Posted inଫୁରସତ

ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଇଥିପାଇଁ ଛତାର ଅନେକ ଡିଜାଇନ୍‌ ଆଉ ଭେରାଇଟି ଦେଖିବାକୁ ମିଳେ। ତେବେ ଏଠାରେ ସେମିତି କିଛି ଟ୍ରେଣ୍ଡି ଛତା ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହା ବର୍ଷା ଦାଉରୁ ହେଉ ଅବା ଖରାର ପ୍ରକୋପରୁ ସୁରକ୍ଷା ଦେବା ସହ ଟିକେ ଡିଫରେଣ୍ଟ ଲାଗିଥାଏ…

*ସି-ଶେପ୍‌ ହ୍ୟାଣ୍ଡେଲ୍‌ ଛତା: ଅନ୍ୟ ସାଧାରଣ ଛତା ପରି ଏହା ଦେଖାଯାଉଥିଲେ ହେଁ, ଏଥିରେ ଲାଗିଥିବା ହ୍ୟାଣ୍ଡେଲ୍‌ଟି ଇଂଲିଶ ଅକ୍ଷର ‘ସି’ ଶେପ୍‌ ପରି ହୋଇଥାଏ। ଖାସ୍‌ ଏହି କାରଣ ପାଇଁ ଉକ୍ତ ଛତାକୁ ଆଉ ହାତରେ ଜାବୁଡି ନ ଧରି ଏହାକୁ ଆରାମରେ ଗୋଟିଏ ହାତରେ ଗଳାଇ ଯେ କୌଣସି କାମ ସହଜରେ କରିହୁଏ। ଯେମିତିକି ବର୍ଷାରେ ଚାଲିଚାଲି ଗଲାବେଳେ ଦୁଇ ହାତରେ ମୋବାଇଲ୍‌ ଧରି ଅପ୍‌ରେଟ୍‌ କରିବା କିମ୍ବା ଗୋଟିଏ ହାତରେ ମୋବାଇଲ୍‌ ଧରି କଥା ହେବା ସହ ଅନ୍ୟ ହାତରେ କଫି ଧରି ଆରାମରେ ପିଇ ପାରିବା ।

* ଖଣ୍ଡା ଥିବା ଛତା: ଏହି ଛତା ଦୁଇ ପ୍ରକାରର ଉପକାରରେ ଆସିଥାଏ। ପ୍ରଥମତଃ ଏହି ଛତା ଆମକୁ ବର୍ଷା ତଥା ଖରାରୁ ସୁରକ୍ଷା ଦେଇଥାଏ। ଦ୍ୱିତୀୟରେ ଉକ୍ତ ଛତାର ହ୍ୟାଣ୍ଡେଲ୍‌ରେ ଏକ ସ୍ବତନ୍ତ୍ର ଧରଣର ଖଣ୍ଡା ଲାଗିଥାଏ, ଯାହାକୁ ଆମେ ଚାହିଁଲେ ପ୍ରତିକୂଳ ପରିସ୍ଥିତିରେ ବ୍ୟବହାର କରି ନିଜକୁ ସୁରକ୍ଷା ଦେଇପାରିବା। କିନ୍ତୁ ଏହି ଧରଣର ଛତା ବ୍ୟବହାର କରିବା ସମୟରେ ଟିକେ ସାବଧାନ ରହିବା ଉଚିତ, ନଚେତ୍‌ ଅଜାଣତରେ ନିଜର ହେଉ ଅବା ଅନ୍ୟ କାହାର କିଛି ବି କ୍ଷତି ହୋଇଯାଇପାରେ।

* କୁଲ୍‌ ପୋଲାଇଟ୍‌ ଛତା: ବର୍ଷାଦିନେ ଛତା ଧରି ରାସ୍ତାରେ ଗଲାବେଳେ ଗହଳି ହୋଇଗଲେ ବେଳେବେଳେ ଜଣଙ୍କର ଛତା ସହ ଆଉ ଜଣଙ୍କର ଛତା ମାଡ଼ ହୋଇଯାଏ। ଖାସ୍‌ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବେ ଏମିତି ଏକ ନିଆରା ଡିଜାଇନ୍‌ର ଛତା ଆସିଲାଣି, ଯାହା ଗହଳି ସ୍ଥାନରେ ଆପେ ଆପେ ଛୋଟ ହୋଇଯାଏ। ଅର୍ଥାତ୍‌ ଏହି ଛତାରେ ଏପରି ଏକ ସେନ୍‌ସର୍‌ ଲାଗିଥାଏ, ଯାହା ଗହଳି ସ୍ଥାନରେ ସାମ୍ନାରୁ ହେଉ ଅବା ପଛପଟୁ କୌଣସି ଲୋକ ଆସୁଥିବାର ସୂଚନା ପାଇ ନିଜର ପକ୍ଷକୁ ଟିକେ ସଙ୍କୁଚିତ କରିଦିଏ। ଫଳରେ ଆଉ ଛତା ସହ ଛତା ମାଡ଼ ହୁଏ ନାହିଁ। ସେଥିପାଇଁ ଉକ୍ତ ଛତାକୁ କୁଲ୍‌ ପୋଲାଇଟ୍‌ ଛତା ବୋଲି କୁହାଯାଇଥାଏ।

* ଡଗ୍‌ବ୍ରେଲା: ଅନେକ ସମୟରେ ଦେଖାଯାଏ ବର୍ଷାଦିନେ ନିଜର ପ୍ରିୟ କୁକୁରକୁ ଧରି ବାହାରକୁ କୁଆଡ଼େ ବୁଲିଗଲାବେଳେ ସେମାନେ ବର୍ଷାରେ ଓଦା ହୋଇଯାଇଥାନ୍ତି। ଖାସ୍‌ ସେଥିପାଇଁ କୁକୁରମାନଙ୍କ ସକାଶେ ଏବେ ଏକ ସ୍ବତନ୍ତ୍ର ଧରଣର ଛତା ତିଆରି ହୋଇ ମାର୍କେଟ୍‌ରେ ବିକ୍ରି କରାଯାଉଛି; ଯାହାକୁ ଡଗ୍‌ବ୍ରେଲା ବୋଲି କୁହାଯାଉଛି। ଏହି ଛତାକୁ ନିଜ ପ୍ରିୟ କୁକୁରର ମୁଣ୍ଡ ଉପରେ ରଖିବା ସହ ଏଥିରେ ଲାଗିଥିବା ସ୍ବତନ୍ତ୍ର ହ୍ୟାଣ୍ଡେଲ୍‌କୁ ମାଲିକ ଧରି ଧରି ଯିବାର ସୁବିଧା ମଧ୍ୟ ରହିଛି।
କେବଳ ଏତିକି ନୁହେଁ, ବାଦଲ ତଥା ଆକାଶର ଭ୍ରମ ସୃଷ୍ଟି କରୁଥିବା ଛତା, ଏଲ୍‌ଇଡି ଲାଇଟ୍‌ରେ ଆଲୋକିତ ହେଉଥିବା ଛତା, ହ୍ୟାଣ୍ଡ ଫ୍ରି ଛତା ଇତ୍ୟାଦି ବି ହେଉଛି ଟ୍ରେଣ୍ଡି ଛତାର ଅନ୍ୟ କେତେକ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri