜନ୍ତୀ ମଲ୍ଲିକ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ଆଦିବାସୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ତତକାଳୀନ ମୋହନା ତହସିଲଦାର ପ୍ରର୍ଥୀପତ୍ର ଯାଞ୍ଚ ପରେ ବୌଜନ୍ତୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା। ହେଲେ ଚଳିତ ବର୍ଷ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବୈଜନ୍ତୀ ପୁଣି ଆଦିବାସୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଏହା କିଭଳି ସମ୍ଭବ ହେଲା ବୋଲି ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏପରିକି ମଞ୍ଚ ପକ୍ଷରୁ ପ୍ରଶାସନ ନିକଟରେ ୪ ଦାବି ଉପସ୍ଥାପନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଆଲିଗଣ୍ଡା ସରପଞ୍ଚ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ଦାବି ଉପରେ ବିଚାର କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀ ପ୍ରଭାବ : କାନ୍ଥ ପଡି ଘର ଭାଙ୍ଗିଲା, ୩ ଆହତ

ପାଟଣା,୧।୬(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲ ପାଟଣା ଅଞ୍ଚଳରେ କୁଆପଥର ବର୍ଷା, ଘଡଘଡି ସାଙ୍ଗକୁ ବହୁତ ଜୋର୍‌ସେ ପବନରେ ବିଦ୍ୟୁତ ସରବରାହ ବ୍ୟାହତ ହେବା...

ଗରମରେ ବାରଣ୍ଡାରେ ଶୋଉଛନ୍ତି ପ୍ରସୂତି, ନବଜାତ ଶିଶୁ

କେନ୍ଦୁଝର,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ମାତୃ ଓ ଶିଶୁ ଚିକିତ୍ସାଳୟରେ ନବଜାତ ଶିଶୁ ସହିତ ପ୍ରସୂତି ମହିଳା ବେଡ୍‌ ଅଭାବରୁ ତଳେ ଶୋଇବା ଘଟଣା...

ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ...

ପତିତପାବନଙ୍କ ହେବ ନାହିଁ ନାଗାର୍ଜୁନ ବେଶ

ପୁରୀ ଅଫିସ୍‌,୨୩।୧୧: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ପଡିିଛି ଏହି ଦୁର୍ଲଭ ବେଶ। ଦାରୁଦିଅଁଙ୍କ ଏହି ବିରଳ ବେଶକୁ...

ଭଞ୍ଜନଗରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଞ୍ଜନଗର,୨୦।୮(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ । ଜିଲାପାଳଙ୍କ ନିକଟକୁ ମୋଟ...

ଏସ୍‌ଆଇଟିର ଗିରଫଦାରି ପରେ ଅନେକ ପ୍ରଶ୍ନ

ନୟାଗଡ଼ ଅଫିସ,୨୨।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍‌ଆଇଟି ଜଣେ ଛାତ୍ରଙ୍କୁ ଗିରଫ କରିବା ପରେ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ସାଢ଼େ ୪...

ବେଆଇନ ମେଡିସିନ ବିକ୍ରି ଅଭିଯୋଗ : ହୋମିଓପାଥିତ୍କ ଡାକ୍ତର ଗିରଫ

କୋରାପୁଟ,୨୬।୧୦(ସ୍ବ.ପ୍ର.) : କୋରାପୁଟ ସହରର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏକ ହୋମିଓପାଥିକ୍‌ କ୍ଲିନିକ୍‌ରେ ବେଆଇନ ମେଡିସିନ୍‌ ରଖିବା ଅଭିଯୋଗରେ ଶନିବାର କୋରାପୁଟ ଟାଉନ ପୋଲିସ ଜଣେ...

ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ

ପୁରୁଷୋତ୍ତମପୁର,୧୮।୫(ଡି.ଏନ୍‌.ଏ.) : ମା’ ତାରାତାରିଣୀଙ୍କ  ପୀଠ ଚଳଚଞ୍ଚଳ ହୋଇଉଠିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର,...

Advertisement
Archives

Model This Week