ବରଗଛ ମୂଳେ ବ୍ୟାଙ୍କ ସେବା, ଗ୍ରାମାଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା

ପଟ୍ଟାଙ୍ଗୀ୨୩ା୫(ଡି.ଏନ.ଏ.): ବର୍ତ୍ତମାନ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟ ଅନ୍‌ଲାଇନ ମାଧ୍ୟମରେ ହେଉଛି। ଟେଲି ନେଟୱାର୍କ ସୁବିଧା ଥିବା ଅଞ୍ଚଳରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉଛି। କିନ୍ତୁ ନେଟୱର୍କ ନ ଥିବା କିମ୍ବା ସମସ୍ୟା ଉପୁଜୁଥିବା ଅଞ୍ଚଳରେ ଲୋକଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷକରି ସୀମାନ୍ତ ଜିଲାଗୁଡ଼ିକର ଗ୍ରାମାଞ୍ଚଳରେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ। ବ୍ୟାଙ୍କକୁ ଭତ୍ତା ଟଙ୍କା ନେବାକୁ ଆସି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର ଦେଓପଟ୍ଟାଙ୍ଗୀ ପଞ୍ଚାୟତ ଏହାର ଏକ ଉଦାହରଣ।
ଉକ୍ତ ପଞ୍ଚାୟତ ବ୍ଲକ ସଦର ମହକୁମାରୁ ୮ କିଲୋମିଟର ଦୂରରେ ରହିଛି। ପଞ୍ଚାୟତରେ ନେଟୱର୍କ ସୁବିଧା ନ ଥିବାରୁ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ ବେଳେ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥାଏ। ଜରୁରୀ କାର୍ଯ୍ୟ ସମୟରେ ପଞ୍ଚାୟତ କାର୍ଯ୍ୟ ସଲପଗୁଡା ତଥା କରଞ୍ଜଗୁଡା ଛକରେ ଥିବା ବରଗଛ ମୂଳେ ହୋଇଥାଏ। ଏଠାରେ ଲୋକଙ୍କ ଭିଡ ଜମିଥାଏ। ଏବେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଆସୁଛି। ଦେଓପଟ୍ଟାଙ୍ଗୀ ପଞ୍ଚାୟତରେ ନେଟୱର୍କ ସୁବିଧା ନ ଥିବାରୁ ପଞ୍ଚାୟତ ପାଇଁ ଏକ କିଓକ୍ସି ବ୍ୟାଙ୍କ ସୁବିଧା କରାଯାଇଛି। ତେବେ ନେଟ୍‌ଓ୍ବର୍କ ସମସ୍ୟା ହେତୁ ବ୍ୟାଙ୍କର କୌଣସି କାର୍ଯ୍ୟ ହୋଇପାରୁନାହିଁ। ଫଳରେ ପ୍ରତ୍ୟେକ ଦିନ ଏହି ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଉପରୋକ୍ତ ଛକରେ ଥିବା ବରଗଛ ତଳେ ନେଟୱର୍କ ଆସୁଥିବା ସ୍ଥାନରେ ବସି କାମ କରୁଥିବା ଦେଖିବାକୁ ମିଳୁଛି। ହିତାଧିକାରୀ ପହଞ୍ଚତ୍ ଭତ୍ତା ଟଙ୍କା ନେବା ସହ ନିଜ ସଞ୍ଚୟ ଖାତାରେ ଭତ୍ତା ଟଙ୍କା ସମ୍ପର୍କିତ ବିବରଣୀ ପାଇଁ ଭିଡ ଜମାଇଥାନ୍ତି। ଏପରି ସମସ୍ୟା ପଞ୍ଚାୟତରେ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଲାଗି ପ୍ରଶାସନିକ ସ୍ତରରେ କୌଣସି ଉଦ୍ୟମ ହେଉନାହିଁ। ଏ ସମ୍ପର୍କରେ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଜିଲାପାଳଙ୍କ ସହ ଆଲୋଚନା କରି ନେଟୱର୍କ ସମସ୍ୟା ସମାଧାନ କରିବି ବୋଲି ପ୍ରକାଶ କରିଛନ୍ତି। ଏନେଇ ସରପଞ୍ଚ ନରେନ୍ଦ୍ର ବଡନାୟକଙ୍କୁ ପଚାରିବାରୁ ସେ କହିଲେ ନିକଟରେ ପଞ୍ଚାୟତକୁ ଗସ୍ତରେ ଆସିଥିବା ଏମ୍‌ପି ସପ୍ତଗିରି ଉଲାକାଙ୍କୁ ଭେଟି ଏହି ନେଟୱର୍କ ସମସ୍ୟା ସମ୍ପର୍କରେ ଜଣାଇଛି। ଏଠାରେ ଏକ ଟାୱାର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିବା ବଡନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri