ଜଙ୍ଗଲ ସୁରକ୍ଷା ପାଇଁ ଖୋଳାଗଲା ଟ୍ରେଞ୍ଚ

ନବରଙ୍ଗପୁର,୧୭।୪(ବି.ପ୍ର.): ନବରଙ୍ଗପୁର ବ୍ଲକ ବଡ଼ମସିଗାଁ ପଞ୍ଚାୟତ ଅଧୀନ ଭାଟିଗାଁ ଗ୍ରାମ୍ୟ ଜଙ୍ଗଲ ଓ କାଜୁ ବଗିଚାର ସୁରକ୍ଷା ଦୃଷ୍ଟିକୁ ନେଇ ଟ୍ରେଞ୍ଚ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ କାଜୁ ଅମଳ ସମୟ। ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଅନ୍ୟପକ୍ଷେ ଅବାଧରେ ଗୋରୁ ପ୍ରବେଶ ସହ କାଠମାଫିଆଙ୍କ ଲାଲୁପଦୃଷ୍ଟି ମଧ୍ୟ ଜଙ୍ଗଲ ଉପରେ ପଡ଼ିଥାଏ। ଏସବୁରୁ ଜଙ୍ଗଲକୁ ସୁରକ୍ଷା ଦେବାକୁ ୫ ଫୁଟ ଓସାରର ଜଙ୍ଗଲର ଚାରିପାଖ ଟ୍ରେଞ୍ଚ ଖୋଳାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଟ୍ରେଞ୍ଚ ଖନନ କାର୍ଯ୍ୟ ଚାଲିଛି। ଜିଆର୍‌ଏସ୍‌, ବିଡିଓ ସୁକାନ୍ତ ପଟ୍ଟନାୟକ ଏହି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସୂଚନାନୁଯାୟୀ, ଟ୍ରେଞ୍ଚ ଖନନ ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?