ଖରାଛୁଟି ପରେ ଆଦିବାସୀ ପିଲାମାନେ ଯାଉନାହାନ୍ତି ସ୍କୁଲ

ମହାକାଳପଡ଼ା,୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ, ଖଟିଖିଆ, କୃଷକ, ମୂଲିଆ, ଆଦିବାସୀ ଓ ଦଳିତ ଶ୍ରେଣୀର ପିଲାମାନେ ପାଠ ପଢିବା ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ସେଥିପାଇଁ ଆଦିବାସୀ ଆବାସିକ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ଖରା ଦିନ ଛୁଟି ସରିବା ପରେ ଗତ ୨୦ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ହେଲେ ଆଦିବାସୀ ଆବାସିକ ଆଶ୍ରମ ବିଦ୍ୟାଳୟର ପିଲାମାନେ ସ୍କୁଲରେ ପହଞ୍ଚି ପାରିନାହାଁନ୍ତି। କାରଣ ମା’ବାପା ନିରକ୍ଷର ଯୋଗୁ ଖରାଛୁଟି ପରେ କେବେ ବିଦ୍ୟାଳୟ ଖୋଲିଲା ସେମାନେ ଜାଣି ପାରୁ ନାହାଁନ୍ତି ବୋଲି ଜଣେ ଆଦିବାସୀ ଛାତ୍ରଙ୍କ ମା’ପୁଷ୍ପା ଭକ୍ତା କହିଛନ୍ତି। ପୁଷ୍ପାଙ୍କ କହିବା କଥା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଆଦ୍ୟାବଧି ବିଦ୍ୟାଳୟ ଖୋଲିଲା ବୋଲି କହୁ ନାହାଁନ୍ତି। ଆମ ପାଖରେ ବିଦ୍ୟାଳୟକୁ ଯିବା ପାଇଁ ଗାଡ଼ି ଭଡ଼ା ନାହିଁ। ବାଧ୍ୟ ହୋଇ ଗ୍ରାମର ୮ ଜଣ ଆଶ୍ରମ ବିଦ୍ୟାଳୟ ଛାତ୍ର ଗାଁରେ ଖେଳକୁଦ ମାତିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ସାନ୍ତାଳି ଶବରପଡ଼ା ଗ୍ରାମର ୮ ଜଣ ଛାତ୍ର ପଟ୍ଟାମୁଣ୍ଡାଇ ବ୍ଲକ କୂଳସାହି ଆବାସିକ ଆଶ୍ରମ ବିଦ୍ୟାଳୟରେ ପଢ଼ୁଛନ୍ତି। ଖରାଛୁଟିରେ ଘରକୁ ଆସିଥିଲେ। ହେଲେ ସ୍କୁଲ ଖୋଲିବା ପରେ ସେଠାକୁ ଯାଇନାହାନ୍ତି। ତୁରନ୍ତ ଏହି ଆଦିବାସୀ ଶବର ଛାତ୍ରୀଛାତ୍ରମାନଙ୍କୁ ଆବାସିକ ବିଦ୍ୟାଳୟକୁ ଯିବାର ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ବୃଦ୍ଧିଜୀବୀମାନେ କହିଛନ୍ତି। ଅନ୍ୟପକ୍ଷେ ଏହି ଅଞ୍ଚଳରେ ଆଦିବାସୀ ସାନ୍ତାଳୀ ଭାଷାଭାଷୀ ପରିବାର ବସବାସ କରୁଛନ୍ତି। ସେଥିପାଇଁ ଉକ୍ତ ଗାଁରେ ଏକ ସାନ୍ତାଳୀ ଅଲଚିକ ଲିପି ଭାଷାର ଆବାସିକ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବିରଞ୍ଚି ନାରାୟଣ ଦାସ ଓ ଲକ୍ଷ୍ମୀକାନ୍ତ ସ୍ବାଇଁ ପ୍ରମୁଖ ବୃଦ୍ଧିଜୀବୀ ଦାବି କରିଛନ୍ତି। ଏହି ବିଦ୍ୟାଳୟ ପ୍ରତିଷ୍ଠା ହେଲେ ବାର ନମ୍ବର, ଲୁଣି ମାଠିଆ, ବାଘୁଆ ମେଦ, ସିଂପଡ଼ା , ଜମ୍ମୁ , ସୁନିତି , ପନ୍ଦର ମାଇଲ , ଜଙ୍ଗଲି ଘେରୀ ଓ ଶବର ପଡ଼ା ଗ୍ରାମର ପିଲାମାନେ ପାଠ ପଢିବାର ସୁଯୋଗ ପାଇବେ ବୋଲି କହିଛନ୍ତି ସାମାଜିକ କର୍ମୀ ସୁବାସ ସ୍ବାଇଁ। ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କୁ ପଚାରିବାରୁ ଏନେଇ କୁଳସାହି ପ୍ରଧାନ ଶିକ୍ଷକଙ୍କ ସହିତ କଥା ହୋଇଛି। ପିଲାମାନଙ୍କୁ ସ୍କୁଲରେ ପହଞ୍ଚାଇବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri