ଟ୍ରାଇ କଲର୍‌ ଲୁକ୍‌

ସ୍ବାଧୀନତା ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ଟ୍ରାଇ କଲର୍‌ ଲୁକ୍‌ ପରଫେକ୍ଟ ହୋଇଥାଏ। କିଛିଟା ସହଜ ଉପାୟକୁ ଆପଣେଇ ଏହି ଲୁକ୍‌ ଆରାମରେ ପାଇହୁଏ। ଯେମିତିକି…

ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌: ସ୍ବାଧୀନତା ଦିବସ ଅବସରରେ ଯୁବତୀମାନେ ଚାହିଁଲେ ଟ୍ରାଇ୍‌ କଲର୍‌ ଥିମ୍‌ବାଲା ଶାଢି ହେଉ ଅବା ସାଲଓ୍ବାର୍‌ କିମ୍ବା ଲେହେଙ୍ଗା ପିନ୍ଧି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏଥିପାଇଁ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ପିନ୍ଧିପାରିବେ। ନଚେତ୍‌ ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ବି ପକାଇ ପାରିବେ। କିଛି ନହେଲେ ଧଳା ରଙ୍ଗର ସାଲଓ୍ବାର ଉପରେ କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବା ଚୁନି ପକାଇ ମଧ୍ୟ ଆଟ୍ରାକ୍ଟିଭ୍‌ ଦେଶୀ ଲୁକ୍‌ ପାଇପାରିବେ। ସେହିପରି ଘେର ବାଲା ଧଳା ରଙ୍ଗର ଲଙ୍ଗ୍‌ ସ୍କର୍ଟ ଉପରେ ହାଫ୍‌ ସବୁଜ ରଙ୍ଗର ବ୍ଲାଉଜ୍‌ ଆଉ ତା’ସାଙ୍ଗକୁ ଲମ୍ବା ନାରଙ୍ଗୀ ରଙ୍ଗର ଚୁନି ପକାଇ ଆକର୍ଷଣୀୟ ଟ୍ରାଇ କଲର୍‌ ଲେହେଙ୍ଗା ଲୁକ୍‌ ବି ପାଇପାରିବେ।
ଟ୍ରାଇ କଲର୍‌ ଆସେସରିଜ୍‌: ଏହିଦିନ ଶାଢି ହେଉ ଅବା ସାଲଓ୍ବାର ଶୁଟ୍‌ କିମ୍ବା ଲେହେଙ୍ଗା ଯୁବତୀମାନେ ଯାହାବି ପିନ୍ଧନ୍ତୁ, ତା’ସହିତ ଯଦି ଟ୍ରାଇ କଲର୍‌ ଥିମ୍‌ ବାଲା ଫ୍ୟାଶନ ଆସେସରିଜ୍‌ ଯେମିତିକି : ଟ୍ରାଇ କଲର୍‌ ଇୟର୍‌ ରିଂ, ଟ୍ରାଇ କଲର୍‌ ଚୁଡ଼ି, କିମ୍ବା ଟ୍ରାଇ କଲର୍‌ର ବିନ୍ଦି ହେଉ ଅବା ଟ୍ରାଇ କଲର୍‌ର ହେୟାର୍‌ ବ୍ୟାଣ୍ଡ ପିନ୍ଧନ୍ତି ତା’ହେଲେ ବି ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ।

ଟ୍ରାଇ କଲର୍‌ ନେଲ୍‌ଆର୍ଟ: ଯୁବତୀମାନେ ଚାହିଁଲେ ନେଲ୍‌ଆର୍ଟରେ ବି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏଥିପାଇଁ ସେମାନେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ନେଲ୍‌ପଲିସ୍‌ ଆଣି ସେମାନଙ୍କ ନଖରେ ଷ୍ଟ୍ରାଇପ୍‌ ହେଉ କିମ୍ବା ଭର୍ଟିକାଲ୍‌ ଅଥବା ହୋରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ କରି ଆକର୍ଷଣୀୟ ଲୁକ୍‌ ପାଇପାରିବେ।
ମେକ୍‌ଅପ୍‌ରେ ବି ଦେଶୀ ଲୁକ୍‌: କୁହାଯାଏ, ମେକ୍‌ଅପ୍‌ରେ ବି ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେବେ ସ୍ବାଧୀନତା ଦିବସ ଅବସରରେ ଦେଶୀ ଲୁକ୍‌ ପାଇବାକୁ ତଥା ଫ୍ୟାଶନେବଲ୍‌ ଦେଖାଯିବାକୁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶ୍ୟାଡୋ ଲଗାଇପାରିବେ। ଆବଶ୍ୟକ ପଡିଲେ ଗାଲରେ ଆଟିଫିସିଆଲ୍‌ ଟ୍ରାଇକଲର୍‌ ଟାଟୁ ବି ଲଗାଇ ଭିନ୍ନ ଲୁକ୍‌ ପାଇପାରିବେ। କିନ୍ତୁ ଧ୍ୟାନ ଦେବେ ଯେଉଁମାନଙ୍କର ସ୍କିନ୍‌ ଇନ୍‌ଫେକ୍‌ସନ୍‌ ସମସ୍ୟା ରହୁଥିବ ସେମାନେ ଏହି ଟାଟୁରୁ ନିବୃତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ଉପରେ ପଡିବ ଶନିଙ୍କ କୃପା, ହେବେ ମାଲାମାଲ!

୧୭ ମେ ୨୦୨୬ରେ ଶନିଙ୍କ ରେବତୀ ନକ୍ଷତ୍ରରେ ପ୍ରବେଶ ନୂତନ କ୍ୟାରିଅର ଏବଂ ଆର୍ଥିକ ସୁଯୋଗ ଆଣିପାରେ। ଶନିଙ୍କ ବୁଧଙ୍କ ନକ୍ଷତ୍ରରେ ପ୍ରବେଶ ଚାକିରି, ବ୍ୟବସାୟ ଏବଂ…

୨୦୨୬ରେ ଆଶ୍ଚର୍ଯ୍ୟଜନକ କଥା: ୧୨ ମାସ ବଦଳରେ ହେବ ୧୩ ମାସ! ଜାଣନ୍ତୁ କାରଣ

ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ନୂତନ ବର୍ଷ ଜାନୁଆରୀ ମାସର ପ୍ରଥମ ଦିନ ଅର୍ଥାତ୍‌ ଜାନୁଆରୀ ୧ ତାରିଖରେ ଆରମ୍ଭ ହୁଏ। ତଥାପି, ହିନ୍ଦୁ ଧର୍ମରେ ବିକ୍ରମ ସମ୍ବତ୍‌…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ

ଦେଶ ସ୍ବାଧୀନତା ଲାଭ କରିବା ପରେ ଏହାର ପ୍ରଗତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ଅନେକ ବୃହତ୍‌ ନଦୀବନ୍ଧ ନିର୍ମାଣ…

ମାନସିକ ଶାନ୍ତି ଚାହୁଁଛନ୍ତି କି…. ତେବେ ନିହାତି କରନ୍ତୁ ଏସବୁ…

କାର୍ଯ୍ୟ ରହିଛି; ଯାହାକୁ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ପ୍ରଭୁକୃପା ଲାଭ ହୋଇଥାଏ। ତା’ସହିତ ଜୀବନରେ ଅନେକ ସଫଳତା ମିଳେ ବୋଲି ବିଶ୍ୱାସ କରାଯାଏ……

ଓଜନ ହ୍ରାସ ଔଷଧ ଖାଉଛନ୍ତି କି: ଘଟିପାରେ ଏମିତି…

ନୂଆଦିଲ୍ଲୀ, ୮ା୫ (ପି.ଟି.):ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଏବକାର ଓରାଲ୍‌ ଔଷଧଗୁଡ଼ିକ କେବଳ ଭୋକ କମାଉନାହିଁ, ବରଂ ଏହା ମସ୍ତିଷ୍କର ‘ରିୱାର୍ଡ ସର୍କିଟ’କୁ ସିଧାସଳଖ ପ୍ରଭାବିତ…

ବିନା ଅସ୍ତ୍ରରେ ଶତ୍ରୁଠାରୁ କିଭଳି ନେବେ ଅପମାନର ପ୍ରତିଶୋଧ? ଜାଣନ୍ତୁ କ’ଣ କହେ ‘ଚାଣକ୍ୟ ନୀତି’

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ,…

ଏହି ୪ ରାଶିରେ ମେ ୧୧ରୁ କାଳସର୍ପ ଯୋଗ: ହୋଇଯାନ୍ତୁ ସାବଧାନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତି ଏବଂ ନକ୍ଷତ୍ରମାନଙ୍କର ସ୍ଥିତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଥର ମେ ମାସରେ ମହାକାଶରେ ଏକ ସ୍ବର୍ଗୀୟ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri