ଆଦିବାସୀ ନୃତ୍ୟ, ସଙ୍ଗୀତ ଭିଡିଓ ଜରିଆରେ ଚାଲିଛି ପ୍ରଚାର

ମାଲକାନଗିରି,୩୦ା୧(ଡି.ଏନ୍‌.ଏ.) ଆଦିବାସୀ ବହୁଳ ମାଲକାନଗିରି ଜିଲାରେ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସୋସିଆଲ ମିଡିଆ ପ୍ରଚାର ଚାଲିଛି। ଆଗଧାଡ଼ିର ନେତା ଓ କର୍ମୀମାନେ ବିଭିନ୍ନ ନୃତ୍ୟ ଓ ଗୀତର ଭିଡିଓ ମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ଜିଲାର ଖଇରପୁଟ ବ୍ଲକ ଏକ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ହୋଇଥିବାବେଳେ ଏହି ଅଞ୍ଚଳରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜିଲା ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଖଇରପୁଟ ବ୍ଲକ ସଂଯୋଜକ ନୃସିଂହ ମହାନ୍ତି ଏବଂ ଦଳୀୟ କର୍ମୀ ଏକ ଭିଡିଓ ମାଧ୍ୟମରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଦଳ ଓ ଦଳୀୟ ପାର୍ଥୀଙ୍କ ବିଷୟରେ ବୁଝାଇବାକୁ ସ୍ଥାନୀୟ ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ବାଦ୍ୟକୁ ନେଇ ଭିଡିଓ ପ୍ରସ୍ତୁତ କରାଯାଇଛି। ଏଥିରେ ନିଜେ ନୃସିଂହ ଏବଂ ଦଳୀୟ କର୍ମୀ ଆଦିବାସୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି। ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେଇ ଏଭଳି ଭଡିଓ କରାଯାଇଥିବାବେଳେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଏହା ବେଶ ଆକୃଷ୍ଟ କରୁଥିବା ନଜରକୁ ଆସୁଛି। ଖଇରପୁଟ ବ୍ଲକରେ ବିଜେଡି ପକ୍ଷରୁ ବଳି ମାଝି ଉକ୍ତ ଅଞ୍ଚଳର ଜିଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଭିଡିଓରେ ତାଙ୍କ ବିଷୟରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଉପରେ ଲୋକଙ୍କୁ ଅବଗତ କରି ପ୍ରଚାର କରାଯାଉଛି। ଆଗାମୀ ଦିନରେ କିଭଳି ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯିବ ତାହାକୁ ମଧ୍ୟ ଭିଡିଓରେ ଦର୍ଶାଯାଇଛି। ଦଳ ଭୋଟରଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ଆଶା ରଖିଛି। କିନ୍ତୁ ଅନ୍ୟ ଦଳର ପ୍ରାର୍ଥୀ ଏ ପର୍ଯ୍ୟନ୍ତ ଡିଜିଟାଲ ପ୍ରଚାର ନେଇ କୌଣସ ପଦକ୍ଷେପ ନେବା ନଜରକୁ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?