ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ ଜନଜାତିଙ୍କ ବାଧକ ସାଜିଛି ଦାରିଦ୍ର୍ୟ। ଯେଉଁ ବୟସରେ ପିଲାମାନେ ପାଠ ପଢିବା କଥା ସେ ବୟସରେ ସେମାନେ ନଦୀ ନାଳରୁ ମାଛ ଓ କଙ୍କଡା ଧରି ତାକୁ ବିକ୍ରି କଲେ ପରିବାର ପ୍ରତିପୋଷଣ ହେଉଛି । ଫଳରେ ପାଠକୁ କିଏ ପଚାରୁଛି । ସରକାରୀ ଜଙ୍ଗଲ ଜମିରେ ପିଢ଼ି ପରେ ପିଢ଼ି ବାସ କରନ୍ତି। ଏମାନଙ୍କ ପୂର୍ବ ବଂଶଧର ଦାରିଦ୍ର୍ୟ ନିରକ୍ଷର ସାନ୍ତାଳୀ ଭୂମିଜ ଶବର ସମ୍ପ୍ରଦାୟର। ରାତି ପାହିଲେ ତୋରାଣି ପିଇ ହାତରେ ବନିଶୀ କଣ୍ଟା, ବାଗିଆ ଜାଲ ଓ କାଠ କିଳା ଧରି ନିକଟ ଜଙ୍ଗଲ ପାଖରେ ଥିବା ନଦୀ ନାଳରେ ମାଛ କଙ୍କଡ଼ା ଧରି ବିକ୍ରି କରି ପରିବାର ପୋଷନ୍ତି। ବେଳେ ବେଳେ ଏମାନେ ମାଛ କଙ୍କଡ଼ା ଧରି ନିକଟ ମୁଖ୍ୟ ରାସ୍ତାରେ ପଥଚାରୀମାନଙ୍କୁ ବିକ୍ରି କରିବା ଦେଖିବାକୁ ମିଳୁଛି। ଏକ ସପ୍ତାହ ପୂର୍ବେ ପ୍ରଭାକରପୁର-ରାମନଗର ଓ ଖରୀନାସି ମୁଖ୍ୟ ରାସ୍ତାରେ କେତେଜଣ ପିଲାଙ୍କୁ କାହିଁକି ପାଠ ପଢିବା ପାଇଁ ସ୍କୁଲ ଯାଉନ ବୋଲି ପଚାରିବାରୁ ସେମାନେ କୋହ ଭରା କଣ୍ଠ ଓ ଲାଜେଇ ଯାଇ କହିଲେ ବାବୁ ଘରେ ଅଭାବ ଯୋଗୁ ଖାଇବାକୁ ମୁଠେ ନାହିଁ, ପାଠକୁ ପଚାରେ କିଏ? ରାତି ପାହିଲେ ଦୁଇ ପଇସା ରୋଜଗାର କରିବାକୁ ପଡ଼େ ବୋଲି କହିଛନ୍ତି। ଅପର ପକ୍ଷରେ ମା’ ବାପା ନିରକ୍ଷର ଯୋଗୁ ଏମାନଙ୍କ ପାଠକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି କୁହାଯାଉଛି। ମା’ ବାପା ପର ଘରେ ମୂଲ ମଜୁରି ଲାଗି ରୋଜଗାର କରନ୍ତି। ଏମାନଙ୍କ ଜୀବନ ଶୈଳୀ ଖୁବ୍‌ ନିଆରା। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ନାହିଁ। ଚାଳ ଛପର ଘରେ ଜୀବନ ବିତାଉଛନ୍ତି ଏହି ଜନଜାତି ସମ୍ପ୍ରଦାୟ ଲୋକମାନେ। ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପାଠ ପଢିବା ପାଇଁ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସ୍ଥାନୀୟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ନିରାକାର ଜେନା, ନାରାୟଣ ପଣ୍ଡା,ପ୍ରତାପ ସାମନ୍ତରାୟ ଓ ପୀତାମ୍ବର ମଲ୍ଲଙ୍କ ସମେତ ଅନ୍ୟ କେତେଜଣ ବୁଦ୍ଧିଜୀବୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି ଅବପାତ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ବାଂଲାଦେଶର ସାତଖିରାଠାରୁ ପ୍ରାୟ ୮୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ପଶ୍ଚିମବଙ୍ଗର ବାଙ୍କୁଡ଼ାଠାରୁ ୧୬୦ କିମି…

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

ଆମ୍ବ ବଗିଚାରୁ ମିଳିଲା ଗର୍ଭବତୀ ପ୍ରେମିକାଙ୍କ ମୃତଦେହ, ୨ ପ୍ରେମିକ ଗିରଫ

କାନପୁର,୧୭।୮: ଉତ୍ତରପ୍ରଦେଶ କାନପୁରର ଘଟମପୁରରେ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିବାର ଯୁବତୀଙ୍କ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri