Posted inଜାତୀୟ

ଅପସ୍ମାରର ଚିକିତ୍ସା ସମ୍ଭବ, ହୋଇ ପାରିବନି ଛାଡପତ୍ରର କାରଣ: ହାଇକୋର୍ଟ…

ମୁମ୍ବାଇ,୨୭।୯ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ଛାଡପତ୍ର ପାଇଁ ଅପସ୍ମାର ସମସ୍ୟା ଏକ କାରଣ ହୋଇ ପାରିବ ନାହିଁ। ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏହାକୁ ଛାଡପତ୍ରର କାରଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ବେଞ୍ଚ କହିଛି ଅପସ୍ମାରର ଚିକିତ୍ସା ସମ୍ଭବ । ଏହାକୁ ମାନସିକ ବିକୃତି ଭାବରେ ବିବେଚନା କରାଯାଇପାରିବ ନାହିଁ।

ବାସ୍ତବରେ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସେ କହିଥିଲେ ଅପସ୍ମାର କାରଣରୁ ତାଙ୍କ ସ୍ତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହୋଇଯାଇଛି। ସେ ତାଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି।

ଜଷ୍ଟିସ ବିନୟ ଯୋଶୀ ଏବଂ ଜଷ୍ଟିସ ବାଲ୍ମିକୀ ଏସଏ ମେନେଜେସଙ୍କ ଏକ ଡିଭିଜନ ବେଞ୍ଚ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଗିଦ ମଧ୍ୟ କରିଛନ୍ତି।

ବ୍ୟକ୍ତି ଜଣକ ତାଙ୍କ ପିଟିଶନରେ କହିଥିଲେ ସେ ତାଙ୍କସ୍ତ୍ରୀଙ୍କ ସହିତ ରହିପାରିବେ ନାହିଁ । ସେ ହିନ୍ଦୁ ବିବାହ ଆଇନର ଧାରା ୧୩ (୧) (୩) ଅନୁଯାୟୀ ଛାଡପତ୍ର ମାଗିଥିଲେ। ଏହି ଧାରା ଅନ୍ତର୍ଗତ ଯଦି କୌଣସି ପୁରୁଷ କିମ୍ବା ମହିଳାଙ୍କର ମାନସିକ ବିକୃତି ରହିଥାଏ ତେବେ ଛାଡ଼ପତ୍ର ମାମଲା କରାଯାଇ ପାରିବ।

ମହିଳା ଜଣକ ବେଞ୍ଚକୁ କହିଥିଲେ ସେ ଅପସ୍ମାରରେ ପୀଡିତ, କିନ୍ତୁ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି। ତାଙ୍କର ମାନସିକ ସନ୍ତୁଳନ ଠିକ ଅଛି।

ଶୁଣାଣି ପରେ ବେଞ୍ଚ ଏହି ଆବେଦନକୁ ଖାରଜ କରି କହିଛନ୍ତି ଡାକ୍ତରଙ୍କ ଅନୁଯାୟୀ, ଅପସ୍ମାରରେ ପୀଡିତ ପ୍ରତ୍ୟେକ ବ୍ୟକ୍ତି ସାଧାରଣ ଜୀବନଯାପନ କରିପାରିବେ। ତେଣୁ ଏହି ମାମଲାକୁ ଖାରଜ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri