ଡାକ୍ତର ହେବେ ଆଦିବାସୀ ଝିଅ ବିଦୁ ନାଏକ: ଅଞ୍ଚଳ ପାଇଁ ସୃଷ୍ଟି କଲେ ଉଦାହରଣ

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତ ନୂଆପଡାର ଜଣେ ଗରିବ ଆଦିବାସୀ ଝିଅ ବିଦୁ ନାଏକ(୨୧) ସର୍ବ ଭାରତୀୟସ୍ତରର ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ)ରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗତ ଜୁନ ୧୪ରେ ସେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବ୍ରହ୍ମପୁର ମେଡ଼ିକାଲ କଲେଜରେ ନାମ ଲେଖାଇ ଡାକ୍ତର ପାଠ ପଢୁଛନ୍ତି।
ଜିଲାର ଉପାନ୍ତ ଅଞ୍ଚଳ ନୂଆପଡ଼ା ଗାଁରେ ବିଦୁ ନାଏକ ବାପା ନରେନ୍ଦ୍ର, ମା’ ପ୍ରେମଶିଳା ଓ ଛୋଟ ଭଉଣୀଙ୍କ ସହ ରହନ୍ତି। ବିଦୁଙ୍କ ମା’ବାପା ଘର କାମ ସହ ମୂଲମଜୁରି କରି ଯାହା ଉପାର୍ଜନ କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଏ। ଗାଁ ସ୍କୁଲରେ ବିଦୁ ପ୍ରଥମରୁ ପଞ୍ଚମ ଓ ପରଦୁଲୁକିବନ୍ଧ ଆଦିବାସୀ ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢି ୨୦୨୦ରେ ୪୩୧ ମାର୍କ ରଖି ପାସ୍‌ କରିଥିଲେ। କିନ୍ତୁ ୨୦୨୦ରୁ ୨୦୨୧ ପର୍ଯ୍ୟନ୍ତ ତାଙ୍କର ପାଠପଢା ବନ୍ଦ ହୋଇଗଲା। ଘରେ ଦୁଇଓଲି ଦୁଇମୁଠା ଖାଇବା ପାଇଁ ଅସୁବିଧା ହୋଇଥିଲା। ଘରର ଆର୍ଥିକ ସ୍ଥିତିକୁ ଦେଖି ବିଦୁ ଧାନ ବିଲରେ ମୂଲମଜୁରି କରି କିଛି ଟଙ୍କା ଘର ଚଳିବା ପାଇଁ ଦେଇ ଆଉ କିଛି ପାଠ ପଢା ପାଇଁ ସଞ୍ଚୟ କରି ରଖିଥିଲେ। ବିଦୁଙ୍କ ଭଲ ପାଠ ପଢା ଦେଖି ତାଙ୍କୁ ସର୍ବଦା ସହଯୋଗ କରି ଆସିଥିବା ତାଙ୍କ ବଡ଼ ମା’ଙ୍କ ପୁଅ ଲାବଣ୍ୟ ପୂଜାରୀ ୨୦୨୨ରେ ବିଦୁଙ୍କ ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରିଥିଲେ। ବିଦୁଙ୍କୁ ଲାଞ୍ଜିଗଡ଼ ଆଦିବାସୀ ହାୟର ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇଥିଲେ। ସେଠାରେ ବିଦୁ ୪୫୪ ମାର୍କ ବା ୭୫ ପ୍ରତିଶତ ରଖି ୨୦୨୪ରେ ପାସ୍‌ କରିଥିଲେ। ପରେ ସେ ଭୁବନେଶ୍ୱରରେ କୋଚିଂ ନେଇ ସେଠାରେ ନିଟ୍‌ ପରୀକ୍ଷା ଦେଇ ଗତ ଜୁନ ୨୦୨୫ରେ ପ୍ରଥମଥର ହିଁ ଉତ୍ତୀର୍ଣ୍ଣ ହୋଇଥିଲେ। ଅଞ୍ଚଳରେ ଥିବା ଅନ୍ଧବିଶ୍ୱାସ ଦୂର କରିବା ସହ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଆଶା ରଖିଥିବା ବିଦୁ କହିଛନ୍ତି। ତାଙ୍କ ଏପରି ସଫଳତା ସ୍ଥାନୀୟ ଆଦିବାସୀ ଛାତ୍ରୀଛାତ୍ରଙ୍କ ମନର ଏକ ନୂତନ ଆଶା ସଞ୍ଚାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri