Posted inଫୁରସତ

ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଇଥିପାଇଁ ଛତାର ଅନେକ ଡିଜାଇନ୍‌ ଆଉ ଭେରାଇଟି ଦେଖିବାକୁ ମିଳେ। ତେବେ ଏଠାରେ ସେମିତି କିଛି ଟ୍ରେଣ୍ଡି ଛତା ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହା ବର୍ଷା ଦାଉରୁ ହେଉ ଅବା ଖରାର ପ୍ରକୋପରୁ ସୁରକ୍ଷା ଦେବା ସହ ଟିକେ ଡିଫରେଣ୍ଟ ଲାଗିଥାଏ…

*ସି-ଶେପ୍‌ ହ୍ୟାଣ୍ଡେଲ୍‌ ଛତା: ଅନ୍ୟ ସାଧାରଣ ଛତା ପରି ଏହା ଦେଖାଯାଉଥିଲେ ହେଁ, ଏଥିରେ ଲାଗିଥିବା ହ୍ୟାଣ୍ଡେଲ୍‌ଟି ଇଂଲିଶ ଅକ୍ଷର ‘ସି’ ଶେପ୍‌ ପରି ହୋଇଥାଏ। ଖାସ୍‌ ଏହି କାରଣ ପାଇଁ ଉକ୍ତ ଛତାକୁ ଆଉ ହାତରେ ଜାବୁଡି ନ ଧରି ଏହାକୁ ଆରାମରେ ଗୋଟିଏ ହାତରେ ଗଳାଇ ଯେ କୌଣସି କାମ ସହଜରେ କରିହୁଏ। ଯେମିତିକି ବର୍ଷାରେ ଚାଲିଚାଲି ଗଲାବେଳେ ଦୁଇ ହାତରେ ମୋବାଇଲ୍‌ ଧରି ଅପ୍‌ରେଟ୍‌ କରିବା କିମ୍ବା ଗୋଟିଏ ହାତରେ ମୋବାଇଲ୍‌ ଧରି କଥା ହେବା ସହ ଅନ୍ୟ ହାତରେ କଫି ଧରି ଆରାମରେ ପିଇ ପାରିବା ।

* ଖଣ୍ଡା ଥିବା ଛତା: ଏହି ଛତା ଦୁଇ ପ୍ରକାରର ଉପକାରରେ ଆସିଥାଏ। ପ୍ରଥମତଃ ଏହି ଛତା ଆମକୁ ବର୍ଷା ତଥା ଖରାରୁ ସୁରକ୍ଷା ଦେଇଥାଏ। ଦ୍ୱିତୀୟରେ ଉକ୍ତ ଛତାର ହ୍ୟାଣ୍ଡେଲ୍‌ରେ ଏକ ସ୍ବତନ୍ତ୍ର ଧରଣର ଖଣ୍ଡା ଲାଗିଥାଏ, ଯାହାକୁ ଆମେ ଚାହିଁଲେ ପ୍ରତିକୂଳ ପରିସ୍ଥିତିରେ ବ୍ୟବହାର କରି ନିଜକୁ ସୁରକ୍ଷା ଦେଇପାରିବା। କିନ୍ତୁ ଏହି ଧରଣର ଛତା ବ୍ୟବହାର କରିବା ସମୟରେ ଟିକେ ସାବଧାନ ରହିବା ଉଚିତ, ନଚେତ୍‌ ଅଜାଣତରେ ନିଜର ହେଉ ଅବା ଅନ୍ୟ କାହାର କିଛି ବି କ୍ଷତି ହୋଇଯାଇପାରେ।

* କୁଲ୍‌ ପୋଲାଇଟ୍‌ ଛତା: ବର୍ଷାଦିନେ ଛତା ଧରି ରାସ୍ତାରେ ଗଲାବେଳେ ଗହଳି ହୋଇଗଲେ ବେଳେବେଳେ ଜଣଙ୍କର ଛତା ସହ ଆଉ ଜଣଙ୍କର ଛତା ମାଡ଼ ହୋଇଯାଏ। ଖାସ୍‌ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବେ ଏମିତି ଏକ ନିଆରା ଡିଜାଇନ୍‌ର ଛତା ଆସିଲାଣି, ଯାହା ଗହଳି ସ୍ଥାନରେ ଆପେ ଆପେ ଛୋଟ ହୋଇଯାଏ। ଅର୍ଥାତ୍‌ ଏହି ଛତାରେ ଏପରି ଏକ ସେନ୍‌ସର୍‌ ଲାଗିଥାଏ, ଯାହା ଗହଳି ସ୍ଥାନରେ ସାମ୍ନାରୁ ହେଉ ଅବା ପଛପଟୁ କୌଣସି ଲୋକ ଆସୁଥିବାର ସୂଚନା ପାଇ ନିଜର ପକ୍ଷକୁ ଟିକେ ସଙ୍କୁଚିତ କରିଦିଏ। ଫଳରେ ଆଉ ଛତା ସହ ଛତା ମାଡ଼ ହୁଏ ନାହିଁ। ସେଥିପାଇଁ ଉକ୍ତ ଛତାକୁ କୁଲ୍‌ ପୋଲାଇଟ୍‌ ଛତା ବୋଲି କୁହାଯାଇଥାଏ।

* ଡଗ୍‌ବ୍ରେଲା: ଅନେକ ସମୟରେ ଦେଖାଯାଏ ବର୍ଷାଦିନେ ନିଜର ପ୍ରିୟ କୁକୁରକୁ ଧରି ବାହାରକୁ କୁଆଡ଼େ ବୁଲିଗଲାବେଳେ ସେମାନେ ବର୍ଷାରେ ଓଦା ହୋଇଯାଇଥାନ୍ତି। ଖାସ୍‌ ସେଥିପାଇଁ କୁକୁରମାନଙ୍କ ସକାଶେ ଏବେ ଏକ ସ୍ବତନ୍ତ୍ର ଧରଣର ଛତା ତିଆରି ହୋଇ ମାର୍କେଟ୍‌ରେ ବିକ୍ରି କରାଯାଉଛି; ଯାହାକୁ ଡଗ୍‌ବ୍ରେଲା ବୋଲି କୁହାଯାଉଛି। ଏହି ଛତାକୁ ନିଜ ପ୍ରିୟ କୁକୁରର ମୁଣ୍ଡ ଉପରେ ରଖିବା ସହ ଏଥିରେ ଲାଗିଥିବା ସ୍ବତନ୍ତ୍ର ହ୍ୟାଣ୍ଡେଲ୍‌କୁ ମାଲିକ ଧରି ଧରି ଯିବାର ସୁବିଧା ମଧ୍ୟ ରହିଛି।
କେବଳ ଏତିକି ନୁହେଁ, ବାଦଲ ତଥା ଆକାଶର ଭ୍ରମ ସୃଷ୍ଟି କରୁଥିବା ଛତା, ଏଲ୍‌ଇଡି ଲାଇଟ୍‌ରେ ଆଲୋକିତ ହେଉଥିବା ଛତା, ହ୍ୟାଣ୍ଡ ଫ୍ରି ଛତା ଇତ୍ୟାଦି ବି ହେଉଛି ଟ୍ରେଣ୍ଡି ଛତାର ଅନ୍ୟ କେତେକ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri