ବିଜ୍ଞାପନ ପ୍ରଚାରରେ ଗଛ ବଳିପଡ଼ୁଛି

କୁହାଯାଏ ଗଛ ହିଁ ଜୀବନ । ପୃଥିବୀର ସମସ୍ତ ପ୍ରାଣୀ ଓ ପ୍ରକୃତି ମଧ୍ୟରେ ବୃକ୍ଷ ଏକ ଅମୂଲ୍ୟ ଉପାଦାନ। ବୃକ୍ଷ ବିନା ଜୀବନ କଳ୍ପନା କରିବା ଅସମ୍ଭବ। ବୃକ୍ଷ ରୋପଣ କର, ଜୀବନ ବଞ୍ଚାଅ। ଏହି ଗଛଗୁଡ଼ିକ ଦୈନିକ ଜୀବନର ଅଂଶ। ମାନବ ଜନ୍ମ ବେଳଠାରୁ ଏପର୍ଯ୍ୟନ୍ତ ବୃକ୍ଷମାନେ ମାନବତା ପାଇଁ ଅମୂଲ୍ୟ ସମ୍ପଦ ହୋଇ ଆସିଛନ୍ତି। ପରିବେଶକୁ ସୁରକ୍ଷା ଦେବାପାଇଁ ସ୍କୁଲ, କଲେଜ, ବନବିଭାଗ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ପ୍ରଚାର ଚାଲୁଛି, ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ କିଛି ସ୍ଥାନରେ ଫଳ ଶୂନ । ଆଜିର ବିକାଶ ଓ ବଜାର ବ୍ୟବସ୍ଥାରେ ବିଜ୍ଞାପନ ଏକ ଅବିଭାଜ୍ୟ ଅଂଶ ହୋଇଯାଇଛି। ନିଜ ପଦାର୍ଥ ବା ସେବା ବିକ୍ରି କରିବାକୁ ଲୋକେ ଅନେକ ଉପାୟ ଗ୍ରହଣ କରୁଛନ୍ତି, ତେଣୁ ସେମାନେ ଗଛଗୁଡ଼ିକୁ ବି ଛାଡ଼ୁନାହାନ୍ତି। ବାଲେଶ୍ୱର, କଟକ, ଭୁବନେଶ୍ୱର, ସମ୍ବଲପୁର ଭଳି ଅଞ୍ଚଳରେ ଗଛଗୁଡ଼ିକ ଯେମିତି ବ୍ୟାନର୍‌, ପୋଷ୍ଟର, ହୋର୍ଡିଂ ଲଗାଇବାର ଶିକାର ହେଉଛନ୍ତି, ତାହା ଦୁଃଖଦ ଓ ଚିନ୍ତାଜନକ ବିଷୟ। ରାସ୍ତାକଡ଼, ଅଞ୍ଚଳିକ ସୀମା, ବସଷ୍ଟାଣ୍ଡ, ବଜାର ଅଞ୍ଚଳଗୁଡ଼ିକରେ ଥିବା ଗଛରେ ପୋଷ୍ଟର, ବ୍ୟାନର୍‌, ହୋର୍ଡିଂ ଲଗାଯାଉଛି । ଏହି ପ୍ରକ୍ରିୟା ଦେଖିଲେ ମନେହୁଏ ଗଛ ବିଜ୍ଞାପନ ଦେବା ପାଇଁ ଅଛି। ଏହା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ଗଛ ମଣିଷର କିଛି ଅପରାଧ କରିନାହିଁ, ତଥାପି ସେମାନେ ବଳି ପଡୁଛନ୍ତି ବ୍ୟବସାୟୀ ଲୋକଙ୍କ ଲାଭ ଲାଗି। ଏପରି କାମ କେବଳ ଗଛ ପାଇଁ ହାନିକାରକ ନୁହେଁ, ପରିବେଶ ପାଇଁ ମଧ୍ୟ ହାନିକାରକ। ତେଣୁ ଆମେ ସଚେତନ ହେବା ଆବଶ୍ୟକ ବିଜ୍ଞାପନ କର, କିନ୍ତୁ ପ୍ରକୃତିକୁ ନଷ୍ଟ କରନି। ଗଛ ଆମ ପାଇଁ ଜୀବନ, ଏହାକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଘରୋଇ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ପ୍ରଚାର ପ୍ରସାର ଓ ଲାଭପାଇଁ ରାସ୍ତାପାଶର୍‌ବ ଗଛକୁ ଟାର୍ଗେଟ କରିଛନ୍ତି। ଗଛଗୁଡ଼ିକ ଦେହରେ ବଡ଼ ବଡ଼ କଣ୍ଟା ପିଟି ହୋର୍ଡିଂ ଲଗାଉଛନ୍ତି। କିନ୍ତୁ ଏହି ବିଜ୍ଞାପନ ପ୍ରଚାର ଯେତେବେଳେ ପ୍ରକୃତି ଓ ପରିବେଶ ବିପକ୍ଷରେ ବ୍ୟବହୃତ ହୁଏ, ସେତେବେଳେ ଏହା ଲୋକଙ୍କ ସହିତ ଗଛଗୁଡ଼ିକ ପାଇଁ ମଧ୍ୟ ଅପମାନଜନକ ଓ ହାନିକାରକ ହୋଇପଡ଼େ। ଯେତେବେଳେ ଏକ ସାଧାରଣ ନଗର ରାସ୍ତାକଡ଼କୁ ଦେଖାଯାଏ, ସେତେବେଳେ ଲାଗେ ଗଛଗୁଡ଼ିକ ମନୁଷ୍ୟର ଆତ୍ମ ସ୍ବାର୍ଥ ପାଇଁ ବଳିଦାନ ଦେଉଛନ୍ତି। ପୋଷ୍ଟର ବା ବ୍ୟାନର୍‌ ଲଗାଇବା ପାଇଁ ଗଛର ଚମଡା ଖୋଳାଯାଏ, ମିଶ୍ର ଅମ୍ଲ ଅଠା ଲଗାଯାଏ ବା ବେଳେ ବେଳେ ଗଛର ଶାଖାପ୍ରଶାଖା କାଟି ଦିଆଯାଏ। ଏହି କାମ କିଛି ଦିନ ପରେ ଗଛର ମୃତ୍ୟୁର କାରଣ ପାଲଟି ଥାଏ । ଏକ ପକ୍ଷରେ ଆମେ ପ୍ରକୃତି ସୁରକ୍ଷା, ହରିତ ବିକାଶ ଓ ପରିବେଶ ସନ୍ତୁଳନ କଥା କହୁଛୁ, ଅନ୍ୟପକ୍ଷରେ ଗଛମାନଙ୍କୁ ଏଭଳି ନିର୍ମମ ଭାବେ ବ୍ୟବହାର କରୁଛୁ ଯାହା ଏକ ବିରୋଧାଭାସ ଓ ଦୁଃଖଜନକ ଅବସ୍ଥା।
ବନ ବିଭାଗ ଦେଖୁଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ରାସ୍ତାପାର୍ଶ୍ୱର ଯେଉଁ ଗଛକୁ ଦେଖ ୧୦ ଇଞ୍ଚର ଲୁହାକଣ୍ଟା ବାଡ଼େଇ ବିଜ୍ଞାପନ ହୋର୍ଡିଂ ଲଗାଯାଇଛି। ବାଲେଶ୍ୱର ଜିଲାର ରାସ୍ତା ପାଶର୍‌ବରେ ବଡ଼ବଡ଼ ଗଛରେ କଣ୍ଟା ପିଟାଯାଇ ଗଛକୁ ନଷ୍ଟ କରାଯାଉଛି । ଏଥିପ୍ରତି ବନ ବିଭାଗ ଚୁପ। ଏହି ଅନୁଚିତ କାର୍ଯ୍ୟ ରୋକିବା ପାଇଁ କୌଣସି ପ୍ରତିକ୍ରିୟା ନେଉନାହାନ୍ତି। ଏହା ଦ୍ୱାରା ଘରୋଇ ଅନୁଷ୍ଠାନମାନେ ଅଧିକ ସାହସିକ ହେଉଛନ୍ତି ଓ ଗଛକୁ ଅଧିକ କ୍ଷତି କରୁଛନ୍ତି। ଆମ ଦେଶରେ ଗଛ ମାତ୍ର ଏକ ଜୀବନ୍ତ ନୁହେଁ ଏହା ଆସ୍ଥା, ସଂସ୍କୃତି ଓ ଜୀବନରେଖା। ତୁଳସୀ, ବଟବୃକ୍ଷ, ଆମ୍ବ ଗଛ, ବର ଏବଂ ଅଶ୍ୱତ୍ଥ ଗଛ ପ୍ରଭୃତିକୁ ଲୋକେ ପୂଜା କରନ୍ତି। ତେବେ କିଏ ଏହି ସବୁଗଛରେ ନାଟକର ବା ସିନେମା ପୋଷ୍ଟର ଲଗାଏ? ଏହା ଆମ ଦ୍ୱିମୁଖୀ ବ୍ୟବହାରର ପ୍ରମାଣ।
ଏହି ସମସ୍ୟାର ସମାଧାନ କ’ଣ? ପ୍ରଥମେ, ଗଛ ଉପରେ ବିଜ୍ଞାପନ ନିଷିଦ୍ଧ କରିବା ନିୟମ ତିଆରି କରି ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ। ଗଛରେ ହୋର୍ଡିଂ ଲଗାଇବାକୁ ଅବୈଧ ଘୋଷଣା କରିବା ଓ ଦଣ୍ଡ ନିର୍ଦ୍ଧାରଣ କରିବା। ଦ୍ୱିତୀୟତଃ, ସମ୍ପୂର୍ଣ୍ଣ ସହର ଓ ଗ୍ରାମ ଅଞ୍ଚଳରେ ମେଟାଲ ଫ୍ରେମ୍‌ ହୋର୍ଡିଂ ଅଞ୍ଚଳ ନିର୍ଦ୍ଧାରିତ କରାଯାଉ ଯେଉଁଠି ବିଜ୍ଞାପନ ଲଗାଯିବା ବା ଘରୋଇ ଅନୁଷ୍ଠାନମାନଙ୍କୁ ଗଛ ବ୍ୟତୀତ ଅନ୍ୟ ମାଧ୍ୟମରେ ବିଜ୍ଞାପନ କରିବାକୁ ପ୍ରୋତ୍ସାହିତ କରିବା। ତୃତୀୟତଃ, ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଆବଶ୍ୟକ, ଯାହା ଦ୍ୱାରା ଲୋକେ ଗଛ ରକ୍ଷାରେ ସ୍ବେଚ୍ଛାରେ ଅଂଶ ନେବେ ଏହା ସହିତ ବନ ବିଭାଗକୁ ଅଧିକ କାର୍ଯ୍ୟକ୍ଷମ କରିବା ଓ ଏହିପରି ଅନୁଚିତ କାର୍ଯ୍ୟ ରୋକିବା ପାଇଁ ସକ୍ରିୟ କରିବା।
ଗଛ ଅଟଳ, ଶାନ୍ତ ଓ ସ୍ବାର୍ଥହୀନ। ଏହା ମନୁଷ୍ୟଙ୍କୁ ଛାୟା, ପ୍ରାଣବାୟୁ, ଫଳ, ଗଛର ଶାଖା ବା କାଠ ତଥା ଏକ ଜୀବନ ଦେଉଛି। ଏହାକୁ ବିଜ୍ଞାପନ ପାଇଁ ବଳିଦାନ କରିବା ମାନବତା ବିରୋଧୀ। ମାନବ ଜନଗଣ ଯଦି ଏହି ଅନୁଚିତ କାମ ପ୍ରତି ବିରୋଧ କରନ୍ତି, ତେବେ ଆମେ ଗଛ ଓ ପରିବେଶକୁ ବଞ୍ଚାଇ ପାରିବା। ବିଜ୍ଞାପନ ପ୍ରଚାର ପାଇଁ ଗଛ ବଳିପଡ଼ିବା ଏକ ଗମ୍ଭୀର ପରିବେଶ ଓ ନୀତି ଗତ ସମସ୍ୟା। ଏହାକୁ ଅବହେଳା କରିବା ଆମ ପ୍ରାଣ ଓ ପ୍ରକୃତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହି ସମସ୍ୟା କେବଳ ବନ ବିଭାଗ କିମ୍ବା ଅନୁଷ୍ଠାନର ଦାୟିତ୍ୱ ନୁହେଁ, ଆମ ସମସ୍ତଙ୍କ ଦାୟିତ୍ୱ। ଯେତେବେଳେ ଗଛ ଆମ ପାଇଁ ଅପାର ଦାନ କରୁଛି, ତେବେ ତାହାକୁ ରକ୍ଷା କରିବା ଆମର ପ୍ରଥମ ଦାୟିତ୍ୱ। ଆସନ୍ତୁ ଆମେ ସମସ୍ତେ ମିଶି ଏହି ଅନୁଚିତ କାର୍ଯ୍ୟକୁ ବନ୍ଦ କରିବାରେ ଲାଗି ପଡ଼ିବା।

ଅଜିତ କୁମାର ପ୍ରଧାନ

ନୀଳଗିରି, ବାଲେଶ୍ୱର
ମୋ:୯୭୭୭୮୧୪୫୧


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri